Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡ୍ରାଇଭର ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ପ୍ରଭାବିତ, ଆଜିଠୁ ଦେଖାଦେଇପାରେ ତୈଳ ଅଭାବ

Smruti Parija
Browse all articles by Smruti Parija
·1 year ago·1 min read
ଡ୍ରାଇଭର ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ପ୍ରଭାବିତ, ଆଜିଠୁ ଦେଖାଦେଇପାରେ ତୈଳ ଅଭାବ

Key Points

ଡ୍ରାଇଭର ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ପ୍ରଭାବିତ

ଦୁଇ ଦିନ ହେଲା ଟାଙ୍କିକୁ ଆସୁନାହିଁ ପେଟ୍ରୋଲ ଡିଜେଲ ଗାଡି

ଭାରତ ବନ୍ଦ ଡାକରା ଯୋଗୁଁ ଭୁବନେଶ୍ୱରରେ ବନ୍ଦ ରହିଛି ପେଟ୍ରୋଲ ଟାଙ୍କି

ଡ୍ରାଇଭର ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ପ୍ରଭାବିତ । ଦୁଇ ଦିନ ହେଲା ଟାଙ୍କିକୁ ଆସୁନାହିଁ ପେଟ୍ରୋଲ ଡିଜେଲ ଗାଡି । ଟାଙ୍କିକୁ ଗାଡି ନ ଆସିଲେ ଆଜିଠୁ ଦେଖା ଦେଇପାରେ ତୈଳର ଅଭାବ। ଅନେକ ପେଟ୍ରୋଲ ଟାଙ୍କିରେ ଖାଲି ହୋଇଯିବ ପେଟ୍ରୋଲ ଡିଜେଲ । ପାରାଦ୍ୱୀପ, ବାଲେଶ୍ୱର, ଜଟଣୀ, ଝାରସୁଗୁଡାର ତେଲ ଡିପୋରେ ଧର୍ମଘଟ ଜାରି ରହିଲେ ତୈଳ ପରିବହନ ପାଇଁ ହସ୍ତକ୍ଷେପ କରିବେ ଜିଲ୍ଲା ଏସପି । ଭାରତ ବନ୍ଦ ଡାକରା ଯୋଗୁଁ ଭୁବନେଶ୍ୱରରେ ବନ୍ଦ ରହିଛି ପେଟ୍ରୋଲ ଟାଙ୍କି ।


ଡ୍ରାଇଭର ସଂଘର ଆନ୍ଦୋଳନରେ ହନ୍ତସନ୍ତ ଲୋକେ। ଗନ୍ତବ୍ୟ ସ୍ଥଳକୁ ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ରାଜ୍ୟବ୍ୟାପୀ ପରିବହନ ବ୍ୟବସ୍ଥା ଏକ ପ୍ରକାର ଠପ୍ ହୋଇଛି । ବସଷ୍ଟାଣ୍ଡଠାରୁ ଆରମ୍ଭ କରି ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷାରତ ଯାତ୍ରୀ । ସେପଟେ ସରକାରଙ୍କ ସହ ଆଲୋଚନା ହୋଇ ନ ପାରିବାରୁ ଆଜି ଆହୁରି ଜୋରଦାର ହେବ ଓଡିଶା ଡ୍ରାଇଭର ମହାସଂଘ ଧାରଣା l ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ ଡାକରା ହୋଇଥିଲା l ପରିବହନ କମିଶନ ଓ ସେକ୍ରେଟାରୀ ଉପସ୍ଥିତ ଥିଲେ କିନ୍ତୁ ମନ୍ତ୍ରୀ ଅନୁପସ୍ଥିତ ଥିବାରୁ ଠିକ ଭାବରେ ଆଲୋଚନା ହୋଇପାରି ନାହିଁ । ଯାହାଫଳରେ ଆଜି ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ଧାରଣା ଦେବୁ l ଯେଉଁ ପର୍ଯ୍ୟନ୍ତ ସରକାର ଦାବୀ ନ ଶୁଣନ୍ତି ଧାରଣା ଚାଲୁ ରହିବ ବୋଲି କହିଛି ଡ୍ରାଇଭର ସଙ୍ଘ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
oil-transportation-affected-due-to-drivers-strike-oil-shortage-may-occur-from-today | Argus News