Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - OERCର ବଡ଼ ଘୋଷଣା: ସ୍ମାର୍ଟ ମିଟର ଲଗାଇଥିଲେ ଆଉ ଦେବାକୁ ପଡ଼ିବନି ମାସିକ ରେଣ୍ଟ୍‌

Odisha

OERCର ବଡ଼ ଘୋଷଣା: ସ୍ମାର୍ଟ ମିଟର ଲଗାଇଥିଲେ ଆଉ ଦେବାକୁ ପଡ଼ିବନି ମାସିକ ରେଣ୍ଟ୍‌

Sushanta Sahoo
Browse all articles by Sushanta Sahoo
·1 year ago·1 min read
OERCର ବଡ଼ ଘୋଷଣା: ସ୍ମାର୍ଟ ମିଟର ଲଗାଇଥିଲେ ଆଉ ଦେବାକୁ ପଡ଼ିବନି ମାସିକ ରେଣ୍ଟ୍‌

ଭୁବନେଶ୍ଵର: ସାଧାରଣ ବିଦ୍ୟୁତ୍ ଗ୍ରାହକଙ୍କୁ ଆଶ୍ଵସ୍ତି । ବଢ଼ିଲାନି ବିଦ୍ୟୁତ୍ ଟାରିଫ । ଆସନ୍ତା ବର୍ଷ ଲାଗି OERC ବିଦ୍ୟୁତ ଟାରିଫ୍ ଅପରିବର୍ତ୍ତିତ ରଖିଛି । ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି OERCର ସଚିବ ପ୍ରିୟବ୍ରତ ପଟ୍ଟନାୟକ । ଏଥିସହ ସ୍ମାର୍ଟ ମିଟରର ମାସିକ ରେଣ୍ଟକୁ ଛାଡ଼ କରିଛନ୍ତି ସରକାର । ୨ କିଲୋୱାଟ୍ ଲୋଡ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ଛାଡ଼ କରାଯାଇଛି ।


ପୂର୍ବରୁ ସ୍ମାର୍ଟ ମିଟର ଲାଗି ମାସିକ ୬୦ ଟଙ୍କା ରେଣ୍ଟ ହିସାବରେ ଦେବାକୁ ପଡ଼ୁଥିଲା । ଏହି ଭଡ଼ା ମିଟର ଲଗାଇବା ଦିନ ଠାରୁ ୮ ବର୍ଷ ପର୍ଯ୍ୟନ୍ତ ଦେଉଥିଲେ ଗ୍ରାହକ । ସରକାରଙ୍କ ନୂଆ ନିଷ୍ପତ୍ତି ଫଳରେ ମିଟର ରେଣ୍ଟରୁ ଗ୍ରାହକ ଆଶ୍ଵସ୍ତି ପାଇବେ । ଏହା ଫଳରେ ଲୋକଙ୍କ ମାସିକ ବିଦ୍ୟୁତ୍ ଦେୟ ମଧ୍ୟ ହ୍ରାସ ପାଇବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ସ୍ମାର୍ଟ ମିଟର ରେଣ୍ଟ୍‌ ଛାଡ଼ ୨୦୨୫-୨୬ ଆର୍ଥିକ ବର୍ଷରୁ ଲାଗୁ ହେବ । ଏହା ଦ୍ଵାରା ରାଜ୍ୟର ୮୫ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତାଙ୍କ ମଧ୍ୟରୁ ୮୦ ଲକ୍ଷ ଉପଭୋକ୍ତା ଲାଭ ପାଇବେ । ପୂର୍ବରୁ ସ୍ମାର୍ଟ ମିଟର ରେଣ୍ଟ୍ ଦେଉଥିଲେ ତାହା ଦେବାକୁ ପଡ଼ିବ ନାହିଁ । ନୂଆ ସ୍ମାର୍ଟ ମିଟର ଲଗାଇଲେ ବି ରେଣ୍ଟ ଦେବେନି । ଏହା ବାବଦ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।


ସେହିଭଳି ମେସେଜ ଓ ଇମେଲ୍‌ରେ ଇ-ବିଲ୍ ନେଲେ ବିଲ୍ ପିଛା ୧୦ ଟଙ୍କା ଛାଡ଼ ପାଇବେ । ପ୍ରିପେଡ୍ ମିଟରରେ ୪ ପ୍ରତିଶତ ରିହାତି ମିଳିବ । ଡିଜିଟାଲ୍ ପେମେଣ୍ଟରେ ପୂର୍ବ ଭଳି ୪ ପ୍ରତିଶତ ରିହାତି ମିଳିବ । ୧୦ କିଲୋୱାଟରୁ ଅଧିକ ଲୋଡ୍ ବ୍ୟବହାରକାରୀଙ୍କୁ ଦିନ ୮ଟାରୁ ଅପରାହ୍ଣ ୪ଟା ଯାଏ ବିଜୁଳି ବିଲ୍‌ରେ ୨୦ ପ୍ରତିଶତ ରିହାତି ମିଳିବ । ସନ୍ଧ୍ୟା ୬ରୁ ରାତି ୧୨ ଯାଏଁ ପିକ୍ ଆହ୍ଵାରରେ ବ୍ୟବହାର ପାଇଁ ଅଧିକ ୩୦ ପଇସା ଦେବାକୁ ପଡ଼ିବ ।


Argus Whatsapp Channel Mobile Top
Sponsored
OERC Declares To Leave Smart Meter, Tariff Rate Unchanged | Argus News