ବୟସ ସତୁରି, ଜରାଜୀର୍ଣ୍ଣ ଶରୀର...

ନବରଙ୍ଗପୁର: ବୟସ ସତୁରି ପାଖାପାଖି। ଜରାଜୀର୍ଣ୍ଣ ହୋଇପଡିଛି ଶରୀର। ଏଭଳି ପରିଣତି ବୟସରେ ଲୁହାପିଟି ପେଟ ପୋଶୁଛନ୍ତି ବୃଦ୍ଧ କେଶବ । ହେଲେ ଆଜି ଯାଏଁ ଏଭଳି ଗରିବ ହିତାଧିକାରୀଙ୍କୁ ଭତ୍ତା ଯୋଗେଇବାରେ ବିଫଳ ପ୍ରଶାସନ। ଲୋହରା ଶାଳ ଆଜି ତାଙ୍କର ଏକ ମାତ୍ର ସାହା ଭରଷା । ଏକ ଦରଗଢା ଘରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ କଟୁଛି ଜୀବନ। ଏପଟେ ପରିହାସ କଲା ଭଳି ପ୍ରଶାସନିକ ଅଧିକାରୀ ତାଙ୍କ ଦୁଆରକୁ ଯାଇ ସମସ୍ୟାକୁ ଦେଖି ଭତ୍ତା ଯୋଗେଇଦେବାର ପ୍ରତିଶୃତି ମଧ୍ୟ ଦେଇଥିଲ॥ ଏବଂ ବ୍ୟାଙ୍କ ଜମା ଖାତା ଟିଏ ମଧ୍ୟ ଖୋଲିବାକୁ କହି ଆସିଥିଲେ। ଯାହା କି ଆଜକୁ ଛଅ ମାସ ହେଲାଣି ବୃଦ୍ଧା ଜଣକ ଜମାଖାତା ଖୋଲି ପ୍ରତିମାସରେ ଯାଇ ଭତ୍ତା ଆସିଥିବ ଭାବି ଖାତା ଚେକ କରି ଶେଷରେ ନିରାଶ ହୋଇ ଘରକୁ ଫେରିଥାନ୍ତି। ଏହା ପ୍ରଶାସନର ପରିହାସ ନୁହେଁ ତ ଆଉ କଣ। ଝରିଗାଁ ବ୍ଲକ କୂଟ୍ରିଛାପର ଗ୍ରାମପଂଚାୟତ ଅନ୍ତର୍ଗତ ରେଖାମାଳ ଗ୍ରାମର ବାସିନ୍ଧ କେଶବ ଲୋହରା। ଓଳିଏ ଖାଇଲେ ଓଳିଏ ଉପବାସ। ପାଞ୍ଚ କେଜି ଚାଉଳ ଆଉ କେତେଦିନ ଭୋକ ମେଣ୍ଟାଉଥାନ୍ତା।
କେବେକେବେ ଗାଁ ଲୋକେ ମୁଠାଏ ଦେଲେ ସେଥିରେ ଦିନ ଚଳିଯାଏ, କିମ୍ବା ଲୋହରା ଶାଳରେ କାମ କରି ଯାହା କିଛି ମିଳିଯାଏ ସେଥିରେ ଗୁଜରାଣ ମେଣ୍ଟିଥାଏ। ବୃଦ୍ଧ ଜଣଙ୍କ ର ସାହା ଭରସା ବୋଲି କେହି ନଥିବା ବେଳେ ତାର ସେଇ ଜରାଜୀର୍ଣ ଶରୀରଟା ଆଉ କେତେଦିନ ତାର ସାଥ ଦେବ, ଆଉ କେତେ ଦିନ ଲୁହା ସହିତ ନିଜକୁ ଜାଳୁଥିବ। ଯୋଜନା ଉପରେ ଉପଯୁକ୍ତ ହିତାଧିକାରୀଙ୍କ ହକ ଥିବାବେଳେ ଗରିବଙ୍କ ଯୋଜନା ଉପରେ ଅଧିକାରୀ ବାବୁମାନଙ୍କ ହକ କିନ୍ତୁ ଅଧିକ। . ସେମାନେ ନ ଚାହିଁଲେ ହିତାଧିକାରୀ ତାର ହକ ପାଇବା କଷ୍ଟସାଧ୍ୟ ଯାହା ପ୍ରମାଣ କରୁଛି ଏହି ବୃଦ୍ଧଙ୍କ ଘଟଣାରୁ । ଏ ସମ୍ପର୍କରେ ସରପଞ୍ଚ ତାଙ୍କ ପ୍ରତିକ୍ରିୟାରେ ବୃଦ୍ଧାଙ୍କ ଲାଗି ବ୍ଲକ କର୍ତୃପକ୍ଷ ଙ୍କୁ ଜଣେଇବା ନେଇ କହିଛନ୍ତି ତେବେ ସରପଞ୍ଚ କେବେ ଜଣେଇବେ ଆଉ ସରପଞ୍ଚଙ୍କ କଥାକୁ ବାବୁ ମାନେ କେତେ ଗୁରୁତ୍ୱ ଦେବେ ତାହା ସମୟ କହିବ।
ଅଧିକ ଦେଖନ୍ତୁ: