Videos
|
Odisha

ମକର ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ହୋଇଉଠିଛି ବାବା ହଟ୍ଟକେଶ୍ବରଙ୍କ ପୀଠ

Ritu Das
Browse all articles by Ritu Das
·1 year ago·1 min read
ମକର ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ହୋଇଉଠିଛି ବାବା ହଟ୍ଟକେଶ୍ବରଙ୍କ ପୀଠ

ଅର୍ଗସ ବ୍ୟୁରୋ: ଆଜି ପବିତ୍ର ମକର ସଂକ୍ରାନ୍ତି । ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର । ମକର ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ହୋଇଉଠିଛି ