Videos
|
Odisha

ହୀରାକୁଦରେ ତିଆରି ହେବ ସମ୍ପର୍କ ସେତୁ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ହୀରାକୁଦରେ ତିଆରି ହେବ ସମ୍ପର୍କ ସେତୁ

ବାସ୍ତବତାରେ ପରିଣତ ହେବ ହୀରାକୁଦ ବିସ୍ଥାପିତଙ୍କ ଦୀର୍ଘ ବର୍ଷର ସ୍ଵପ୍ନ । ହୀରାକୁଦ ବନ୍ଧ ଭିତରେ ତିଆରି ହେବ ଓଡିଶାର ଦୀର୍ଘତମ ସେତୁ । ୨୭୪ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବ ୩ କିଲୋମିଟର ସମ୍ପର୍କ ସେତୁ । ଯାହା ସିଧାସଳଖ ଯୋଡିବ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ।


ଏହି ସେତୁର ନିର୍ମାଣ ହେଲେ ସୋନପୁର ଜିଲ୍ଲା ବାସୀ ରାୟଗଡ଼ ସହ ବରଗଡ଼, ସୁନ୍ଦରଗଡ଼, ସୁବର୍ଣ୍ଣପୁର ଜିଲ୍ଲାର ଲୋକଙ୍କ ପାଇଁ ସୁଗମ ହେବ ଯୋଗାଯୋଗ। ସେହିପରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜହ୍ନିକୁଦାକୁ ସାତପଡ଼ା ସହିତ ସଂଯୋଗ କରିବା ପାଇଁ ଚିଲିକା ଉପରେ ନିର୍ମାଣ ହେବ ସେତୁ। ୫୦୦ କୋଟି ଟଙ୍କା ବିନିମୟରେ ୮ କିମି ଭିତରେ ତିଆରି ହେବ ଦୁଇଟି ସେତୁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଘୋଷଣା କରିଥିବା ବେଳେ ଖୁବଶୀଘ୍ର ଆସି ଭୂମି କୂଜନ କରିବେ ବୋଲି କହିଛନ୍ତି। ଓଡ଼ିଶାରେ ୨ ଲକ୍ଷ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ ହେଉଛି।


। ୬୦ ହଜାର କୋଟିର କାମ ଚାଲିଛି ଏବଂ ଆଗକୁ ଆହୁରି ୭୫ ହାଜର କୋଟିର ପ୍ରକଳ୍ପ ଆସିବ । ୪୦ ହାଜର କୋଟିର ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ କରାଯାଉଛି । ୨୭ ହଜାର କୋଟିର ୬୫୦ କିମି ପ୍ରକଳ୍ପ ମଞ୍ଜୁର କରାଯାଇଛି । ଆଗାମୀ ୨ ବର୍ଷ ଭିତରେ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାମ ହେବ । ଆମେରିକା ଭଳି ହେବ ଓଡ଼ିଶାର ରାଜପଥ ।





Odisha's largest bridge to be built in Hirakud | Argus News