Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Prachi River: ଦିନେ ନୌବାଣିଜ୍ୟର ମୁକସାକ୍ଷୀ, ଏବେ ଖୋଜୁଛି ଅସ୍ଥିତ୍ୱ

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Prachi River: ଦିନେ ନୌବାଣିଜ୍ୟର ମୁକସାକ୍ଷୀ, ଏବେ ଖୋଜୁଛି ଅସ୍ଥିତ୍ୱ

Key Points

ବିଲୁପ୍ତ ଐତିହ୍ୟର ମୂକସାକ୍ଷୀ ପୁଣ୍ୟତୋୟା ପ୍ରଚୀ ନଦୀ
ଆବର୍ଜନାରେ ହେଉଛି ବିଷାକ୍ତ
ଜବରଦଖଲକାରୀଙ୍କ କବଜାରେ ନଦୀ ଉପତ୍ୟକା
ପୁନରୁଦ୍ଧାର ପାଇଁ ତେଜୁଛି ଦାବି

ପୂଣ୍ୟତୋୟା ପ୍ରାଚୀ ନଦୀ ବଞ୍ଚିଛି ନା ବିଲୁପ୍ତ । ଦଳ ଭିତରେ ପରିଚୟ ଖୋଜୁଛି ପୂଣ୍ୟତୋୟା ନଦୀ । ଦିନେ ନୌବାଣିଜ୍ୟର ମୂକସାକ୍ଷୀ ଥିଲା.. ଆଜି ଅସ୍ତିତ୍ବ ଖୋଜୁଛି । ପ୍ରାଚୀନ ସଭ୍ୟତାକୁ ବଞ୍ଚାଇ ରଖିବା ସହ ଏହାକୁ ପର୍ଯ୍ୟଟନର ମାନ୍ୟତା ଦେବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । କାରଣ ବିଲୁପ୍ତ ହେବାକୁ ବସିଛି ମହାନଦୀରୁ ଉତ୍ପତି ହୋଇଥିବା ପ୍ରାଚୀ ନଦୀ । ଓଡ଼ିଶାର ସର୍ବପୁରାତନ ନଦୀ । ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ମୂକସାକ୍ଷୀ । କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲୀରେ ପ୍ରବାହିତ ପ୍ରାଚୀ ନଦୀ ଗଙ୍ଗାଠାରୁ ମଧ୍ୟ ଶହେ ବର୍ଷ ପ୍ରାଚୀନ ବୋଲି ପଦ୍ମ ପୁରାଣରେ ବର୍ଣ୍ଣିତ ରହିଛି ।

ସପ୍ତମରୁ ଷୋଡ଼ଶ ଶତାବ୍ଦୀ ଯାଏ ଚିରସ୍ରୋତା ପ୍ରାଚୀ କୂଳରେ ଦ୍ଵାଦଶ ଶମ୍ଭୁ ଓ ଦ୍ବାଦଶ ମାଧବ ଭଳି ଶତାଧିକ ପ୍ରାଚୀନ ଶୈବ ପୀଠ ଓ ମଠ, ଅନେକ ମନ୍ଦିର ଓ ଦେବୀ ପୀଠ ରହିଥିବା କହନ୍ତି ସଂସ୍କୃତି ଗବେଷକ । କାକଟପୁରର ଅଧିଷ୍ଠାତ୍ରୀ ମା' ମଙ୍ଗଳା ଏହି ନଦୀଗର୍ଭରୁ ଆବିର୍ଭୂତ ହୋଇଥିବା କୁହାଯାଏ । ମାତ୍ର ବିଡ଼ମ୍ବନାର ବିଷୟ, ପୂଣ୍ୟତୋୟା ପ୍ରାଚୀ ଆଜି ବିଲୁପ୍ତପ୍ରାୟ । ପ୍ରାଚୀ ନଦୀର ଗର୍ଭ... ଏବେ ଦଳରେ ଭର୍ତ୍ତି । ଅନେକ ସ୍ଥାନରେ ନଦୀଗର୍ଭ ଶୁଖିଲା ପଡ଼ିଛି । ଯେତିକି ବଞ୍ଚି ରହିଛି, ସେତିକି ବି ନିଜ ପରିଚୟ ଖୋଜୁଛି । ନଦୀ ସଫେଇ ଓ ଖନନ କାର୍ଯ୍ୟ ପାଇଁ ଦୀର୍ଘବର୍ଷ ଧରି ଦାବି ହୋଇଆସୁଥିଲେ ବି ଏଯାଏଁ ତାହା ପୂରଣ ହୋଇନାହିଁ ।

ଦିନ ଥିଲା ଏହି ନଦୀ ଉପରେ ନିର୍ଭର କରୁଥିଲା ବାଣିଜ୍ୟ ଓ ପରିବହନ। କୋଣାର୍କ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ପଥର ମଧ୍ୟ ବି ନଦୀରେ ପରିବହନ ହେଉଥିଲା । ପୁରୀ ଶ୍ରୀମନ୍ଦିରର ରୋଷଶାଳଠାରୁ ଆରମ୍ଭ କରି ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ସବୁଠାରେ ଏହି ପ୍ରାଚୀ ଉପତ୍ୟକାର କାଠ ବ୍ୟବହାର ହେଉଥିଲା । ଏହା ଥିଲା ଚିରସ୍ରୋତା । ନିର୍ଭର କରୁଥିଲେ ଚାଷୀ । କିନ୍ତୁ ସେ ଅବସ୍ଥା ଆଉ ନାହିଁ। ଏକଦା ବିଶାଳ ନଦୀ ଆଜି ନାଳ ଭଳି ଦିଶୁଛି । ଅଳିଆ ଆବର୍ଜନାରେ ଭର୍ତ୍ତି । ଜବରଦଖଲକାରୀଙ୍କ କବଜାରେ ନଦୀ ଉପତ୍ୟକା । ବହୁ ସ୍ଥାନରେ ନଦୀକୁ ପୋତି ଲୋକେ ଯାଆସ କରୁଛନ୍ତି।

ବର୍ଷା ଦିନ ଛାଡ଼ିଦେଲେ ୯ ମାସ ଶୁଖିଲା ପଡ଼େ ନଦୀ । ଏବେ ପ୍ରାଚୀନ ସଭ୍ୟତାକୁ ବଞ୍ଚାଇ ରଖିବା ସହ ପ୍ରାଚୀ ଉପତ୍ୟକାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ପ୍ରାଚୀ ଉପତ୍ୟକାର ମୂର୍ତ୍ତି ଓ କଳାକୁ ନେଇ ଦୀର୍ଘ ଅନୁସନ୍ଧାନ କରିଥିବା ଗବେଷକ ଅନୀଲ ଧୀରଙ୍କ ରିପୋର୍ଟକୁ ନେଇ ପ୍ରସ୍ତୁତ ହୋଇଛି ଡକ୍ୟୁମେଣ୍ଟାରୀ ଫିଲ୍ମ "ପ୍ରାଚୀ ଭ୍ୟାଲି; ଦି ଫର୍ଗଟନ୍ ଲିଗାସି । ଫିଲ୍ମ ମାଧ୍ୟମରେ ଉପତ୍ୟକାର ସୌନ୍ଦର୍ଯ୍ୟ, ଧାର୍ମିକ ଭାବନାର ବର୍ଣ୍ଣନ ହେବା ସହ ଏହାର ସୁରକ୍ଷା ପାଇଁ ବାର୍ତ୍ତା ଦିଆଯାଇଛି।

ନଦୀର ପୁନରୁଦ୍ଧାର ଓ ଜବରଦଖଲ ଉଚ୍ଛେଦ ପାଇଁ ବହୁ ଦାବି ସତ୍ବେ ଏଥିପ୍ରତି ଧ୍ୟାନ ଦେଇନଥିଲେ ୨୪ ବର୍ଷର ବିଜେଡି ସରକାର । ତେବେ ନିଆଳିର ନୂଆ ବିଧାୟକ ଛବି ମଲ୍ଲିକ ଏହାର ପୁନରୁଦ୍ଧାର ପାଇଁ ବିଧାନସଭାରେ ପ୍ରଶ୍ନ କରିଛନ୍ତି। ନୂଆ ସରକାର ବି ପ୍ରାଚୀ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଛନ୍ତି । ଗତ ସପ୍ତାହରେ ରାଜ୍ୟ ସରକାର ପ୍ରାଚୀ ନଦୀ ଉପରେ ନିଆଳି କୁଆଁଇଲୋ ଠାରେ ଏକ ପୋଲ ନିର୍ମାଣ ପାଇଁ ଅନୁମୋଦନ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha's Ancient Prachi river is searching for its identity today, | Argus News