Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେନ୍ଦୁଝରର ନୁହେଁ ଓଡିଶାର ଅର୍ଥନୀତି ଶକ୍ତିଶାଳୀ ହୋଇପାରିବ: ଅନନ୍ତ ନାୟକ

Odisha

କେନ୍ଦୁଝରର ନୁହେଁ ଓଡିଶାର ଅର୍ଥନୀତି ଶକ୍ତିଶାଳୀ ହୋଇପାରିବ: ଅନନ୍ତ ନାୟକ

Banajyotshna Ray
Browse all articles by Banajyotshna Ray
·1 year ago·3 min read
କେନ୍ଦୁଝରର ନୁହେଁ ଓଡିଶାର ଅର୍ଥନୀତି ଶକ୍ତିଶାଳୀ ହୋଇପାରିବ: ଅନନ୍ତ ନାୟକ

କେନ୍ଦୁଝର ସାଂସଦ ଅନନ୍ତ ନାୟକ ଗୁରୁବାର ଦିନ ଲୋକସଭାରେ ଶୂନ୍ୟକାଳରେ କେନ୍ଦୁଝର ଜିଲ୍ଲାରେ ପର୍ଯ୍ୟଟନର ଆବଶ୍ୟକତା ପ୍ରସଙ୍ଗକୁ ଜୋରଦାର ଭାବେ ଉଠାଇଛନ୍ତି । ସେ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲାରେ ଥିବା ଅପାର ପ୍ରାକୃତିକ, ସାଂସ୍କୃତିକ ଧାର୍ମିକ ଐତିହ୍ୟ ସମ୍ପନ୍ନ ସ୍ଥଳ ଥିବା ସତ୍ୱେ ଏଠାରେ ପର୍ଯଟନ କ୍ଷେତ୍ରର ବିକାଶ ହୋଇ ପାରି ନାହିଁ। ଯଦି ଏହି ପର୍ଯ୍ୟଟନ ସ୍ଥଳ ଗୁଡିକ ପାଇଁ ଆବଶ୍ୟକୀୟ ଭିତିଭୂମି ତିଆରି କରାଯିବ ଓ ଉଚିତ ପ୍ରଚାର ପ୍ରସାର କରାଯିବ ତେବେ ଏହା କେବଳ କେନ୍ଦୁଝରର ନୁହେଁ ବରଂ ଓଡିଶାର ଅର୍ଥନୀତିକୁ ଶକ୍ତିଶାଳି କରିପାରିବ ବୋଲି କହିଛନ୍ତି ।

ଶ୍ରୀ ନାୟକ କହିଛନ୍ତି ଯେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ସାଂସ୍କୃତିକ ଓ ଧାର୍ମିକ ସ୍ଥଳ ପାଇଁ କେନ୍ଦୁଝର ଜିଲ୍ଲା ପ୍ରସିଦ୍ଧ । କେନ୍ଦୁଝର ଜିଲ୍ଲାର ପାଖାପାଖି 150 କିମି ଦୂରତା ମଧ୍ୟରେ 22 ଟି ପ୍ରାକୃତିକ ସ୍ଥଳ ରହିଛି ଯେଉଁଠାରେ ପର୍ଯ୍ୟଟନର ବିକାଶ କରାଯାଇ ପାରିବ । ଶ୍ରୀ ନାୟକ କହିଛନ୍ତି ଯେ ଏହି ଧାର୍ମିକ ସ୍ଥଳ ମଧ୍ୟରେ ସର୍ବାଗ୍ରେ ରହିଛି ଘଟଗାଁ ସ୍ଥିତ ମା ତାରିଣୀ ମନ୍ଦିର । ଏହି ମନ୍ଦିରକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପରେ ସର୍ବାଧିକ ଭକ୍ତ ଦର୍ଶନ କରିବାକୁ ଆସିଥାନ୍ତି । କେନ୍ଦୁଝରରେ ଥିବା ଐତିହାସିକ ସ୍ଥଳ ମଧ୍ୟରେ ସିତାବିଂଜ ମଧ୍ୟ ରହିଛି ଯାହାର ରାମାୟଣ ସହ ସମ୍ପର୍କ ରହିଛି । ସେହିପରି ଭୀମକୁଣ୍ଡକୁ ମଧ୍ୟ ବିକଶିତ କରାଯିବାର ଆବଶ୍ୟକତା ରହିଛି । ଭୀମକୁଣ୍ଡ ମହାଭାରତ ସହ ସମ୍ବନ୍ଧିତ । ସେହିପରି ଅତ୍ୟନ୍ତ ପ୍ରାଚୀନ ମନ୍ଦିର କୁଶଳେଶ୍ୱର ମହାଦେବ ମନ୍ଦିର ପାଇଁ ପର୍ଯ୍ୟଟନ ଦୃଷ୍ଟିରୁ ବିକଶିତ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଅନୁରୂପ ଭାବେ ବାରାଟିପରା ମହାଦେବ ଓ ମୁର୍ଗା ମହାଦେବ ମନ୍ଦିର ଓ ଚକ୍ରତୀର୍ଥ ମଧ୍ୟ ପର୍ଯ୍ୟଟନ ଦୃଷ୍ଟିରୁ ବିକାଶ କରାଯାଉ ବୋଲି ସେ ଦାବି କରିଛନ୍ତି ।

