Videos
|
Odisha

ବାହା ହେବେ ମାହାଙ୍ଗାର ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାହା ହେବେ ମାହାଙ୍ଗାର ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମାହାଙ୍ଗା ସ୍ୱାଧୀନ ବିଧାୟକ ସାରଦା ପ୍ରସାଦ ପ୍ରଧାନ । ଆଜି ମଙ୍ଗନ ଆସନ୍ତା କାଲି ତାଙ୍କର ବାହାଘର ହେବ। ଏହାକୁ ନେଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଉତ୍କଣ୍ଠା ପ୍ରକାଶ ପାଇଛି। ବିଧାୟକ ସାରଦା ପ୍ରସାଦ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ଜଅଁରା ବାରିମୂଳ ଗ୍ରାମର ରମେଶ ଚନ୍ଦ୍ର ବଳଙ୍କ ବଡ଼ଝିଅ ସିପ୍ରା ପ୍ରିୟଦର୍ଶିନୀ ବଳଙ୍କୁ ବିବାହ କରିବେ । ସିପ୍ରା ବର୍ତ୍ତମାନ ପ୍ରଶାସନିକ ଅଧୀକାରୀଣି ଭାବେ ତାଲିମ ନେଉଛନ୍ତି। ।


ପୂର୍ବରୁ ସିପ୍ରା ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଳକରେ ସାମାଜିକ ସମ୍ପ୍ରସାରଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ବିବାହ ଉତ୍ସବ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜଣାପଡିଛି । ସେଥିପାଇଁ ଉଭୟ ବରକନ୍ୟା ତରଫରୁ ପ୍ରାୟ 50 ଜଣ ଉଦୟପୁରରେ ପହଞ୍ଚିସାରିଛନ୍ତି। ନିଗମାନନ୍ଦ ଆଶ୍ରମରେ ପୂଜାର୍ଚ୍ଚନା କରି ବନ୍ଧୁଙ୍କୁ ସାଙ୍ଗରେ ନେଇ ସେ ରାଜସ୍ଥାନ ଯାଇଛନ୍ତି ବିବାହ ପାଇଁ । ବିବାହ ଉତ୍ସବ ଆସନ୍ତା କାଲି ରାଜସ୍ଥାନର ଜୟପୁର ଏକ ତାରକା ହୋଟେଲ ହେବ। ସପରିବାର ଏବଂ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ହେବ ବାହାଘର।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ ତାଙ୍କର ମେହେନ୍ଦି ଶେଷ ହୋଇଯାଇଛି। ସାରଦା ଯାହାକୁ ବାହା ହେବାକୁ ଯାଉଛନ୍ତି ସେ ହେଉଛନ୍ତି ଓଏଏସ ଟ୍ରେନିଂ ନେଉଥିବା ଯୁବତୀ ୨୭ ବର୍ଷୀୟା ସିପ୍ରା ପ୍ରିୟଦର୍ଶିନୀ ବଳ। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସମ୍ପ୍ରସାରଣ ଅଧିକାରିଣୀ ଭାବେ କାର୍ଯ୍ୟ କରୁଥିଲେ । ପରେ ୨୦୨୩ ଓଡିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ ଏବେ ତାଲିମ ନେଉଛନ୍ତି ।