Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ଛାଡିବା ପରେ ପଦ୍ମ ପୋଖରୀକୁ ଯିବେ କି ଅନୁଭବ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବିଜେଡି ଛାଡିବା ପରେ ପଦ୍ମ ପୋଖରୀକୁ ଯିବେ କି ଅନୁଭବ ?

Key Points

  • ବିଜେଡି ଛାଡିଲେ ଅନୁଭବ
  • ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର
     

ଅର୍ଗସ ବ୍ୟୁରୋ: ଅପେକ୍ଷାର ଅନ୍ତ ହେଲା, ବିଜେଡି ଛାଡିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହୋଇଛି । କାରଣ ଜଣକ ପରେ ଜଣେ ନେତା ଏବେ ବିଜେଡି ଛାଡିବାରେ ବ୍ୟସ୍ତ ଅଛନ୍ତି । କାରଣ ଗୋଟିଏ ସପ୍ତାହରେ କଟକର ଷ୍ଟାଣ୍ଡିଂ ଏମପି ଭର୍ତ୍ତୃହରି ମହାତାବ ଦଳ ଛାଡିଥିଲେ । ପରେ ପରେ ଦଳ ଛାଡିଲେ କେନ୍ଦ୍ରାପଡ଼ା ବିଜେଡି ସାଂସଦ । ହେଲେ କାହିଁକି ଜଣକ ପରେ ଜଣେ ନେତା ଦଳ ଛାଡୁଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

ପ୍ରଥମେ କଟକ ସାଂସଦ ବିଜେଡି ଛାଡିଥିବା ବେଳେ ଏବେ କେନ୍ଦ୍ରାପଡ଼ା ସାଂସଦ ଦଳ ଛାଡିଛନ୍ତି । କୁହାଯାଉଥିଲା କି ପରିବାର ମାମଲାରେ ଛନ୍ଦି ହେବା ପରେ ଅନୁଭବଙ୍କ ସହ ଗୋଟିଏ ପ୍ରକାର ସମ୍ପର୍କ ଛିନ୍ନ କରିଥିଲା ବିଜୁ ଜନତା ଦଳ । ଆଉ ଏହାରି ଭିତରେ ନିର୍ବାଚନ ଆସିଲାଣି, ପ୍ରାର୍ଥୀ ବି ବଛା ହେଲେଣି । ହେଲେ ଏତିକି ବେଳେ ଅନୁଭବ ଦଳ ଛାଡିବା ପରେ ଚର୍ଚ୍ଚା ଜୋର ଧରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ମୋଟ୍ ଉପରେ ନିର୍ବାଚନକୁ ନେଇ ଟେନସନରେ ବିଜେଡି । କାରଣ ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ଦଳ । ପ୍ରଥମେ ଅରିନ୍ଦମ ରଏ, ପରେ ପରେ ଭର୍ତ୍ତୃହରି ମହତାବ ଆଉ ଏବେ ଅନୁଭବ ବି  ଛାଡିଲେ । ୨୦୧୯ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲଢ଼ିଥିବା ଅନୁଭବ ଗତ କିଛି ବର୍ଷ ଧରି ରାଜନୀତିରେ ସେତେଟା ସକ୍ରିୟ ରହୁନଥିବା ଦେଖିବାକୁ ମିଳିଛି । ବିଶେଷକରି ପାରିବାରିକ କଳହ ଯୋଗୁଁ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳେ ନାହିଁ । ଏମିତିକି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବାର ନଜିର ଆସିନାହିଁ । ତେବେ ଅନୁଭବ ମହାନ୍ତି ବିଜେପିରେ ଯୋଗଦେବା ନେଇ ଗତ କିଛି ଦିନ ହେବ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇ ଆସୁଥିଲା...ହେଲେ ସେ ଚର୍ଚ୍ଚାର ଅବସାନ ହେଲା, ବିଜେଡି ଛାଡିଲେ ଅନୁଭବ ।
 

Sponsored
Ollywood Actor Anubhav Mohanty | Argus News