OMC / କଳିଙ୍ଗ ସେଫ୍ଟି ଏକ୍ସିଲେନ୍ସ ଆଓ୍ୱାର୍ଡ-୨୦୨୫ର ୫ଟି ପୁରସ୍କାର ପାଇଲା ଓଡ଼ିଶା ଖଣି ନିଗମ

Key Points
ଓଡ଼ିଶା ଖଣି ନିଗମର ପାଞ୍ଚଟି ଖଣି କଳିଙ୍ଗ ସେଫ୍ଟି ଏକ୍ସିଲେନ୍ସ ପୁରସ୍କାରରେ ସମ୍ମାନିତ ହୋଇଛି । ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ୍ ଏନଭାର୍ଣ୍ଣନମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍ (ଆଇକ୍ୟୁଇଏମଏସ) ଦ୍ୱାରା ଆୟୋଜିତ ୧୬ତମ ଜାତୀୟ ସୁରକ୍ଷା କନ୍କ୍ଲେଭ୍ ୨୦୨୫ରେ ଓଏମସିକୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏହି ସମାରୋହରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଓଏମସିର ୫ଟି କାର୍ଯ୍ୟକ୍ଷମ ଖଣିକୁ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢୀ ଏହି ସମ୍ମାନରେ ସମ୍ମାନିତ କରି ପୁରସ୍କାର ପ୍ରଦାନ କରିଛନ୍ତି।
ଚଳିତ ବର୍ଷ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଏବଂ ସର୍ବୋଚ୍ଚ ସୁରକ୍ଷା ମାନଦଣ୍ଡ ପ୍ରତି ଥିବା ଓଏମସିର ପ୍ରତିବଦ୍ଧତା ପାଇଁ ଏହି ଶୀର୍ଷ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ୫ ପୁରସ୍କାର ଗୁଡ଼ିକ ହେଲା...
୧- ରୋଇଡା ସି ଲୁହା ପଥର ଏବଂ ମାଙ୍ଗାନିଜ୍ ଖଣିକୁ ପ୍ଲାଟିନମ୍ ପୁରସ୍କାର
୨- କୋଡିଙ୍ଗାମାଳି ବକ୍ସାଇଟ୍ ଖଣିକୁ ପ୍ଲାଟିନମ୍ ପୁରସ୍କାର
୩- ଗୁଆଳି ଲୁହା ପଥର ଖଣିକୁ ସ୍ୱର୍ଣ୍ଣ ପୁରସ୍କାର
୪- ତିରିଂପାହାଡ଼ ଲୁହା ଖଣିକୁ ସ୍ୱର୍ଣ୍ଣ ପୁରସ୍କାର
୫- ଆମ୍ପାଭାଲି ଚୂନ ପଥର ଖଣିକୁ ସ୍ୱର୍ଣ୍ଣ ପୁରସ୍କାର
କଳିଙ୍ଗ ସେଫ୍ଟି ଏକ୍ସିଲେନ୍ସ ପୁରସ୍କାର ଓଡ଼ିଶାର ଖଣି ଏବଂ ଶିଳ୍ପ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ସବୁଠାରୁ ସମ୍ମାନଜନକ ମାନ୍ୟତା ମଧ୍ୟରୁ ଅନ୍ୟତମ । OMC ସବୁବେଳେ ଅପରେସନାଲ ସୁରକ୍ଷା, ଡିଜିଟାଲ୍ ଇନ୍ନୋଭେସନ୍ ଏବଂ ପ୍ରିଭେନ୍ସନଙ୍କୁ ଗୁରୁତ୍ୱ ଦେଇ ଆସିଛି । ଯାହାଫଳରେ ସବୁଠି ପ୍ରଶଂସାର ସାଉଁଟିଛି ।
ଏହି ନିଗମ ଲଗାତାର ଭାବେ ଟେକ୍ନୋଲୋଜି ଆଧାରିତ ସମାଧାନକୁ ଯୋଡ଼ିବାରେ ଲାଗିଛି । ଯେମିତିକି ଡିଜିଟାଲ ମନିଟରିଂ, ଅଟୋମେଟେଡ୍ ଆଲର୍ଟ ସିଷ୍ଟମ ଏବଂ ରିଅଲ ଟାଇମ୍ ସେଫ୍ଟୀ ରିପୋର୍ଟିଂ ଟୁଲ । ଯାହାଫଳରେ ବିପଦର ମାତ୍ରାକୁ କମ୍ କରାଯାଇପାରିବ ଓ ସୁରକ୍ଷା ପଦ୍ଧତିକୁ ଅଧିକ ମଜଭୁତ କରାଯିବ । ଏହାସହ ଖଣିରେ ବିଶେଷ ସୁରକ୍ଷା ପଦ୍ଧତି ଆପଣାଇ କମ୍ ସମୟ ଅଧିକରୁ ଅଧିକ କାମ କରାଯାଇପାରିବ ।
ଏହି ପୁରସ୍କାରଗୁଡ଼ିକ ସେଫ୍ଟି ଗଭର୍ଣ୍ଣାନ୍ସକୁ ମଜଭୁତ କରିବା, ଶ୍ରମିକଙ୍କ ଟ୍ରେନିଂକୁ ଆଗକୁ ବଢ଼ାଇବା ଏବଂ ସବୁ ଅଞ୍ଚଳରେ ସୁରକ୍ଷିତ ଓ ନିୟମ ପାଳନ କରି ଦକ୍ଷ ଭାବେ ମାଇନିଂ ଅପେରେସନ୍କୁ ସଫଳ କରିବା, ସୁରକ୍ଷା ଭିତ୍ତିଭୂମିକୁ ଉନ୍ନତ କରିବା ପ୍ରତି OMCର ପ୍ରତିବଦ୍ଧତାକୁ ସୂଚାଏ।
📱 Get Argus News App
✨Related Topics
Explore more stories