Videos
|
Odisha

Government Strict Rules / ସମୟସୀମା ଭିତରେ ସେବା ନମିଳିଲେ ତଣ୍ଡ ଗଣିବେ ଦାୟୀ ଅଫିସର… ଦରମାରୁ କଟିବ ଏତିକି ଟଙ୍କାର ଜରିମାନା...

Ritu Das
Browse all articles by Ritu Das
·3 weeks ago·2 min read
ସମୟସୀମା ଭିତରେ ସେବା ନମିଳିଲେ ତଣ୍ଡ ଗଣିବେ ଦାୟୀ ଅଫିସର… ଦରମାରୁ କଟିବ ଏତିକି ଟଙ୍କାର ଜରିମାନା...
India

Key Points

ସରକାରୀ ସେବା ପାଇବା ପାଇଁ ଆଉ ବାରମ୍ବାର ସରକାରୀ କାର୍ଯ୍ୟାଳୟ ଧାଇଁବାକୁ ପଡ଼ିବ ନାହିଁ
ସରକାରୀ ସେବା ପାଇବା ପାଇଁ ଆଉ ବାରମ୍ବାର ସରକାରୀ କାର୍ଯ୍ୟାଳୟ ଧାଇଁବାକୁ ପଡ଼ିବ ନାହିଁ। ଅଫିସରମାନଙ୍କ ପାଖରେ ଗୁହାରି କରିବାକୁ ପଡିବ ନାହିଁ. ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଥିବା ସମସ୍ତ ସରକାରୀ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଲାଗୁ ହୋଇଛି ‘ଅଟୋ-ଅପିଲ୍ ସିଷ୍ଟମ୍‌’। ଏହି ବ୍ୟବସ୍ଥାର ସୁପରିଚାଳନା ପାଇଁ ସାଧାରଣ ପ୍ରଶାସନ ବିଭାଗ ଆଣିଛି ଗାଇଡଲାଇନ୍ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସଓପି)।

ସେବାରେ ଖିଲାପ ହେଲେ କି ବିଳମ୍ବ ହେଲେ ଆପେ ଆପେ ହେବ ଅପିଲ। ଆଉ ଦାୟୀ ରହିବେ ସମ୍ପୃକ୍ତ ଅଧିକାରୀ। ନୂଆ ଏସଓପିରେ କଠୋର ଆର୍ଥିକ ଜରିମାନାର ବ୍ୟବସ୍ଥା ରହିଛି। କାର୍ଯ୍ୟରେ ବିଳମ୍ବ ପାଇଁ ଦାୟୀ ଅଫିସର ଦିନକୁ ୨୫୦ଟଙ୍କା ହିସାବରେ ସର୍ବାଧିକ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ। ଏହି ଜରିମାନା ଅର୍ଥ ସିଧାସଳଖ ବାବୁଙ୍କ ଦରମାରୁ କଟାଯିବ। ସମସ୍ତ ବିଭାଗକୁ ଏହି ଏସଓପି ପଠାଇଛି ସାଧାରଣ ପ୍ରଶାସନ ବିଭାଗ।

ଏହି ନୂଆ ଏସଓପି ଅନୁସାରେ, ଓଡ଼ିଶା ଜନସେବାରେ ସାମିଲ ହୋଇଥିବା ସେବା ପାଇବା ପାଇଁ ଜଣେ ଆବେଦନକାରୀ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଆବେଦନ କରିବା ପରେ ଏକ ସ୍ୱତନ୍ତ୍ର ଆକନଲେଜମେଣ୍ଟ ନମ୍ବର ପାଇବେ। ଯଦି ନିର୍ଦ୍ଦିଷ୍ଟ ଦାୟିତ୍ୱପ୍ରାପ୍ତ ଅଫିସର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉକ୍ତ ଆବେଦନର ସମାଧାନ ନ କରି ସେବା ପ୍ରଦାନରେ ବିଫଳ ହୁଅନ୍ତି, ତେବେ କୌଣସି ଅତିରିକ୍ତ ଆବେଦନ ବିନା ସିଷ୍ଟମ ସ୍ୱୟଂଚାଳିତ ଭାବେ ଉକ୍ତ ମାମଲାକୁ ‘ଅଟୋ-ଅପିଲ୍‌’ ଭାବରେ ପ୍ରଥମ ଅପିଲେଟ୍ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦେବ।

ଏହାସହିତ ସମ୍ପୃକ୍ତ ଦାୟିତ୍ୱପ୍ରାପ୍ତ ଅଫିସରଙ୍କ ପୋର୍ଟାଲ୍ ଆକ୍ସେସ୍ ମଧ୍ୟ ବନ୍ଦ ହୋଇଯିବ। ସେହିପରି ଯଦି ଆପିଲେଟ୍ କର୍ତ୍ତୃପକ୍ଷ ବା ଉପରିସ୍ଥ ଅଧିକାରୀ ୩୦ ଦିନ ମଧ୍ୟରେ ଉକ୍ତ ‘ଅଟୋ-ଅପିଲ’ର ସମାଧାନ ନକରନ୍ତି, ତା’ହେଲେ ମାମଲାଟି ସ୍ୱୟଂଚାଳିତ ଭାବେ 'ଅଟୋ-ରିଭିଜନ୍‌' ମାଧ୍ୟମରେ ରିଭିଜନାଲ୍ କର୍ତ୍ତୃପକ୍ଷଙ୍କ ନିକଟକୁ ପଳାଇଯିବ। ଏହି ସମସ୍ତ ପ୍ରକ୍ରିୟାର ପ୍ରତିଟି ପଦକ୍ଷେପ ସମ୍ପର୍କରେ ଆବେଦନକାରୀ ତଥା ସମ୍ପୃକ୍ତ ଅଧିକାରୀମାନଙ୍କୁ ଏସଏମଏସ, ହ୍ୱାଟ୍ସଆପ୍ ବା ଆମ ସାଥୀ ଚାଟ୍ ବଟ୍ ମାଧ୍ୟମରେ ଓ ଇମେଲ୍ ଜରିଆରେ ସୂଚନା ମିଳିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନୂଆ ସରକାର ଆସିବା ପରେ ଡୋର ଷ୍ଟେପରେ ସରକାରୀ ସେବା ଫାଞ୍ଚାଇବାକୁ ଅନେକ ପଦକ୍ଷେପ ନେଇଛନ୍ତି। ହ୍ଵାଟ୍ସଆପ ଚାଟ ବଟ୍ ରେ ବିଭିନ୍ନ ବିଭାଗର ୧୪୦ ସେବା ଉପଲବ୍ଧ ରହିଛି। ଏହା ବାଦ ଲୋକ ସେବା ଅଧିକାର ଅଧୀନରେ ୩୧ଟି ବିଭାଗର ୪୧୭ଟି ସେବା ଅନ୍ତର୍ଭୁକ୍ତ ରହିଛି। ତେବେ ରାଜ୍ୟରେ ପ୍ରଶାସନିକ ପାରଦର୍ଶିତା ସହ ଡିଜିଟାଲ୍ ପ୍ରଶାସନ ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲୋକଙ୍କୁ ସରକାରୀ ସେବା ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ଏହି ପଦକ୍ଷେପ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି କୁହାଯାଉଛି।
Officers Face Fines For Delayed Services, Penalty Deducted From Salary | Argus News