Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - NEET-UG ୨୦୨୫କୁ ନେଇ ଅଫଲାଇନ୍- ଅନଲାଇନ୍ ଦ୍ଵନ୍ଦର ଘଟିଛି ଅନ୍ତ

Odisha

NEET-UG ୨୦୨୫କୁ ନେଇ ଅଫଲାଇନ୍- ଅନଲାଇନ୍ ଦ୍ଵନ୍ଦର ଘଟିଛି ଅନ୍ତ

Rashmita Mishra
Browse all articles by Rashmita Mishra
·1 year ago·2 min read
NEET-UG ୨୦୨୫କୁ ନେଇ ଅଫଲାଇନ୍- ଅନଲାଇନ୍ ଦ୍ଵନ୍ଦର ଘଟିଛି ଅନ୍ତ

Key Points

NEET-UG ୨୦୨୫କୁ ନେଇ ଅଫଲାଇନ୍- ଅନଲାଇନ୍ ଦ୍ବନ୍ଦ୍ବର ଘଟିଛି ଅନ୍ତ
ପେନ୍- ପେପରରେ ପରୀକ୍ଷା ଲାଗି NTAର ନିଷ୍ପତ୍ତିକୁ ସବୁ ମହଲରୁ ସ୍ବାଗତ
ଆୟୁର୍ବେଦ ଓ ହୋମିଓପ୍ୟାଥୀ ପଠ୍ୟକ୍ରମ ପାଇଁ ବି NEET-UG ବାଧ୍ୟତାମୂଳକ
BSC ନର୍ସିଂରେ ନାମଲେଖା ପାଇଁ ବି NEET-UGରେ ଉତ୍ତୀର୍ଣ୍ଣ ହେବାକୁ ପଡି଼ବ
ଅନଲାଇନରେ ପରୀକ୍ଷା ହେବା ଚର୍ଚ୍ଚାକୁ ନେଇ ଚିନ୍ତାରେ ଥିଲେ ୫ ଲକ୍ଷ ପରୀକ୍ଷାର୍ଥୀ
ଅଫଲାଇନରେ ପରୀକ୍ଷା ନେଇ NTAର ଘୋଷଣା ପରେ ମିଳିଛି ବଡ଼ ଆଶ୍ବସ୍ତି

ଅର୍ଗସ ବ୍ୟୁରୋ: NEET-UG ୨୦୨୫ ଅନଲାଇନରେ ହେବ ନା ଅଫ୍ ଲାଇନରେ ହେବ ଏହି ଦ୍ବନ୍ଦ୍ବର ଘଟିଛି ଅନ୍ତ। ଗତକାଲି National Testing Agency ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା। ଆସନ୍ତା ମେ ମାସରେରେ ହେବାକୁ ଥିବା ନିଟ ୟୁଜି ପରୀକ୍ଷା ଏଥର ବି ହେବ ଅଫ ଲାଇନ ଅର୍ଥାତ ପେନ & ପେପରରେ ମୋଡ଼ରେ ହେବ। ଏଥିସହ ୨୫ ଲକ୍ଷରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀଙ୍କ ଦ୍ଵନ୍ଦ ଦୂର ହୋଇଛି। ଅଫ ଲାଇନ ପରୀକ୍ଷା କରିବା ନିଷ୍ପତିକୁ ସବୁ ମହଲରୁ ସ୍ବାଗତ କରାଯାଇଛି। ଅଫ ଲାଇନ ମୋଡ଼ରେ ପରୀକ୍ଷା ହେଲେ ପରୀକ୍ଷାର୍ଥୀଙ୍କୁ ଅନ ଲାଇନ ସିଷ୍ଟମ ହ୍ୟାକ, କମ୍ପୁଟରରେ ଯାନ୍ତ୍ରିକ ତ୍ରୁଟି ଏବଂ ଟେକ୍ନୋଲୋଜି ଜନିତ ଅସୁବିଧା ସାମ୍ନା କରିବାକୁ ପଡ଼ିବନି ବୋଲି କହିଛନ୍ତି ଶିକ୍ଷାବିତ। ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀ ମାନେ ମଧ୍ୟ ନିଟ ୟୁଜି ଦେଉଛନ୍ତି। ଅନେକ ପରୀକ୍ଷାର୍ଥୀ ଅନ ଲାଇନ ବା CBT ମୋଡ଼ରେ ଅଭ୍ୟସ୍ତ ନାହାନ୍ତି ତେଣୁ ଏହା ଏକ ଉଚିତ ପଦକ୍ଷେପ। ଏତେ ବଡ଼ ପରୀକ୍ଷା ହଠାତ ଅନ ଲାଇନ ମୋଡ଼ରେ କରିବା ରିସ୍କ ହୋଇପାରେ ବୋଲି କୁହାଯାଉଛି ।


ଏମବିବିଏସ ପାଇଁ ସାରା ଦେଶରେ ପ୍ରାୟ ୧ଲକ୍ଷ ୮୦୦ ସିଟ୍ ରହିଛି। ସେଥିରୁ ସରକାରୀ ମେଡିକାଲ କଲେଜରେ ପ୍ରାୟ ୫୬ ହଜାର ଏବଂ ଘରୋଇ ମେଡିକାଲ କଲେଜରେ ୫୨ ହଜାର ସିଟ୍ ରହିଛି। ଆସନ୍ତା ମେ ମାସରେ ହେବାକୁ ଥିବା NEET-UG ଦେଶର ପ୍ରାୟ ୨୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଦେବାକୁ ଯାଉଛନ୍ତି। ତେଣୁ ଅନଲାଇନ ମୋଡରେ ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀ ପ୍ରସ୍ତୁତ ନଥିବା ବେଳେ ଏନଟିଏର ନିଷ୍ପତ୍ତି ସେମାନଙ୍କ ପାଇଁ ଆଶ୍ବସ୍ତି ଆଣିଦେଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ନ୍ୟାସନାଲ ମେଡିକାଲ କମିସନ ଅଧିନିୟମରେ ଆସୁଥିବା ଅନ୍ୟ ମେଡିକାଲ ବୋର୍ଡ ଯଥା BAMS, BUMS, BSMS ପାଠ୍ୟକ୍ରମ ଏବଂ ରାଷ୍ଟ୍ରୀୟ ହୋମିଓପାଥି କମିଶନ ଅଧିନରେ ଥିବା BHMS ପାଠ୍ୟକ୍ରମରେ ନାମଲେଖା ପାଇଁ ବି NEET-UG ବାଧ୍ୟତାମୂଳକ କରାଯାଇଛି। ତା ବ୍ୟତୀତ ବିଏସସି ନର୍ସିଂ କୋର୍ସରେ ନାମଲେଖା ପାଇଁ NEET-UGରେ କ୍ବାଲିଫାଏ କରିବାକୁ ପଡ଼ିବ।



Sponsored
offline-online-confusion-over-neet-ug-2025 | Argus News