Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଧରାପଡିଲା ବିଜେଡିର ନିଯୁକ୍ତି ପ୍ରହସନ

Odisha

ଧରାପଡିଲା ବିଜେଡିର ନିଯୁକ୍ତି ପ୍ରହସନ

Manini Pattanayak
Browse all articles by Manini Pattanayak
·1 year ago·2 min read
ଧରାପଡିଲା  ବିଜେଡିର ନିଯୁକ୍ତି ପ୍ରହସନ

ଭୁବନେଶ୍ୱର:  ଗୋଟେପଟେ ଦାଦନ ଚିତ୍ର,ଅନ୍ୟପଟେ ନେତାଙ୍କ ମିଛ ନିଯୁକ୍ତି ଗପ। ନଥିଲା ନିଯୁକ୍ତି, ଯୁବକ ଏଠି ପାଠପଢି ଯାଉଥିଲେ ଦାଦନ ଖଟି। ବଢୁଥିଲା ଶିକ୍ଷିତ ବେକାରୀଙ୍କ ସଂଖ୍ୟା। ଏପଟେ କିନ୍ତୁ  ବାହସ୍ପଟ୍ ମାରୁଥିଲେ ପୂର୍ବତନ ୨୫ ବର୍ଷର କୁହାଳିଆ ବିଜେଡି ସରକାର। ୪୧ଟି ବିଭାଗ, ୫ଶହରୁ ଅଧିକ ଖୋସାମନ୍ତିଆ ଅବସରପ୍ରାପ୍ତ ବାବୁଙ୍କୁ ମିଳିଥିଲା ନିଯୁକ୍ତି,ଶିକ୍ଷିତ ବେକାରୀ ବଢୁଥିବାବେଳେ ଅବସରକର୍ମଚାରୀଙ୍କୁ ଥଇଥାନ ପ୍ରେମ ଆସିଥିଲା ସାମ୍ନାକୁ।

୪୧ ବିଭାଗରେ ୫ଶହରୁ ଅଧିକ ଖୋସାମନ୍ତିଆ ବାବୁଙ୍କୁ 

ଚାକିରୀରୁ ଅବସରପରେ ପୂର୍ଣ୍ଣଥଇଥାନ କରିଥଲେ ବିଜେଡି ସରକାର। ବିଜେଡି ନିଜ ସ୍ବାର୍ଥ ରକ୍ଷାପାଇଁ ଆରମ୍ଭ କରିଥିଲା ଆଉଟ୍ ସୋର୍ସିଂ ଯୁଗ,ସରକାର ସ୍ଥାୟୀ ନିଯୁକ୍ତି ବଦଳରେ ଆଉଟ୍ ସୋର୍ସିଂ ସଂସ୍ଥା ଜରିଆରେ ଦେଇଥିଲେ ମାଳମାଳ ନିଯୁକ୍ତି, ଏପଟେ କିନ୍ତୁ ଚାକିରୀ ନପାଇ କାନ୍ଦୁଥିଲେ ଆଶାୟୀ। ଖୋଦ୍ ସିଏମଓରେ ମଧ୍ୟ ମାଳମାଳ ଠିକା ନିଯୁକ୍ତି ହୋଇଥିଲା ନବୀନ ସରକାରଙ୍କ ସମୟରେ। ମାତ୍ର ଏଣିକି ଆଉ ନାହିଁ ରକ୍ଷା,ଥଣ୍ଡା ଠକ ଅଫିସର ସାବଧାନ,ଖୋସାମନ୍ତିଆ ବାବୁ ହେବେ ସାବାଡ। ଆକ୍ସନ ମୋଡରେ ମୋହନ ସରକାର। ଖୋସାମନ୍ତିଆ ବାବୁଙ୍କୁ ଧିରେ ଧରେ ବିଦା କରୁଛନ୍ତି ମୋହନ ସରକାର । ନିଦ ଉଡିଛି ବିକାଶ କଥା କମ୍ ଅଫିସର ହୋଇ ରାଜନୀତି ବେଶୀ କରୁଥିବା ବାବୁଙ୍କର।  ୪୧ ବିଭାଗରେ ୫ଶହରୁ ଅଧିକ ଖୋସାମନ୍ତିଆ ବାବୁଙ୍କୁ ଦିଆଯାଇଛି ଓଏସଡି ଭାବେ ପୁନଃ ନିଯୁକ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏମିତି କୌଣସି ବିଭାଗ ନାହିଁ ଯେଉଁଠି ଥଇଥାନ ନିଯୁକ୍ତି ହୋଇନାହିଁ। ନଗର ଉନ୍ନୟନ ବିଭାଗ ଭଳି କିଛି ବିଭାଗକୁ ଅବସରପ୍ରାପ୍ତ ସରକାରୀ ବାବୁମାନେ କବଜା କରିରଖିଛନ୍ତି।  ଆଉଟ୍ ସୋର୍ସିଂ ଯନ୍ତା କବଳରୁ ମୁକୁଳିବ ତ ପ୍ରଶାସନ,ଯାହା ନୂଆ ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି। ଅବସର ପରେ ସରକାରୀ ବିଭାଗରେ ପୁନଃନିୟୁକ୍ତି ଦେବାର ପ୍ରଥା ଆମ ରାଜ୍ୟରେ ପରମ୍ପରା ପାଲଟିଯାଇଛି ବିଜେଡି ସରକାର ସମୟରୁ,ଏହା ଫଳରେ ଯୋଗ୍ୟ ଅଧିକାରୀଙ୍କୁ ଅଣଦେଖାକରାଯାଉଛି,ଅବସରପ୍ରାପ୍ତ ବାବୁଙ୍କୁ ତାଙ୍କ ସ୍ଥାନରେ ବସାଇ ଦିଆଯାଉଛି ଯାହା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ,ଏ ଆଉଟ୍ ସୋର୍ସିଂ ପ୍ରଥାକୁ  ଧିରେ ଧିରେ ଭାଙ୍ଗି ଏହା ଉପରେ କେମିତି ପୂର୍ଣ୍ଣଛେଦ ପଡିବ ସେନେଇ ପ୍ରକିୟା ଆରମ୍ଭ କରିଦେଇଛନ୍ତି ମୋହନ ସରକାର,ଗାଦିମରା ବାବୁଙ୍କର ଭିତିରି ଚେର ଓପାଡି ପିଙ୍ଗିଦେବେ ମୋହନ ସରକାର, ଆଉ ଚାଲିବନି ବାବୁରାଜ୍। ଥରିଲେଣି ଖୋସାମନ୍ତିଆ ବାବୁ,ସୁଧୁରୁଛି ବ୍ୟବସ୍ଥା । ଫିଟୁଛି ଯୁବକଙ୍କ ନିଯୁକ୍ତି ଲାଗି ବାଟ। 

ଅଧିକ  ଦେଖନ୍ତୁ : 

Sponsored
On one side is a picture of Dadan, on the other side is the gossip of the leader's lie | Argus News