|
logo
Live

Argus News - ଓଡ଼ିଶାର ପ୍ରଥମ ବିଜେପି ସରକାରକୁ ୬ ମାସ ପୂର୍ତ୍ତି

Odisha

ଓଡ଼ିଶାର ପ୍ରଥମ ବିଜେପି ସରକାରକୁ ୬ ମାସ ପୂର୍ତ୍ତି

Smruti Parija
Browse all articles by Smruti Parija
·1 year ago·3 min read
ଓଡ଼ିଶାର ପ୍ରଥମ ବିଜେପି ସରକାରକୁ ୬ ମାସ ପୂର୍ତ୍ତି

Key Points

  • ଓଡ଼ିଶାର ପ୍ରଥମ ବିଜେପି ସରକାରକୁ ୬ ମାସ ପୂର୍ତ୍ତି
  • ପ୍ରଥମ ୬ ମାସରେ ନିଆଯାଇଛି ବହୁ ଐତିହାସିକ ନିଷ୍ପତ୍ତି
  • ରତ୍ନ ଭଣ୍ଡାର, ସୁଭଦ୍ରା ଓ ଧାନରେ ୮୦୦ ବୋନସ ବଡ଼ ପଦକ୍ଷେପ
  • ଆଇନ ମନ୍ତ୍ରୀ କହିଲେ ସରକାର ପୂରା କରୁଛନ୍ତି ନିର୍ବାଚନୀ ସଂକଳ୍ପ
  • ସବୁ ବିବାଦର ସଫଳ ମୁକାବିଲା କରି ଜିତିଛନ୍ତି ରାଜ୍ୟବାସୀଙ୍କ ବିଶ୍ବାସ
  • ଡିଜି ସମ୍ମିଳନୀ ଓ ନୌସେନା ଦିବସ ଓଡ଼ିଶାରେ ରଚିଛି ନୂଆ ଇତିହାସ

ଅର୍ଗସ ବ୍ୟୁରୋ: ଜୁନ ୧୨ ତାରିଖରେ ପ୍ରଥମ ଥର ପାଇଁ ରାଜ୍ୟରେ ଦାୟିତ୍ବ ନେଇଥିଲା ବିଜେପି ସରକାର। ପ୍ରଥମ ଦିନରୁ ହିଁ ବଡ଼ ନିଷ୍ପତ୍ତି ନେଇ ଓଡ଼ିଶାବାସୀଙ୍କ ପ୍ରତି ନିଜ ପ୍ରତିବଦ୍ଧତାର ପରିଚୟ ଦେଇଥିଲେ ମୋହମ ମାଝିଙ୍କ ସରକାର। ଶପଥ ଗ୍ରହଣ ପରେ ଅନୁଷ୍ଠିତ ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ଏକାଧିକ ନିଷ୍ପତ୍ତି ଉପରେ ବାଜିଥିଲା ମୋହର। ନିର୍ବାଚନ ସଂକଳ୍ପ ପତ୍ରର ପ୍ରତିଶ୍ରୁତି ଅନୁଯାୟୀ ସରକାର ଗଠନ ପରଦିନ ହିଁ ଭକ୍ତଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦର ୪ ଦୁଆର। ଏହାଛଡ଼ା ୩୯ ବର୍ଷ ପରେ ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଖୋଲି କୋଟି କୋଟି ଭକ୍ତଙ୍କର ଦୀର୍ଘ ଦିନର ଦାବି ପୂରଣ କରିଥିଲେ ବିଜେପି ସରକାର। ନିର୍ବାଚନ ବେଳେ ବି ଏହା ଥିଲା ବିଜେପିର ବଡ଼ ସଂକଳ୍ପ ।

ସେହିପରି ବିଜେପିର ସୁଭଦ୍ରା ସଂକଳ୍ପ ଗତ ନିର୍ବାଚନରେ ସାଜିଥିଲା ଗେମ ଚେଞ୍ଜର। ଆଉ ସରକାରକୁ ଆସିବା ପରେ ଏହି ଯୋଜନା ଉପରେ ଲଗାଇଥିଲା ମୋହର। କୋଟିଏରୁ ଅଧିକ ମହିଳାଙ୍କ ମୁହଁରେ ହସ ଫୁଟାଇଛି ବିଜେପି ସରକାରର ସୁଭଦ୍ରା ଯୋଜନା। ବର୍ଷକୁ ଦୁଇ ଥରରେ ୧୦ ହଜାର କରି ୫ ବର୍ଷରେ ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଯିବ ୫୦ ହଜାର ଟଙ୍କା। ନିଜେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସି କରିଥିଲେ ଏହି ଯୋଜନାର ଶୁଭାରମ୍ଭ। ଗତ ୬ ମାସରେ ବିଜେପି  ସରକାରର ଆଉ ଏକ ବଡ଼ ମାଷ୍ଟର ଷ୍ଟ୍ରୋକ୍ ଥିଲା ଧାନ କ୍ବିଣ୍ଟାଲ ପିଛା ୮୦୦ ଟଙ୍କା ବୋନସ ନିଷ୍ପତ୍ତି। ଅର୍ଥାତ ଓଡ଼ିଶା ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା ମିଳିବ ୩୧ ଶହ ଟଙ୍କା। ଗତ ୮ ତାରିଖରେ ବରଗଡ଼ ସୋହେଲାରୁ ଏହାର ଶ୍ରୀଗଣେଶ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେଉଁ ସଂକଳ୍ପ ପତ୍ର ଆଧାରରେ ବିଶ୍ବାସ କରି ଲୋକ ଆମକୁ ଭୋଟ ଦେଇଥିଲେ, ତାହା ପୂରଣ କରିବା ଦିଗରେ କାମ କରୁଛନ୍ତି ଆମ ସରକାର। ଆମେ ୬ ମାସରେ ଯେୁଁ ଛାପ ଛାଡ଼ିଛୁ ୨୪ ବର୍ଷର ସରକାରରେ ତାହା ସମ୍ଭବ ହୋଇଥିଲା କି ନାହଁ ସନ୍ଦେହ। 

