ନବୀନଙ୍କୁ ରାତି ଅନିଦ୍ରା କଲେ ଯୋଗୀ

Key Points
- ନବୀନଙ୍କୁ ରାତି ଅନିଦ୍ରା କଲେ ଯୋଗୀ
- ଫାୟାରବ୍ରାଣ୍ଡ ନେତାଙ୍କ ପ୍ରଶ୍ନରେ ଘାଇଲା ଶଙ୍ଖ ଦଳ
ଅର୍ଗସ ବ୍ୟୁରୋ: ଯୋଗୀଙ୍କ ପ୍ରଶ୍ନବାଣ, ଆକ୍ତାମାକ୍ତ ନବୀନ । ମାଫିଆଙ୍କଠୁ ଆରମ୍ଭ କରି ବାବୁରାଜ...ଜୋରଦାର ଆଟାକ୍ କଲେ ଯୋଗୀ (ALFA) । ପୂର୍ବରୁ ମୋଦି,ଶାହା ଓ ନଡ୍ଡା ତ ଯାହା କହୁଥିଲେ କହୁଥିଲେ..ହେଲେ ଗତକାଲି ବାଣପୁରରେ ମୁଖ୍ୟମନ୍ତ୍ରୀଙ୍କ ମୁଖା ଖୋଲିଦେଲେ ଯୋଗୀ । ପ୍ରତିଶ୍ରୁତି ଦେଇ କହିଲେ, ବିଜେପି ସରକାର ଆସିଲେ ମାଫିଆ ରାଜ ଖତମ ହେବ । ସୁଶାସନ ହେବ ।
ବିଜେଡି ସରକାର ପାଇଁ ବିକାଶ ହେଉନି । ବିଜେପି ସରକାର ଯେଉଁଛି ବିକାଶ ସେଇଠି । କେନ୍ଦ୍ରରେ ବିଜେପି, ରାଜ୍ୟରେ ବି ବିଜେପି ସରକାର ହେଲେ ବିକାଶର ଗାଡି ଗଡିବ ଘାଇଁଘାଇଁ । ଖାଲି ଏତିକି ନୁହେଁ ବରଂ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ଉପରେ ମାଫିଆଙ୍କ ଆଖି ପଡିଛି ବୋଲି କହିଛନ୍ତି ଯୋଗୀ । ହେଲେ ଶ୍ରୀଜୀଉଙ୍କ ସମ୍ପତ୍ତି ସୁରକ୍ଷା ବିଜେପିର ବୋଲି କହିବା ସହ ଉତ୍ତରପ୍ରଦେଶରେ ବୁଲଡୋଜର ପରି ଓଡିଶାରେ ବି ମାଫିଆଙ୍କୁ ସାବାଡ କରାଯିବ ।
ଏହାସହ ଓଡ଼ିଶାରେ ଚାଲିଥିବା ବାବୁ ରାଜ୍ ଉପରେ ପ୍ରବଳ ବର୍ଷିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ଯୋଗୀ କହିଛନ୍ତି, ଓଡ଼ିଶାର ଶାସନ କଳକୁ କବଜା କରିନେଇଛି ନୌକରଶାହ । ବାବୁ ରାଜ୍ ଫଳରେ ଏଠି ଚାଲିଛି ଏକଛତ୍ରବାଦ । ସୀମା ଟପିଲାଣି ଭ୍ରଷ୍ଟାଚାର ଆଉ ଗରିବଙ୍କ ହକ୍ ଉପରେ କରାଯାଉଛି ଡକାୟତି । ଏଥିପାଇଁ ଓଡ଼ିଶାରୁ ବାବୁ ରାଜ୍ ନିପାତ କରିବାକୁ ଆହ୍ବାନ ଦେଇଛନ୍ତି ଯୋଗୀ । ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ ପରେ ଏକଥା ସ୍ପଷ୍ଟ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ଦୁର୍ନୀତି ଓ ଭ୍ରଷ୍ଟାଚାରୀଙ୍କ ଉପରେ ଚାଲିବ ୟୁପି ଷ୍ଟାଇଲରେ ବୁଲଡୋଜର ।