Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମଦ୍ୟପ ଯୁବକଙ୍କୁ ଗିରଫ ପାଇଁ ଧାରଣାରେ ଗ୍ରାମବାସୀ 

Manini Pattanayak
Browse all articles by Manini Pattanayak
·2 years ago·1 min read
ମଦ୍ୟପ ଯୁବକଙ୍କୁ ଗିରଫ ପାଇଁ ଧାରଣାରେ ଗ୍ରାମବାସୀ 

କଟକ:  ମଦ୍ୟପ ଯୁବକଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ  ଥାନା ଅଞ୍ଚଳରେ । ବାଙ୍କୀ ଥାନା ସାହାଡ଼ାପଦା ଗାଁରେ ଶିଲୁ ସ୍ୱାଇଁ ନାମକ ଯୁବକ ସେହି ଗାଁ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ବାଙ୍କୀ ଡ଼ାକ୍ତର ଖାନା ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଅଭିଯୁକ୍ତ ଶିଲୁ ସ୍ୱାଇଁ ନାଁରେ ମଦ୍ୟ ପାନ କରି ଗାଳି ଗୁଲଜ କରିବା ସହିତ ଲୋକଙ୍କୁ ମାରଣାନ୍ତକ ଆକ୍ରମଣ କରୁଥିବା ଥାନାରେ ଅଭିଯୋଗ ହୋଇଥିଲା ।

ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନେ ନେଇ ନଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ଥାନା ସମ୍ମୁଖରେ ଧାରଣା ଦେଇଥିବା ଗ୍ରାମବାସୀଙ୍କୁ ଉଠିଯିବାକୁ ଧମକ ଦେଉଛନ୍ତି ବାଙ୍କୀ ଥାନା ଅଧିକାରୀ ଶିବ ଚରଣ ବେହେରା । ସେପଟେ ଅଭିଯୁକ୍ତ ଶିଲୁ ସ୍ବାଇଁଙ୍କୁ ଗିରଫ କରା ନ ଗଲେ ଧାରଣାରୁ ଓହରିବେ ନାହିଁ ବୋଲି ଚେତାବନି ଦେଇଛନ୍ତି ଗ୍ରାମବାସୀ ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Villagers in strike to arrest drunken youth | Argus News