ଏ ତିନିଟି ବଡ଼ ନିଷ୍ପତ୍ତି ବ୍ୟତୀତ ରାଜ୍ୟବାସୀଙ୍କ ସ୍ବାର୍ଥରେ ଏକାଧିକ ପଦକ୍ଷେପ ଏହି ୬ ମାସ ଭିତରେ ନେଇଛନ୍ତି ଡବଲ ଇଞ୍ଜିନ ସରକାର। ରାଜ୍ୟରେ ଖାଲି ଥିବା ୧୬ ହଜାର ଶିକ୍ଷକ ନିଯୁକ୍ତି, ଆଦିବାସୀ ଛାତ୍ରଛାତ୍ରୀଙ୍କର ସ୍କୁଲ ଡ୍ରପ ଆଉଟ ହ୍ରାସ ପାଇଁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ଆରମ୍ଭ, ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷାଗୁଡ଼ିକରେ ସ୍ବଚ୍ଛତା ଆଣିବା ଲାଗି ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧେୟକ ଆଣିବା ପରି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଏହି ୬ ମାସ ଭିତରେ ନିଆଯାଇଛି। ଏହା ବ୍ୟତୀତ ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ନେଇଛନ୍ତି ବିଜେପି ସରକାର। ଗତ ୬ ମାସରେ ୯୦ ଅଧିକ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ଦାୟର କରିଛି ମାମଲା। ସେହପିର ବେଆଇନ୍ ମଦ କାରବାର ବିରୋଧରେ କଠୋର ଆଭିମୁଖ୍ୟ ନେଇଛନ୍ତି ଡବଲ ଇଞ୍ଜିନ ସରକାର। ବେଆଇନ୍ ମଦ ଭାଟିଗୁଡ଼ିକ ଉପରେ ଚଡଉ କରିବା ସହ ବୁଲଡୋଜର ଲଗାଇ ମଦଭାଟି ଭାଙ୍ଗି ଖୁବ୍ ପ୍ରଶଂସା ସାଉଁଟିଛନ୍ତି ରାଜ୍ୟ ସରକାର। ଏହା ବାଦ୍ ଦାଦନ ସମସ୍ୟାର ସମାଧାନ ପାଇଁ ଟାସ୍କ ଫୋର୍ସ, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ଗଠନ କରିବା ବିଜେପି ସରକାରଙ୍କ ୬ ମାସର ବଡ଼ ଉପଲବ୍ଧି ମଧ୍ୟରେ ଅନ୍ୟତମ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଡବର ଇଞ୍ଜନ ସରକାର ଆସିବା ପରେ ଅନେକ ଜାତୀୟ ସ୍ତରର ଇଭେଣ୍ଟ ପ୍ରଥମ ଥର ପାଇଁ ଓଡ଼ିଶାରେ ଆଯୋଜିତ ହୋଇଛି। ଭୁବନେଶ୍ବରରେ ୩ ଦିନିଆ ଡିଜି ସମ୍ମିଳନୀ ହେଉ କିମ୍ବା ପୁରୀରେ ନୌସେନା ଦିବସ। ଏସବୁ ରାଜ୍ୟବାସୀଙ୍କ ପାଇଁ ଥିଲା ପ୍ରଥନ ଅନୁଭୁତି। ଜାନୁଆରୀରେ ଓଡ଼ିଶାରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ମଧ୍ୟ ଚରିବାକୁ ଯାଉଛି ନୂଆ ଇତିହାସ। ଏହି ସଫଳତାର ଲମ୍ବା ତାଲିକା ମଧ୍ୟରେ  ଗତ ୬ ମାସରେ କିଛି ବିବାଦରେ ବି ଛନ୍ଦି ହୋଇଛନ୍ତି ବିଜେପି ସରକାର। ତେବେ ତାର ସଫଳତାର ସହ ମୁକାବିଲା କରି ଓଡ଼ିଶାବାସୀଙ୍କ ବିଶ୍ବାସ ଜିତିବାରେ ସକ୍ଷମ ହୋଇଛନ୍ତି ଡବଲ ଇଞ୍ଜିନ ସରକାର। 

Sponsored
ଓଡ଼ିଶାର ପ୍ରଥମ ବିଜେପି ସରକାରକୁ ୬ ମାସ ପୂର୍ତ୍ତି | Argus News