ରାସନ କାର୍ଡ ଇ-କେଓ୍ବାଇସି କରିନଥିଲେ ଘରକୁ ଯିବେ ଅଧିକାରୀ

ରାସନ କାର୍ଡ ଇ-କେଓ୍ବାଇସି କରିନଥିଲେ ଘରକୁ ଯିବେ ଅଧିକାରୀ। କାହିଁକି ରାସନ କାର୍ଡ ଇ-କେଓ୍ବାଇସି କରିନାହାନ୍ତି ସେନେଇ କରିବେ ଯାଞ୍ଚ। ଇ-ଇକେଓ୍ବାଇସି କରିନଥିଲେ ରାସନ କାର୍ଡ ହଠାତ୍ କଟିଯିବ ବୋଲି ଯେଉଁ ଚର୍ଚ୍ଚା ଲଗି ରହିଥିଲା ତାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ପ୍ରକୃତ ହିତାଧିକାରୀ ଯାଂଚ ପାଇଁ ଫିଜିକାଲ ସର୍ଭେ କରାଯିବ। ସର୍ଭେ ସରିବା ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ।
ଏପର୍ଯ୍ୟନ୍ତ ୩୦ ଲକ୍ଷ ୭୩୪ ହଜାର ଲୋକ ଇ-କେଓ୍ବାଇସି କରି ନାହାନ୍ତି। ନୂଆ ପୋର୍ଟାଲରେ ଏବେ ସୁଦ୍ଧା ୫୦ ହଜାର ନୂଆ ରାସନକାର୍ଡ ପାଇଁ ଆବେଦନ କରିଛନ୍ତି ହିତାଧିକାରୀ।ଏବେ ସର୍ଭେ ଜାରି ରହିଛି ଏପ୍ରିଲ୍ ୧୫ ସୁଦ୍ଧା ସର୍ଭେ କାର୍ଯ୍ୟ ସରିଲେ ନୂଆ ରାସନକାର୍ଡ ହିତାଧିକାରୀ ରାସନ ପାଇବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
📱 Get Argus News App
✨ଅନ୍ୟପଟେ ରାସନ କାର୍ଡ କଟିବା ଭୟରେ ଅଧିକାଂଶ ହିତାଧିକାରୀ ରହିଛନ୍ତି। ଯାହାକୁ ମନ୍ତ୍ରୀ କିଛି ମାତ୍ରାରେ ଦୂର କରିଛନ୍ତି। ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ହଠାତ୍ କହାର ରାସନ କାର୍ଡ କାଟି ଦିଆଯିବ ନାହିଁ। ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନଙ୍କ କାର୍ଡ ରହିବ। ଏଥିପାଇଁ ଫିଜିକାଲ୍ ଫିଲ୍ଡ ଭେରିପିକେସନ ହେବ। ଏହାପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।