Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓଡିଶାର ଲୋକପ୍ରିୟ ଟିଭି ଚ୍ୟାନେଲ୍.. ଅର୍ଗସ୍ ଏବେ DD Free DISH TV ରେ

Odisha

ଓଡିଶାର ଲୋକପ୍ରିୟ ଟିଭି ଚ୍ୟାନେଲ୍.. ଅର୍ଗସ୍ ଏବେ DD Free DISH TV ରେ

Ritu Das
Browse all articles by Ritu Das
·11 months ago·2 min read
ଓଡିଶାର ଲୋକପ୍ରିୟ ଟିଭି ଚ୍ୟାନେଲ୍.. ଅର୍ଗସ୍ ଏବେ DD Free DISH TV ରେ

Key Points

MPEG-4 ସ୍ଲଟସର ୮୮ତମ ଇ- ଅକ୍ସନରେ ମିଳିଲା ୫ ନୂଆ ଚ୍ୟାନେଲ

ଅର୍ଗସ ନ୍ୟୁଜକୁ ମିଳିଲା ସ୍ଥାନ

ଡିଡି ଫ୍ରି ଡିସ ସେଟଅପ ବକ୍ସରେ ଚ୍ୟାନେଲ ନଂ ୧୨୨ରେ ଉପଲବ୍ଧ

ଓଡିଶାର ଲୋକପ୍ରିୟ ଟିଭି ଚ୍ୟାନେଲ୍.. ଅର୍ଗସ୍ । ଏବେ ଆଉ ପାଦେ ଆଗକୁ ବଢ଼ିଛି । ଡି.ଡି. ଫ୍ରି ଡିଶ୍ ଟିଭିର 122 ନଂରେ ଆପଣ ଦେଖିପାରିବେ ଅର୍ଗସ। ଯାହା ଅଗଣିତ ଦର୍ଶକଙ୍କୁ ଅପ୍‌ଡେଟ୍‌ ନ୍ୟୁଜରୁ ମନୋରଞ୍ଜନ....ଭାଗ୍ୟଗଣନାରୁ ଆଧ୍ୟାତ୍ମିକତା ଏବଂ ଶିକ୍ଷାସମ୍ବନ୍ଧୀୟ ଖବର ନିୟମିତ ଭାବେ ଦେଇ ଆସୁଛି। ବିନା କୌଣସି Subscription Chargeରେ ଅର୍ଗସ ବର୍ତ୍ତମାନ ଯୋଗାଇ ଦେଉଛି ଦିନତମାମର ଟିକନିକ ଖବର ସାଙ୍ଗକୁ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାକୁ ନେଇ ଅନେକ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ।


ଯେଉଁଥିରେ ସାମିଲ ରହିଛି ରାଜନୀତିର ଭିତିରି କଥା, ଜନତାଙ୍କ ଦୁଃଖ, ଆଉ ଦୁର୍ଗମ ଅଞ୍ଚଳର ଅକୁହା କାହାଣୀ । ସମୟ ସହିତ ତାଳ ଦେଇ ଅର୍ଗସ ତାର ସତ୍ୟର ସନ୍ଧାନ ଜାରି ରଖିଛି । ବିଶ୍ବସ୍ତ ସାମ୍ବାଦିକଙ୍କ ଜରିଆରେ ଦର୍ଶକଙ୍କ ପାଖରେ ପହଞ୍ଚାଇପାରୁଛି ଖବର ଭିତରର ଖବର। ବିନା ଶୁଳ୍କରେ ଏବେ ଡି.ଡି. ଫ୍ରି ଡିଶ୍ ଟିଭିର 122 ନଂରେ ଆପଣ ଦେଖିବାକୁ ପାଇପାରିବେ ମନୋରଞ୍ଜନ ଏବଂ ରାଜନୀତି ଦୁନିଆର ଅସଲ ଖବର କେବଳ ଅର୍ଗସରେ। ଯାହାକି ସମ୍ପୂର୍ଣ୍ଣ ମାଗଣା। ତେବେ ଜୁନ୍ 13, 2025ରୁ ମାର୍ଚ୍ଚ 31, 2026 ପର୍ଯ୍ୟନ୍ତ ଆପଣ ଏହାର ସୁବିଧା ଉଠାଇପାରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବହୁତ ସ୍ଲଟସ ଖାଲିଥିବାବେଳେ କେବଳ୫ଟି ନୂଆ ଚ୍ୟାନେଲକୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରଥମେ ରହିଛି ଦବଙ୍ଗ ଚ୍ୟାନେଲ, ଦ୍ବିତୀୟରେ ରହିଛି ସନ୍ଦେଶ ନ୍ୟୁଜ, ପଞ୍ଜାବୀ ହିଟ୍ସ, ଚତୁର୍ଥ ନଂରେ ରହିଛି ଅର୍ଗସ ନ୍ୟୁଜ। ଓଡ଼ିଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ମଧ୍ୟରେ ଏହା ଅନ୍ୟତମ। ପରେ ସିରିଏଲ ନଂ ୫ରେ ଅଛି ଟବର ହିଟ୍ସ। ଏହି ଚ୍ୟାନେଲ ଗୁଡ଼ିକ ଡିଡି ଫ୍ରି ଡିସ ସେଟଅପ ବକ୍ସରେ ଉପଲବ୍ଧ ରହିବ। ଅର୍ଗସ ନ୍ୟୁଜ ଚ୍ୟାନେଲ ଏବେ ଡିଡି ଫ୍ରି ଡିସ ସେଟଅପ ବକ୍ସରେ ଚ୍ୟାନେଲ ନଂ ୧୨୨ରେ ଦେଖିପାରିବେ। ଓଡ଼ିଶାର ନ୍ୟୁଜ ଚ୍ୟାନେଲକୁ ସ୍ଥାନ ମିଳିଥିବାରୁ ଏହା ଅତ୍ୟନ୍ତ ଗର୍ବ ଏବଂ ଗୌରବର ବିଷୟ।

Sponsored
odishas-popular-tv-channel-argus-is-now-on-dd-free-dish-tv | Argus News