Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପାହାଡ଼ରୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର

Odisha

ପାହାଡ଼ରୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର

Smruti Parija
Browse all articles by Smruti Parija
·2 years ago·1 min read
ପାହାଡ଼ରୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର

ଖଣ୍ଡପଡା: ଘଞ୍ଚ ଜଙ୍ଗଲ । ତା ଭିତରେ ଟିକେ ଆଗକୁ ଗଲେ ଏକ ପାହାଡ । ବଡ ବଡ ପଥର, ଅଙ୍କା ବଙ୍କା ରାସ୍ତା ଦେଇ ଗତି କରିବା ପରେ ପଡେ ପାହାଡ ଭିତରେ ଗୁମ୍ଫା ଟିଏ । କିଟ୍ କିଟ୍ ଅନ୍ଧାରକୁ ଚଢେଇଙ୍କ ଶବ୍ଦ କୌଣସି ହରର୍ ଫିଲ୍ମର ଦୃଶ୍ୟ ଠୁ କମ୍ ନୁହେଁ । ହେଲେ ଏହାରି ଭିତରେ ଅଛନ୍ତି ମା' ଷୋଳରାଣୀ । କାହିଁ କେବେଠୁ ଅପୂଜା ହୋଇ ରହିଆସୁଛନ୍ତି । ହେଲେ ଏବେ ମା' ଙ୍କ ମୂର୍ତ୍ତିକୁ ଉଦ୍ଧାର କରାଯାଇଛି ।  

ଖଣ୍ଡପଡା ବ୍ଲକ ରାଣିପଡା ଗ୍ରାମରେ ରହିଛି ଷୋଳ ରାଣୀ ଗୁମ୍ଫା । ପୂର୍ବକାଳରେ ରାଜା ରାଜୁଡା ସମୟରେ ଜଙ୍ଗଲ ପାହାଡ ଘେରା ଏହି ଗୁମ୍ଫା ଭିତରେ ମା' ଷୋଳରାଣି ପୂଜା ପାଉଥିବାନେଇ ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳିଛି  । ତେବେ କାଳକ୍ରମେ ପୂଜା ବନ୍ଦ ହୋଇଯାଇଥିବା ବେଳେ ମା' ଙ୍କ ବିଗ୍ରହ ଓ ଅଳଙ୍କାର ଚୋର ମାନେ ଚୋରି କରିନେଇଥିଲେ । ବୃନ୍ଦାବନରୁ ଆସିଥିବା ଜଣେ ସାଧୁ ରାଣିପଡା ଗ୍ରାମରେ ପ୍ରବଚନ ଦେଉଥିଲେ । ତେବେ ସାଧୁଙ୍କୁ ମା' ସ୍ଵପ୍ନାଦେଶ ଦେବାପରେ ଗ୍ରାମବାସୀମାନେ ଷୋଳରାଣି ଗୁମ୍ଫା ନିକଟରେ ଖୋଜା ଖୋଜି କରି ମା'ଙ୍କ ବିଗ୍ରହଟି ମାଟି ତଳେ ପୋତି ହୋଇଥିବା ଦେଖିବାକୁ ପାଇଥିଲେ । ମୂର୍ତ୍ତିକୁ ପାଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । 

ମା' ଷୋଳରାଣି ଠାକୁରାଣୀଙ୍କ ବିଗ୍ରହ ମିଳିବା ଶୁଣିବା ପରେ ଶ୍ରଦ୍ଧାଳୁଙ୍କ ଭିଡ ଯମୁଥିବା ଦେଖିବାକୁ ମିଳିଛି ।  ଗ୍ରାମବାସୀ ମାନେ ଏକାଠି ହୋଇ ମାଙ୍କ ପୀଠର ଉନ୍ନତି ପାଇଁ ଅଣ୍ଟା ଭିଡିଛନ୍ତି । ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି । 

ଏହି ପୀଠକୁ ସରକାର ଉନ୍ନତିକରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କଲେ ଏହି ପୀଠ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ହୋଇପାରିବ ସେଥିରେ ଦ୍ୱିଧା ନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Painting
Sponsored
old-statue-of-goddess-maa-solarani-rescued-from-a-mountain-of-khandapada | Argus News