OJS ପରୀକ୍ଷା ଫଳ, ଏଥର ମଧ୍ୟ ବାଜି ମାରିଛନ୍ତି ମହିଳା
·1 year ago

ପ୍ରକାଶ ପାଇଲା OJS ପରୀକ୍ଷା ଫଳ । ଏଥର ମଧ୍ୟ ବାଜି ମାରିଛନ୍ତି ମହିଳା। ପରୀକ୍ଷାରେ ୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । କୃତକାର୍ଯ୍ୟଙ୍କ ମଧ୍ୟ୍ୟରେ ଅଛନ୍ତି ୨୪ ଜଣ ଛାତ୍ରୀ । ନୟାଗଡ଼ ଖଣ୍ଡପଡାର ସୋମେଶ ରଣବିଜୁଳି ଟପ୍ପର ହୋଇଛନ୍ତି ।
ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଜଣ ଝିଅ ରହିଛନ୍ତି । ୨୦୨୩ ମସିହାରେ ହୋଇଥିଲା ପରୀକ୍ଷା । ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ (ଓପିଏସସି) ୱେବସାଇଟରେ ଓଜେଏସ୍ ପରୀକ୍ଷା ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ତେବେ ସୋମେଶ ରଣବିଜୁଳି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟରେ ଅଛନ୍ତି ଅରୁଣିମା ପତି, ପାୟଲ ଆତ୍ତା ତୃତୀୟ ସ୍ଥାନରେ ରହିଛନ୍ତି ।
OJS Results Out pic.twitter.com/CAYCOniRJt
— Mukul Mishra (@satyendumishra1) March 13, 2025
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
