Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଋଷିକୁଲ୍ୟା ମୁହାଣରେ ଅଲିଭ୍‌ ରିଡ଼ଲେଙ୍କ ଗଣ ଅଣ୍ଡାଦାନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଋଷିକୁଲ୍ୟା ମୁହାଣରେ ଅଲିଭ୍‌ ରିଡ଼ଲେଙ୍କ ଗଣ ଅଣ୍ଡାଦାନ

ଋଷିକୁଲ୍ୟା ମୁହାଣରେ ପୁଣି ଥରେ ଗଣ ଅଣ୍ଡାଦାନ କରିଛନ୍ତି ବିରଳ ପ୍ରଜାତି ଅଲିଭ୍‌ ରିଡ଼ଲେ କଇଁଛ । ଚଳିତବର୍ଷ ପ୍ରଥମ ପର୍ଯ୍ୟାୟର ଗଣ ଅଣ୍ଡାଦାନ ରେକ୍ରଡ ସଂଖ୍ୟକ ହୋଇଥିବା ବେଳେ ପୁଣି ଥରେ ଗତ ୨୧ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି । ଗତ ତିନି ଦିନ ମଧ୍ୟରେ ୧ ଲକ୍ଷ ୨୦ ହଜାର ୩୧ଟି କଇଁଛ ଗଣ ଅଣ୍ଡାଦାନ କରି ଫେରିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୮ ଦିନ ଧରି ଗଣ ଅଣ୍ଡାଦାନ ଚାଲିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଚାଲିଥିବା ଗଣ ଅଣ୍ଡାଦାନ ଆଉ କିଛି ଦିନ ଧରି ଚାଲିବ ବୋଲି ଆଶା କରାଯାଉଛି ।ଦୀର୍ଘ ବର୍ଷ ପରେ ଗୋଟିଏ ବର୍ଷରେ ଦ୍ବିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ହୋଇଥିବା ଯୋଗୁଁ ବନ କର୍ମଚାରୀଠାରୁ ଆରମ୍ଭ କରି ପରିବେଶବିତ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ପୂର୍ବରୁ ବେଳାଭୂମିର ଯେଉଁ ସ୍ଥାନରେ ଅଣ୍ଡାଦାନ ହୋଇଥିଲା ପୁଣି ଥରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସେହି ସ୍ଥାନରେ ଅଣ୍ଡାଦାନ ହେଉଥିବା ଯୋଗୁଁ କିଭଳି ସୁରକ୍ଷିତ ଭାବରେ ବେଳାଭୂମିରୁ କଇଁଛ ଛୁଆ ବାହାରି ସମୁଦ୍ର ମଧ୍ୟକୁ ଯିବେ ସେନେଇ ସୁରକ୍ଷା ବ୍ୟବସ୍ଥାକୁ ବନବିଭାଗ ପକ୍ଷରୁ କଡ଼ାକଡ଼ି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
olive-ridley-public-egg-donation-at-the-mouth-of-the-rushikulya-river | Argus News