Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଶ୍ଚର୍ଯ୍ୟ;ଜୁଇରେ ଜଳିବା ପୂର୍ବରୁ ଜୀଇଁ ଉଠିଲେ ବୃଦ୍ଧା

Smruti Parija
Browse all articles by Smruti Parija
·10 months ago·1 min read
ଆଶ୍ଚର୍ଯ୍ୟ;ଜୁଇରେ ଜଳିବା ପୂର୍ବରୁ ଜୀଇଁ ଉଠିଲେ ବୃଦ୍ଧା

Key Points

କିଛି ସମୟ ପରେ ଜୁଇରେ ଜଳିଥାନ୍ତେ

ହେଲେ ଶେଷକୃତ୍ୟ ସମ୍ପନ୍ନ ବେଳେ ଚିହିଁଙ୍କି ଉଠିଲେ ବୃଦ୍ଧା

ପୁରୀରେ ଚହଳ

ପୁରୀ ସ୍ବର୍ଗଦ୍ୱାରରେ ଚିହିଁଙ୍କି ଉଠିଲା ଶବ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସ୍ୱର୍ଗଦ୍ୱାରରେ । ଗଞ୍ଜାମ ପୋଲସରା ଅଞ୍ଚଳର ୮୬ ବୟସର ପି ଲଷ୍ମୀ ପୁରୀ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ପରିବାର ଲୋକ ନେଇଆସିଥିଲେ । କିନ୍ତୁ ସେଠାରେ ମୃତ୍ୟୁ ହୋଇଥିବା ପି ଲଷ୍ମୀ ହଠାତ୍ ବଞ୍ଚିକି ଉଠିଲେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଥିଲେ ।


ସୂଚନାନୁଯାୟୀ ଆଜି ଅପରାହ୍ନ ସମୟରେ ପି ଲଷ୍ମୀ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକ ଆମ୍ବୁଲାନ୍ସ ଯୋଗେ ପୁରୀ ସ୍ବର୍ଗଦ୍ୱାରକୁ ଆଣିଥିଲେ । ସ୍ୱର୍ଗଦ୍ୱାରର କର୍ମଚାରୀମାନେ ମୃତକଙ୍କ ପରିବାରଙ୍କୁ ମେଡିକାଲ ରିପୋର୍ଟ ମାଗିଥିଲେ ଏବଂ ତାଙ୍କ ପରିବାର ଲୋକ ରିପୋର୍ଟ ଆଣିନଥିବାରୁ ତାଙ୍କୁ ଅପେକ୍ଷା କରାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିଛି ସମୟ ପରେ ସ୍ବର୍ଗଦ୍ୱାରର କର୍ମଚାରୀମାନେ ଶବ ପାଖକୁ ଯାଇଥିଲେ ଓ ସେଠାରେ ଦେଖିଲେ ଶବଟି ବଞ୍ଚିଛି । ଏହାପରେ ପି ଲଷ୍ମୀଙ୍କ ପରିବାର ଲୋକ ଓ ସ୍ୱର୍ଗଦ୍ୱାରର କର୍ମଚାରୀ ମିଶି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ପି ଲଷ୍ମୀ ଏବେ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସେପଟେ ପି ଲଷ୍ମୀଙ୍କ ପରିବାର ଲୋକେ କହିଛନ୍ତି ସ୍ବର୍ଗଦ୍ୱାରରେ ମୃତ ମା' ଙ୍କ ଜୀବନ ଫେରିଛି ଏଭଳି ଘଟଣା ପୁରୀରେ ଏକ ଆଲୋଡନ ସୃଷ୍ଟି କରିଛି ।

Sponsored
old-woman-woke-up-during-last-rites-at-puri-swarga-dwara-argus-news | Argus News