Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ସରକାର ଗଲା, ଛିନଛତର ଅଫିସର

Odisha

ବିଜେଡି ସରକାର ଗଲା, ଛିନଛତର ଅଫିସର

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବିଜେଡି ସରକାର ଗଲା, ଛିନଛତର ଅଫିସର

Key Points

  • ବିଜେଡି ସରକାର ଗଲା, ଛିନଛତର ଅଫିସର
  • କୋଟେରୀ ଗ୍ରୁପରୁ ଅଧିକାଂଶ ବାବୁ ଗାଏବ
  • ନୂଆ ସରକାର ଡରରେ ଥରହର ବିଜେଡି ମାର୍କା ବାବୁ

ଅର୍ଗସ ବ୍ୟୁରୋ: ବିଜେଡି ସରକାରରେ ଯେମିତି ବାବୁରାଜ ଚାଲୁଥିଲା ଏଥର କିନ୍ତୁ ତାହା ଚଳିବନି । ଅର୍ଥାତ୍‌ ନବୀନ ସରକାରରେ ନେତା ନୁହେଁ ବରଂ ପ୍ରଶାସକ ସର୍ବେସର୍ବା ଥିଲେ । ନିର୍ବାଚିତ ଜନପ୍ରତିନିଧୀ କେବଳ ନାଁକୁ ମାତ୍ର ଦସ୍ତଖତ କରୁଥିଲେ ହେଲେ ଅସଲ ପାୱାର ଥିଲା ଅଫିସରଙ୍କ ହାତରେ । ଯାହାକୁ ନେଇ ରାଜ୍ୟରେ ଅନେକବାର ତୁମ୍ବିତୋଫାନ ହେଉଥିଲା । ନିର୍ବାଚନ ତାରିଖ ଘୋଷଣା ହେବା ପରେ ପୂର୍ବତନ ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ନାଁରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ବିଭାଗ ବଦଳାଯାଇଥିଲା । କିନ୍ତୁ ସୁଜାତା ବିଜେଡି ପାଇଁ କାମ କରିବା ବନ୍ଦ କରିନଥିଲେ । କଥା ହେଲା ବିଜେଡି ସରକାର ଆସିବା ପରେ ପୁଣି ତାଙ୍କର ଦବଦବା ବଢିଥାଆନ୍ତା । ହେଲେ ବିଜେଡି ସରକାର ଯିବା ପରେ ସୁଜାତାଙ୍କ ସମେତ ଅନେକ ଅଫିସର ଚିନ୍ତାରେ । କାରଣ କେତେବେଳେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ସେକଥା କେହି ବି ଜାଣିନାହାନ୍ତି । ବୋଧହୁଏ ସେଇଥି ଲାଗି ଅଧିକାଂଶ ଅଫିସର ଏବେ ଛୁଟିରେ । 

ବିଜେଡି ସରକାରରେ ଚର୍ଚ୍ଚିତ ଆଇଏଏସ୍ ଦମ୍ପତି ଭିକେ ପାଣ୍ଡିଆନ ଓ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ । ନିର୍ବାଚନ ବେଳେ ଦୁଇ ଅଫିସରଙ୍କର ଶାସକ ବିଜେଡି ସହ ରାଜନୈତିକ ଲିଙ୍କ୍ ଓ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ଅଧିକ ଥିଲା । ସେଥିପାଇଁ ଭାରତୀୟ ନିର୍ବାଚନ କମିଶନ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ବିଭାଗ ପରିବର୍ତ୍ତନ କରିଥିଲେ । ତେବେ ନିର୍ବାଚନ ସରିଲା ପରେ ଯେତେବେଳେ ସତ୍ତା ପରିବର୍ତ୍ତନ ହେଲା, ଦୁହିଁଙ୍କ ରଙ୍ଗ ବଦଳି ଗଲା । ପ୍ରଥମେ ୬ମାସର ଲମ୍ୱା ଛୁଟିରେ ଗଲେ IAS ସୁଜାତା ରାଉତ କାର୍ତ୍ତିକେୟନ। ତା’ ପରେ ରାଜନୀତିରୁ ଅବସର ଘୋଷଣା କଲେ ଭିକେ ପାଣ୍ଡିଆନ। କଥା ହେଲା, ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ଏବେ ସେ ଛୁଟି ନେଇଥିବା କାରଣରେ ଦର୍ଶାଇଛନ୍ତି । ପାଣ୍ଡିଆନ ଯେତେବେଳେ ଦିଲ୍ଲୀ ଯାଇଥିଲେ, ସେହି ସମୟ ଭିତରେ ହିଁ ସୁଜାତା ୬ମାସର ଚାଇଲ୍ଡ କେୟାର ଲିଭ ଆପ୍ଲାଇ କରି ବିଦେଶ ଯାଇଛନ୍ତି ବୋଲି ଅଭିଯୋଗ ହୋଇଛି ।

ନବୀନଙ୍କୁ ଘେରି ରହିଥିଲେ ରାଜ୍ୟର ଅଫିସର । ସେମାନେ ଯାହା କହୁଥିଲେ, ନବୀନ ବାବୁ ସେଇୟା କରୁଥିଲେ । ଆଉ ଏହାର ସୁଯୋଗ ନେଇ ମନମାନି କରୁଥିଲେ ଅଫିସର । ହେଲେ ସମୟ ବଦଳିଛି, ପରିସ୍ଥିତି ବି ବଦଳିଛି । ସ୍ପଷ୍ଟ ବହୁମତ ପାଇ ସରକାର କରିଛି ବିଜେପି । ତେଣୁ ଏଥର ଅଫିସର ରାଜ ନୁହେଁ ବରଂ ଜନପ୍ରତିନିଧୀମାନେ ହିଁ ସରକାର ଚଳାଇବେ ବୋଲି କୁହାଯାଉଛି । ମୋଟ୍‌ ଉପରେ, ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରି ରହିଥିବା ଅଫିସର କୋଟେରି ଭାଙ୍ଗି ସାରିଲାଣି । ସୁଜାତାଙ୍କ ପୂର୍ବରୁ ତୃତୀୟ ମହଲାର ପ୍ରଭାବଶାଳୀ ଅଫିସର ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା । ଏମାନଙ୍କ ପରେ ଆର୍.ବାଲାକ୍ରିଷ୍ଣନ, ସୁରେଶ ମହାପାତ୍ର ଓ ମନୋଜ ମିଶ୍ର ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ । ତେବେ ଆଗାମୀ ଦିନରେ ଆଉ କିଏ କିଏ ଚାକିରି ଛାଡୁଛନ୍ତି ତାହାକୁ ନଜର ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Bhubaneswar | Argus News