Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cruel / ଏମିତି ସ୍ୱାମୀ କାହାକୁ ନମିଳୁ.. ଯୁକ୍ତି ତର୍କରୁ ରାସ୍ତା ଉପର କାଟିଦେଲା ସ୍ତ୍ରୀର ବେକ !

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ଏମିତି ସ୍ୱାମୀ କାହାକୁ ନମିଳୁ.. ଯୁକ୍ତି ତର୍କରୁ ରାସ୍ତା ଉପର କାଟିଦେଲା ସ୍ତ୍ରୀର ବେକ !

Key Points

ପୋଲିସର କହିବା ଅନୁଯାୟୀ, ସେଠାରେ ଉପସ୍ଥିତ ଥିବା କିଛି ଲୋକ ଅଭିଯୁକ୍ତକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ଆହତ ମହିଳାଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ନିଆଯାଇଥିଲା।

ଓଡ଼ିଶାର ବାଲେଶ୍ବରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ମନେଇବା ପାଇଁ ୧୭୫ କିଲୋମିଟର ଯାତ୍ରା କରି ଆସୁଛି । କିନ୍ତୁ ସେଠାରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହେଉଛି । ସାମାନ୍ୟ ଝଗଡ଼ା ମଧ୍ୟ ହେଉଛି । ହେଲେ ଏତିକିରେ ସ୍ୱାମୀ ଜଣକ ଅତ୍ୟନ୍ତ କ୍ଷୁବ୍ଧ ହୋଇଯାଉଛି । ଆଉ ସ୍ତ୍ରୀଙ୍କ ବେକ କାଟି ଦେଉଛି । ଯାହାର ଭିଡିଓ ମଧ୍ୟ ଭଇରାଲ ହୋଇଛି । କିନ୍ତୁ ଏହି ଭିଡିଓ ଆମେ ଆପଣଙ୍କୁ ଦେଖାଇ ପାରିବୁ ନାହିଁ ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୋଲିସ କହିଛି ଯେ ଅଭିଯୁକ୍ତ ଶେଖ୍ ଅମଜାଦ ଏବଂ ତାର ପତ୍ନୀ ମଧ୍ୟରେ ବିବାଦ ଲାଗିରହିଥିଲା। ଏହି କାରଣରୁ ପତ୍ନୀଙ୍କୁ ମନେଇବା ପାଇଁ ଗୁରୁବାର ଅମଜାଦ କଟକରୁ ବାଲେଶ୍ୱରକୁ ଆସିଥିଲା । ସେଠାରେ ପହଞ୍ଚିବା ପରେ, ଦୁହେଁ ରାସ୍ତା କଡ଼ରେ କଥାବାର୍ତ୍ତା କରୁଥିବା ସମୟରେ ଅମଜାଦ ଅଚାନକ ଏକ ଛୁରୀ ବାହାର କରି ପତ୍ନୀଙ୍କ ଗଳା କାଟି ଦେଇଥିଲେ। ଏହି ଘଟଣାର ଭିଡିଓ.. ସେହି ରାସ୍ତାରେ ଯାଉଥିବା ଜଣେ ପଥଚାରୀଙ୍କ ଫୋନରେ କଏଦ ହୋଇଥିଲା । ପରେ ଏହା ଭାଇରାଲ ହେଲା ।

ଭାଇରାଲ ଭିଡିଓରେ ଦେଖାଯାଇଛି, ଅମଜାଦ କେତେବେଳେ ମହିଳାଙ୍କ ସହ କଥା ହେଉଛି ତ କେତେବେଳେ ତାଙ୍କୁ ଆକ୍ରମଣ କରୁଛି, ଆଉ କେତେବେଳେ ତାଙ୍କ ମୁହଁକୁ ଆଘାତ ଦେଉଛି । ପରେ ତାଙ୍କୁ ରାସ୍ତା କଡ଼କୁ ଟାଣି ନେଉଛି । ତା'ପରେ ସେ ତାଙ୍କ ଗଳା କାଟିବାକୁ ବି ଚେଷ୍ଟା କରୁଛି । ଘଟଣା ସମୟରେ, ପାଖରେ ଥିବା ଲୋକମାନେ ଚିତ୍କାର କରି ତାଙ୍କୁ ଛାଡିଦେବାକୁ କହିଥିଲେ ।

ପୋଲିସର କହିବା ଅନୁଯାୟୀ, ସେଠାରେ ଉପସ୍ଥିତ ଥିବା କିଛି ଲୋକ ଅଭିଯୁକ୍ତକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ଆହତ ମହିଳାଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ନିଆଯାଇଥିଲା। ରିପୋର୍ଟ ଅନୁଯାୟୀ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, କିନ୍ତୁ ତାଙ୍କ ଆଘାତର ଗମ୍ଭୀରତା ଯୋଗୁଁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ମେଡିକାଲ କଲେଜକୁ ପଠାଯାଇଛି। ପୋଲିସ କହିଛି ଯେ ଭିଡିଓ ସାମ୍ନାକୁ ଆସିବା ପରେ ଘଟଣା ସ୍ପଷ୍ଟ ହୋଇସାରିଛି । କିନ୍ତୁ ଏହି ଘଟଣାରେ ଆମେ ଅଧିକ ତଦନ୍ତ ଜାରି ରଖିଛୁ । ପୀଡିତାଙ୍କ ବୟାନକୁ ମଧ୍ୟ ଅପେକ୍ଷା କରାଯାଇଛି । ପୀଡ଼ିତାଙ୍କ ବୟାନ ଏହି ଘଟଣା ପାଇଁ ଅଧିକ ଜରୁରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cruel | Cruel | On Camera, Man Travels 175 km To Reconcile With Wife, Then Slits Her Throat | Argus News