ଶ୍ରୀ ନାୟକ କହିଛନ୍ତି ଯେ ଗଙ୍ଗା ନଦୀ ପରି ବୈତରଣୀ ନଦୀକୁ ମଧ୍ୟ ଅତ୍ୟନ୍ତ ପବିତ୍ର ମନେ କରାଯାଇଥାଏ। ପବିତ୍ର ବୈତରଣୀ ନଦୀର ଉତ୍ପତି ସ୍ଥଳ ଗୋନାସିକାର ମଧ୍ୟ ପର୍ଯ୍ୟଟନ ଦୃଷ୍ଟିରୁ ବିକାଶ କରାଯିବା ଆବଶ୍ୟକ । ସେହିପରି କେନ୍ଦୁଝର ଜିଲ୍ଲାରେ ଅନେକ ଜଳ ପ୍ରପାତ ରହିଛି ଯାହା ପର୍ଯଟକ ମାନଙ୍କୁ ଆକର୍ଷିତ କରିଥାଏ । ଏଗୁଡିକ ମଧ୍ୟରେ ସାନଘାଗରା, ଗୁଣ୍ଡିଚାଘାଗି, ହାଣ୍ଡିଭଙ୍ଗା, ବଡ ଘାଗରା, ଖଣ୍ଡାଧାର, କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଶ୍ରୀ ନାୟକ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲାରେ ଅନେକ ବଣଭୋଜି ପାଇଁ ଉତ୍କୃଷ୍ଟ ସ୍ଥାନ ରହିଛି । ଏଗୁଡିକ ମଧ୍ୟରେ କେଶରୀ କୁଣ୍ଡ, ତେନ୍ତେଇନାଳି, ଗିରିଡିହ ବନ୍ଧ, କାଇଁଝର, କାଇଜୋଡା. ଦରଗଡସିଳା, ଡାବରଚୁଆ, ସଂଗଡହଡାକୁ ବିକଶିତ କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ନାୟକ କହିଛନ୍ତି ।

ସାଂସଦ ଶ୍ରୀ ନାୟକ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲାରେ ପର୍ଯଟନ ଦୃଷ୍ଟିରୁ ଅସୀମ ସମ୍ଭାବନା ଥିବା ସତ୍ୱେ ଆବଶ୍ୟକୀୟ ଭିତିଭୂମି ନ ଥିବା କାରଣରୁ ଓ ଉପଯୁକ୍ତ ପ୍ରଚାର ପ୍ରସାର ନ ହେବା କାରଣରୁ ଏହାର ଲାଭ ସ୍ଥାନୀୟ ଲୋକଙ୍କୁ ମିଳି ପାରୁ ନାହିଁ। ତେଣୁ ଏହି ଧାର୍ମିକ- ସାଂସ୍କୃତିକ ଓ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ଗୁଡିକ ପାଇଁ ଆବଶ୍ୟକୀୟ ଭିତିଭୂମି ପାଇଁ ସେ ଦାବି କରିଛନ୍ତି । ସଡକ ପରିବହନ ସହିତ ଯାତ୍ରୀ ମାନଙ୍କର ରହିବା ପାଇଁ ହୋଟେଲ- ଲଜର ବ୍ୟବସ୍ଥା, ଇଂଟରନେଟ କନେକ୍ଟିଭିଟି ଭଳି ଭିତିଭୂମି ବିକାଶ କରିବା ସହ ଏହି ପର୍ଯଟନ ସ୍ଥଳ ଗୁଡିକର ବ୍ୟାପକ ପ୍ରଚାର ପ୍ରସାର କରିବାକୁ ସେ ଦାବି କରିଛନ୍ତି । ଏହି ଅଂଚଳରେ ଧାର୍ମିକ, ସାଂସ୍କୃତିକ ଓ ପରିବେଶ ଆଧାରିତ ପର୍ଯଟନକୁ ପ୍ରୋତ୍ସାହନ ଦିଆଗଲେ ସ୍ଥାନୀୟ ଯୁବକ ମାନଙ୍କୁ ରୋଜଗାର ମିଳିପାରିବ ବୋଲି ସେ କହିଛନ୍ତି । ଏହା ସହିତ ପରିବେଶର ସୁରକ୍ଷା ସହିତ ଆଡଭେଂଚର ଟୁରିଜିମର ମଧ୍ୟ ବିକାଶ ହେବ ।

ଶ୍ରୀ ନାୟକ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲାକୁ ପ୍ରମୁଖ ପର୍ଯଟନ ଗନ୍ତବ୍ୟ ସ୍ଥଳ ଭାବେ ବିକଶିତ କରାଗଲେ ଏହା ଦ୍ୱାରା କେବଳ ଯେ କେନ୍ଦୁଝର ନୁହେଁ ବରଂ ସାରା ଓଡିଶାର ଅର୍ଥନୀତିକୁ ଶକ୍ତିଶାଳୀ କରିବ । ତେଣୁ ସେ ଏ ଦିଗରେ ବିଶେଷ ଯୋଜନା ଓ ବଜେଟ ଆବଂଟନ ପାଇଁ ମଧ୍ୟ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odishas-economy-can-be-strong-not-keonjhar-ananta-nayak | Argus News