Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଲୌକିକ ଦୃଶ୍ୟ... ମହାପ୍ରଭୁଙ୍କ ସ୍ନାନଯାତ୍ରା

Smruti Parija
Browse all articles by Smruti Parija
·2 years ago·1 min read
ଅଲୌକିକ ଦୃଶ୍ୟ... ମହାପ୍ରଭୁଙ୍କ ସ୍ନାନଯାତ୍ରା

ପୁରୀ:  ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧା ବିଗ୍ରହ । ଭାଇ ଭଉଣୀଙ୍କ ସହ 108 ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ । ହାତୀବେଶରେ ଭକ୍ତଙ୍କୁ ଦେବେ ଦର୍ଶନ । ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ସମ୍ଭାବନା ରହିଛି । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରରେ ମୁତୟନ ହୋଇଛନ୍ତି 68 ପ୍ଲାଟୁନ ଫୋର୍ସ ।

ଭୋର୍ ୫ଟାରୁ ଆରମ୍ଭ ହୋଇଥିଲା ଧାଡି ପହଣ୍ଡି । ପ୍ରଥମେ ବଡ ଭାଇ ବଳଭଦ୍ର, ପରେ କାଳିଆ ସାଆନ୍ତ ଓ ଶେଷରେ ଭଉଣୀ ଶୁଭଦ୍ରା ସ୍ନାନବେଦୀରେ ବିରାଜମାନ କରିଛନ୍ତି ।  

ସ୍ନାନପୂର୍ଣ୍ଣିମା ଉପଲକ୍ଷେ ପୁରୀ ସ୍ୱର୍ଣ୍ନାଭ ବେଳାଭୂମିରେ ଏକ ସୁନ୍ଦର ଆକର୍ଷଣୀୟ ବାଲୁକାକଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ବାଲୁକାରାଶିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିକୃତି ନିର୍ମାଣ କରି ସମସ୍ତ ଭକ୍ତଙ୍କୁ ଦେବସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇବା ସହ ବାଲୁକାରାଶିରେ HAPPY DEVA SNANAPURNIMAର ବାର୍ତ୍ତା ଦେଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆକୁଳ ଭକ୍ତ । କିଏ ହରିବୋଲ ହୁଳହୁଳି ଦେଇ ମହାପ୍ରଭୁଙ୍କ ଦର୍ଶନ କରୁଛି ତ କିଏ କାଳିଆ ଆଖିରେ ଆଖି ମିଶାଇ କାନ୍ଦି ପକାଉଛି । ଭାବର ଠାକୁର ସିଏ । 

 

Sponsored
on-the-occasion-of-deva-snana-purnima-thousands-of-devotees-visited-puri-to-witness-the-snana-yatra-of-lord-jagannath-and-his-siblings- | Argus News