Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସରଗରମ ସମ୍ବଲପୁର ବିଜେଡି ରାଜନୀତି

Odisha

ସରଗରମ ସମ୍ବଲପୁର ବିଜେଡି ରାଜନୀତି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସରଗରମ ସମ୍ବଲପୁର ବିଜେଡି ରାଜନୀତି

Key Points

  • ସମ୍ବଲପୁରରେ ସତାର ସତରଞ୍ଜ ବିଗାଡିଗଲାଣି ବିଜେଡିର
  • ଗୋଟିଏ ଆସନରେ ପାଣି ପିଇଲେଣି ଛାମୁଆ ନେତା
  • ଟିକଟ ଦେଲେ ପୁଣି ନେଇଗଲେ...
  • ଦଳରେ ଚାଲିଛି କଣ ?

ଅର୍ଗସ ବ୍ୟୁରୋ: ନବୀନଙ୍କର ଆୟତ୍ତରେ ନାହିଁ କି ବିଜେଡି ? କାରଣ ଦଳର ସୁପ୍ରିମୋଙ୍କର ନିଷ୍ପତ୍ତି ଶୀରଧାର୍ଯ୍ୟ ଥିଲା । ହେଲେ ଏବେ ସେକାଳ ପଖାଳ ନାହିଁ । କାରଣ ସମ୍ବଲପୁରରୁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯିବା ପରେ ସେ ସିଧା ପହଞ୍ଚିଥିଲେ ନବୀନ ନିବାସରେ । ଖାଲି ପହଞ୍ଚିଲେ ତାହା ନୁହେଁ ବରଂ ସମ୍ବଲପୁରରୁ ସେ ଲଢିବେନି ବୋଲି କହିବା ସହ ରେଢାଖୋଲରୁ ପ୍ରାର୍ଥୀ ହେବା ନେଇ ଅଟଳ ରହିଥିଲେ । ଶେଷରେ ପ୍ରସନ୍ନଙ୍କ ଆଗରେ ମୁଣ୍ଡ ନୂଆଁଇଲା ବିଜେଡି । ମନପସନ୍ଦର ଆସନରୁ ଦେଲା ଟିକଟ ।

ସରଗରମ ସମ୍ବଲପୁର ବିଜେଡି ରାଜନୀତି । କାରଣ ଟିକଟ ପାଇବା ପରେ ବି ଖୁସି ନଥିଲେ ନେତା । ସେଇଥି ଲାଗି ତ ଘୋଷଣା ହେବା ପରେ ବି ବଦଳାଗଲା ପ୍ରାର୍ଥୀ । କୁହାଯାଉଛି ପ୍ରସନ୍ନଙ୍କ ଜିଦ୍ ଆଗରେ ହାର ମାନିଲା ଦଳ ? ପ୍ରସନ୍ନଙ୍କୁ ପ୍ରସନ୍ନ କରିବାକୁ ନିଷ୍ପତ୍ତି ବଦଳାଇଲା କି ବିଜେଡି ? ସମ୍ବଲପୁର ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଦେଲା ରେଢାଖୋଲ । ସମ୍ବଲପୁର ଗଲେ ରୋହିତ ପୂଜାରୀ। ପଶ୍ଚିମ ଓଡିଶାରେ ଏହି ଦୁଇ ଆସନରେ ଅଦଳବଦଳ ସମୀକରଣକୁ ନେଇ ଚର୍ଚ୍ଚା । କାରଣ ରେଢାଖୋଲ ପାଇଁ ଆଶାୟୀ ରହି ସଂଗଠନ କରୁଥିବା ପ୍ରସନ୍ନଙ୍କୁ ଦଳ ସମ୍ବଲପୁର ଟିକେଟ୍ ଦେବା ପରଠୁ ସେ ଅପ୍ରସନ୍ନ ଥିବା କୁହାଯାଉଥିଲା । ଏପରିକି ଗଲା ୧୨ ତାରିଖରେ ଏନେଇ ନବୀନ ନିବାସ ଯାଇ ନିଜ ଅସନ୍ତୋଷ ବ୍ୟକ୍ତ କରିବା ସହ ସେ ଟିକେଟ ଫେରାଉଥିବାର ବି ଚର୍ଚ୍ଚା ହେଉଥିଲା। ତେଣୁ ବାଧ୍ୟ ହୋଇ ଦଳ ଏମିତି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଟିକଟକୁ ନେଇ ବିଜେଡିରେ କେଁ । କୁହାଯାଉଥିଲା କି, ପ୍ରସନ୍ନଙ୍କୁ ଯଦି ରେଢାଖୋଲରୁ ଦଳ ଟିକଟ ନଦେଇ ଥାଆନ୍ତା ତାହେଲେ ସେ ଦଳ ଛାଡିଥାଆନ୍ତେ । ହେଲେ ତାଙ୍କୁ ବିଜେଡି ଖୁସ୍ କରିଥିଲେ ବି ରେଢାଖୋଲରେ ପରବର୍ତ୍ତୀ ସମୀକରଣ କଣ ହେବ ତାକୁ ନେଇ ଚର୍ଚ୍ଚା। ପ୍ରସନ୍ନଙ୍କୁ ସହଯୋଗ କରିବେ ତ ରୋହିତଙ୍କ ଗୋଷ୍ଠୀ ? କାହିଁକିନା ରେଢ଼ାଖୋଲ ପାଇଁ ପ୍ରସନ୍ନ ଆଶାୟୀ ଥିବା ଚର୍ଚ୍ଚା ବେଳେ ରୋହିତ ତାଙ୍କୁ ସିଧାସଳଖ ବ୍ୟକ୍ତିଗତ ଆକ୍ଷେପ ବି କରିଥିଲେ । ଅନ୍ୟପଟେ ସମ୍ବଲପୁର ବିଧାନସଭାରେ ଗୋଳିଆ ସ୍ଥିତିରେ ଅଛି ବିଜେଡି। କାହିଁକି ନା ଟିକେଟ ଆଶାରେ ଥିବା ରାସେଶ୍ୱରୀ ପାଣିଗ୍ରାହୀ ଏବଂ ସିଦ୍ଧାର୍ଥ ଦାସଙ୍କ ଗୋଷ୍ଠୀ ଏବେ ବିଦ୍ରୋହ ମୁଦ୍ରାରେ। ତେଣୁ ଏମିତି ସ୍ଥିତିରେ ସମ୍ବଲପୁରରୁ ରୋହିତ କେମିତି ଲଢିବେ ତାକୁ ନେଇ ବି ଚର୍ଚ୍ଚା ଜୋର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ବିଜେଡି ଲାଗି ମହଙ୍ଗା ହେବ ସମ୍ବଲପୁର ଆସନ । କାରଣ ବିଜେପି ପ୍ରତି ସେଠାରେ ଅଭୂତ ପୂର୍ବ ସମର୍ଥନ ରହିଛି । ତେଣୁ ବିଜେଡି ସେଠାରେ ଯେତେ ରଣନୀତି ସ୍ଥିର କଲେବି ସଫଳ ହେବନି ବୋଲି ଚର୍ଚ୍ଚା ଭିତରେ ପ୍ରାର୍ଥୀ ଅଦଳ-ବଦଳକୁ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।
 

Sponsored
Sambalpur | Argus News