Videos
|
Odisha

ବାମରା ବନାଖଣ୍ଡରେ ବୃଦ୍ଧା ମାଈ ହାତୀର ମୃତ୍ୟୁ

Ritu Das
Browse all articles by Ritu Das
·1 year ago
ବାମରା ବନାଖଣ୍ଡରେ ବୃଦ୍ଧା ମାଈ ହାତୀର ମୃତ୍ୟୁ

Key Points

କୁସାରକାନି ସଂରକ୍ଷିତ ଜଙ୍ଗଲରେ ଏକ ବୃଦ୍ଧା ମାଈ ହାତୀର ମୃତ୍ୟୁ

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଖଳାଶୁଣି ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ କୁସାରକାନି ସଂରକ୍ଷିତ ଜଙ୍ଗଲରେ ଏକ ବୃଦ୍ଧା ମାଈ ହାତୀର ମୃତ୍ୟୁ ଘଟିଥବା ଜଣାପଡିଛି। ହାତୀଟି ଦୀର୍ଘ ତିନି ମାସ ହେବ ବାର୍ଦ୍ଧକ୍ୟତା କାରଣରୁ ଗୋଠଛଡା ହୋଇ ଜଙ୍ଗଲରେ ଏକାକୀ ବୁଲୁଥିଲା। ପରେ ବନ କର୍ମଚାରୀଙ୍କ ନଜରରେ ଆସିବାରୁ ତିନି ମାସ ହେବ ହାତୀର ପଛେ ପଛେ ବୁଲି ବୁଲି ଖାଇବା, ପିଇବା ଆଦି ଦିଆ ଯାଉଥିଲା। ହଠାତ ଗତ କାଲି ରାତିରେ ହାତୀଟିର ମୃତ୍ୟୁ ହୋଇଛି।


ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ମୃତ ହାତୀର ଶବ ବ୍ୟବଚ୍ଛେଦ ପରେ ଜଙ୍ଗଲରେ ପୋତି ଦିଆ ଯାଇଛି। ମୃତ ହାତୀଟିର ବୟସ ୫୦ ବର୍ଷରୁ ଉର୍ଦ୍ଧ୍ବ ହେବ ବୋଲି ବିଭାଗ ସୂଚନା ଦେଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
old-female-elephant-dies-in-bamra-banakhand | Argus News