ନଦୀରେ ବୁଡ଼ି ବୃଦ୍ଧ ମୃତ
·1 year ago·1 min read

Key Points
ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗ୍ରାମ ନିକଟରେ ଅଘଟଣ
ଧନେଇ ନଦୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି
ମୃତକ ହେଲେ ପୋଲସରା ସୂର୍ଯ୍ୟ ନଗରର ସୂର୍ଯ୍ୟ ପ୍ରଧାନ
ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗ୍ରାମ ନିକଟ ଧନେଇ ନଦୀରେ ବୁଡ଼ି ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପୋଲସରା ସୂର୍ଯ୍ୟ ନଗରର ସୂର୍ଯ୍ୟ ପ୍ରଧାନ। ସେ ଆଜି ନଦୀ କୁ ଗାଧୋଇବାକୁ ଯାଇଥିବାବେଳେ ଅସାବଧାନତା ବଶତଃ ପାଣିରେ ବୁଡ଼ି ଯାଇଥିଲେ। ବହୁ ସମୟଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ବହୁ ଆଡେ ଖୋଜାଖୋଜି ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସୂର୍ଯ୍ୟଙ୍କୁ ନଦୀରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: