Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିପଦରେ ଓଡ଼ିଶାର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା

Rashmita Mishra
Browse all articles by Rashmita Mishra
·1 year ago·1 min read
ବିପଦରେ ଓଡ଼ିଶାର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା

Key Points

ବିପଦରେ ଓଡ଼ିଶାର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା
ଆତଙ୍କ ଖେଳାଇଛନ୍ତି ମାଛ ମାଫିଆ
ବାଜିରେ ଲାଗୁଛି ବନ କର୍ମଚାରୀଙ୍କ ଜୀବନ


ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା । ଯାହା ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ପାଇଁ ବେଶ୍ ପରିଚିତ । ହେଲେ ଏବେ ଏହା ବିପଦରେ । ଏଠି ଆତଙ୍କ ଖେଳାଉଛନ୍ତି ମାଫିଆ ମାନେ । ଅସୁରକ୍ଷିତ ହୋଇପଡ଼ିଛନ୍ତି ବିରଳ ଅଲିଭ୍ ରିଡଲେ କଇଁଛ । ଆଉ ଏମାନଙ୍କୁ ସୁରକ୍ଷା ଦେବାକୁ ଯାଇ ବନ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଉଛନ୍ତି । ଗତ ସପ୍ତାହରେ ଗଭୀର ସମୁଦ୍ରରେ ବନ ବିଭାଗ ଉପରକୁ ଗୁଳି ଚଳାଇ ୬0 ରୁ ୭0 ମାଛ ମାଫିଆ ଗିରଫ ହୋଇଥିଲେ । ଆଉ ସେମାନଙ୍କ ମଧ୍ୟରୁ ୮ ଜଣ ମତ୍ସ୍ୟଜୀବୀଙ୍କୁ ବନ ବିଭାଗ କବଳରୁ ଛଡାଇ ନେଇଛନ୍ତି ମାଫିଆମାନେ । ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ଏଠି ନୂଆ ନୁହଁ । ପୂର୍ବରୁ ବି ଅନେକ ଥର ମାଫିଆଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଛନ୍ତି ବନ କର୍ମଚାରୀ ।


ଗହୀରମଥାର ସୁରକ୍ଷା ପାଇଁ ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୋଲିସ ଓ ବନ ବିଭାଗକୁ ମିଳିତ ଦାୟିତ୍ବ ଦିଆଯାଇଥିଲା । ହେଲେ ତଟ ରକ୍ଷୀ ବାହିନୀ ଓ ସାମୁଦ୍ରିକ ପୋଲିସ ପାଟ୍ରୋଲିଂରେ ସକ୍ରିୟତା ଦେଖାଉ ନଥିବା ଅଭିଯୋଗ ହୋଇଛି । ଫଳରେ ମାଛ ମାଫିଆମାନେ ବନ ବିଭାଗ କର୍ମଚାରୀଙ୍କୁ ବାରମ୍ବାର ଆକ୍ରମଣ କରିବାକୁ ସାହସ ପାଉଛନ୍ତି । ଏହି ଜଳଦସ୍ୟୁ ମାନଙ୍କ ଉପରେ ରୋକ ନ ଲଗାଇଲେ ଅଲିଭ ରିଡିଲେ କଇଁଛଙ୍କ ଏନ୍ତୁଡ଼ିଶାଳ ସେମାନଙ୍କ ପାଇଁ ସ୍ମଶାନ ଭୁଇଁ ପାଲଟିଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
Odisha's first marine sanctuary, Gahirmatha, in danger | Argus News