Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖୋଲା ଆକାଶ ତଳେ ବିତୁଛି ଜୀବନ 

Odisha

ଖୋଲା ଆକାଶ ତଳେ ବିତୁଛି ଜୀବନ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଖୋଲା ଆକାଶ ତଳେ ବିତୁଛି ଜୀବନ 

ମୟୂରଭଞ୍ଜ: ବିତୁଛି ଅସହାୟ ବୃଦ୍ଧା ଙ୍କ ଜୀବନ । ଏଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ବିଶୋଇ ଗ୍ରାମପଞ୍ଚାୟତ ଅଧୀନ ବିଶୋଇ ଗାଁ ରେ।  ଚାରି ହାତର ବାଉଁଶ ଘେରା ଟିଏ, ଘେରା ଉପରେ ପ୍ଲାଷ୍ଟିକ ଛାଉଣୀ ଆଉ ତାରି ଭିତରେ ବିତୁଛି ରତନୀ ଙ୍କ ଜୀବନ। ଏହାରି ଭିତରେ ରତନୀ ୫/୬ ବର୍ଷ କାଟି ସାରିଲେଣି। ବୟସ ୮୦ ରୁ ଉର୍ଦ୍ଧ, ଚୁଟି ସବୁ ଝଟ ଭଳି ଧଳା ହୋଇଗଲାଣି। ଆପଣା ଲୋକ ଥାଇ ନଥିଲା ପରି। ବୟସର ଅପରାହ୍ନ ରେ ଅସହାୟ ହୋଇ ପଡିଛନ୍ତି। ସରକାରୀ ସହାୟତା କହିଲେ ମାଗଣା ରାସନ ଆଉ ଭତ୍ତା ଗଣ୍ଡାକ। ପରିତାପର ବିଷୟ ଏଭଳି ଜଣେ ନିରାଶ୍ରୟ, ଅସହାୟ ବୃଦ୍ଧା ଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ସରକାର ଙ୍କ ପାଖରେ ଆବାସ ନାହିଁ।

ସରକାରୀ ଆବାସ ଟିଏ ପାଇଁ ବାରମ୍ୱାର ଆବେଦନ କରି ନିରାଶ ହୋଇପଡିଛନ୍ତି ରତନୀ। ଖରା,ବର୍ଷା,ଶୀତ କାକରରେ ଏଇଠି  ବିତୁଥିବା ବେଳେ ରୋଷେଇ ବାସ, ଖିଆ ପିଆ ମଧ୍ୟ ବାଉଁଶ ଘେରା ମଧ୍ୟରେ। ରତନୀ ଙ୍କ ସମସ୍ୟା ବାବଦରେ ବହୁବାର ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲେ ହେଁ ପ୍ରଶାସନ ଏ ଯାଏଁ ନିରାଶ୍ରୟ ରତନୀ ନିକଟରେ ପହଞ୍ଚି ପାରୁନାହିଁ କି ଆବାସ ଟିଏ ଯୋଗାଇଦେଇ ପାରିନାହିଁ। ରତନୀ ଙ୍କ ଏଭଳି ଅବସ୍ଥା ସରକାରଙ୍କ ଆବାସ ଯୋଜନା ର ସ୍ବଚ୍ଛତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଆବାସ ସଫଳତା ର ଡିଣ୍ଡିମ ପିଟୁଥିବା ସରକାର ବାହାଦୁର ବାସହୀନ ରତନୀ ଙ୍କୁ ଆବାସ ଟିଏ ଦେବାରେ କେବେ ତତ୍ପରତା ଦେଖାଉଛି, ତାକୁ ହିଁ ଅପେକ୍ଷା। 

ଅଧିକ ଦେଖନ୍ତୁ: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
old women ratnani struggle life in mayurbhanj saraskana | Argus News