Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Humane Sagar Ollywood Singer / ଡେଙ୍ଗ ଗାଁରେ ହ୍ୟୁମାନ ନେଲେ କବର; କାନ୍ଦୁଛି ଜନ୍ମମାଟି.. ଝୁରୁଛି ସାରା ଓଡ଼ିଶା...

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଡେଙ୍ଗ ଗାଁରେ ହ୍ୟୁମାନ ନେଲେ କବର; କାନ୍ଦୁଛି ଜନ୍ମମାଟି.. ଝୁରୁଛି ସାରା ଓଡ଼ିଶା...

Key Points

ହ୍ୟୁମାନଙ୍କ ଅକାଳ ବିୟୋଗରେ ସାରା ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଲୋକପ୍ରିୟ ଗାୟକ । ଯାହାଙ୍କ ମନଛୁଆଁ ଗୀତ ଅନେକ ହୃଦୟରେ ଭରେ ରୋମାଞ୍ଚ। ଯାହାଙ୍କ କଣ୍ଠର ମୁର୍ଚ୍ଛନା କୋଟି କୋଟି ଲୋକଙ୍କୁ କରେ ମନ୍ତ୍ରମୁଗ୍ଧ। ସେ କଣ୍ଠ ଆଜି ନିରବି ଯାଇଛି। ଚିର ନିଦ୍ରାରେ ଶୋଇ ଯାଇଛନ୍ତି ହ୍ୟୁମାନ ସାଗର। ସଂଗୀତ ଜଗତରୁ ଏକ ଚିର ଜାଜଲ୍ବମାନ ନକ୍ଷତ୍ରର ଅବସାନ ହୋଇଛି। ପ୍ରିୟ ଗାୟକଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ହଜାର ହଜାର ପ୍ରଶଂସକ। ବଲାଙ୍ଗିର ଟିଟିଲାଗଡ଼ ଡେଙ୍ଗ ଗାଁରେ ହେଲା ତାଙ୍କର ଶେଷକୃତ୍ୟ । ସେପଟେ ହ୍ୟୁମାନ ସାଗରଙ୍କ ଅକାଳ ମୃତ୍ୟୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ମା। ଦେହ ଖରାପ ଥାଇ ବି ହ୍ୟୁମାନଙ୍କୁ ଷ୍ଟେଜ୍ ସୋ କରାଉଥିଲେ ମ୍ୟାନେଜର ଓ ଆୟୋଜକ। ଦୋଷୀଙ୍କ ବିରୋଧରେ ଦୃଢ଼ ଆକ୍ସନ ପାଇଁ ଦାବି କରିଛନ୍ତି।

କାନ୍ଦୁଛି ଜନ୍ମମାଟି । ଝୁରୁଛି ସାରା ଓଡ଼ିଶା । ଅଶ୍ରୁଳ ଓ ଶୋକାକୁଳ ପରିବେଶରେ ସମ୍ପନ୍ନ ହେଉଛି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ଶେଷକୃତ୍ୟ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଡେଙ୍ଗ ଗାଁ CNI ଚର୍ଚ୍ଚରେ ହ୍ୟୁମାନଙ୍କ ମରଶରୀରକୁ କବର୍ ଦିଆଯାଇଛି । ପରିବାର, ସମ୍ପର୍କୀୟ, ଆତ୍ମୀୟ ସ୍ୱଜନ, ସଙ୍ଗୀତ ଦୁନିଆର ସେଲିବ୍ରିଟିଙ୍କ ସହ ହଜାର ହଜାର ସଂଖ୍ୟାରେ ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ । ହ୍ୟୁମାନଙ୍କ ଅକାଳ ବିୟୋଗରେ ସାରା ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

ସେପଟେ ହ୍ୟୁମାନଙ୍କ ଦେହାନ୍ତ ପରେ ତାଙ୍କ ମା' ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ମ୍ୟାନେଜର ଓ ଆୟୋଜକଙ୍କୁ ଦୋଷ ଦେଲେ ହ୍ୟୁମାନଙ୍କ ମା' । 'ଦେହ ଖରାପ ସତ୍ତ୍ବେ ମୋ ପୁଅକୁ ବ୍ୟବହାର କରାଯାଉଥିଲା । ଦେହ ଖରାପ ବେଳେ ପୁଅକୁ ଷ୍ଟେଜ ସୋ' କରାଉଥିଲେ' । ପୁଅ ମୃତ୍ୟୁ ପଛର ଦୋଷୀକୁ ଶୀଘ୍ର ଧରିବା ପାଇଁ ସେ ଦାବି କରିଛନ୍ତି ।

ନିଜ କଣ୍ଠର ଯାଦୁରେ ଓଲିଉଡରେ ସ୍ଵତନ୍ତ୍ର ସ୍ଥାନ ପାଇଥିଲେ ହ୍ୟୁମାନ । ତାଙ୍କର ଗାଇବା ଶୈଳୀ ଏତେ ନିଆରା ଥିଲା ଯେ, ଶ୍ରୋତାଙ୍କ ହୃଦୟକୁ ଛୁଇଁ ଯାଉଥିଲା। ୨୦୧୨ରେ ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିବା ହ୍ୟୁମାନ୍ ୫୦ରୁ ଅଧିକ ସିନେମା ଓ ଶହେରୁ ଅଧିକ ଆଲବମ୍‌ରେ କଣ୍ଠଦାନ କରିଥିଲେ । ତରଙ୍ଗ ଟିଭିର ରିୟାଲିଟି ଶୋ "ଭଏସ୍‌ ଅଫ୍‌ ଓଡ଼ିଶା-ସିଜନ୍‌-୨’ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହି ବିଜୟ ତାଙ୍କୁ ଓଡ଼ିଆ ସଙ୍ଗୀତ ଜଗତରେ ପରିଚୟ ଦେଇଥିଲା । ୨୦୧୫ରେ ହ୍ୟୁମାନଙ୍କର ପ୍ରଥମ ପ୍ଲେବ୍ୟାକ୍‌ ଡେବ୍ୟୁ ହୋଇଥିଲା ତରଙ୍ଗ୍‌ ସିନେ ପ୍ରଡକ୍ସନର ଓଡ଼ିଆ ସିନେମା ‘ଇସ୍କ ତୁ ହି ତୁ’ର ଟାଇଟଲ୍‌ ଟ୍ରାକ୍‌ରୁ । ଏହାପରେ ସେ ପଛକୁ ଫେରି ନଥିଲେ । ହ୍ୟୁମାନଙ୍କ ବିୟୋଗରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Humane Sagar Ollywood Singer | Ollywood is crying for the Singer Humane Sagar. | Argus News