ପ୍ରକାଶ ପାଇଲା OJEE-୨୦୨୫ ରେଜଲ୍ଟ
·1 year ago

Key Points
ପ୍ରକାଶ ପାଇଲା ଓଜେଇଇ ପରୀକ୍ଷାଫଳ
ବି ଫାର୍ମା ରେ ଯତୀନ ମେହେର ଟପ୍ପର
ଲାଟେରାଲ ଏଣ୍ଟ୍ରି ଡିପ୍ଲୋମା ରେ ଗୌରବ ସ୍ୱାଇଁ ଟପ୍ପର
ପ୍ରକାଶ ପାଇଲା ଓଜେଇଇ ପରୀକ୍ଷାଫଳ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ହେଲା । ଫଳାଫଳ ପୁସ୍ତିକା ଉନ୍ମୋଚନ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ । ବି ଫାର୍ମାରେ ଯତୀନ ମେହେର ଟପ୍ପର । ଲାଟେରାଲ ଏଣ୍ଟ୍ରି ଡିପ୍ଲୋମାରେ ଗୌରବ ସ୍ୱାଇଁ ଟପ୍ପର । ଲାଟେରାଲ ଏଣ୍ଟ୍ରି ବିଏସସିରେ ସାକ୍ଷୀ କୁମାରୀ । ଲାଟେରାଲ ଏଣ୍ଟ୍ରି ଫାର୍ମାରେ ସାଗରିକା ଦାସ । ଏମବିଏରେ ଅନୁରାଗ ମିଶ୍ର ଟପ୍ପର ହୋଇଥିବା ବେଳେ ଏମସିଏରେ ଏସ ସିସେନ୍ଦ୍ରୀ ଟପ୍ପର ହୋଇଛନ୍ତି ।
ପ୍ରେସମିଟରେ ସୂଚନା ଦେଲେ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । www.ojee.nic.in ୱେବ ସାଇଟରେ ପରୀକ୍ଷାର୍ଥୀ ନିଜର ଫଳ ଦେଖିପାରିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: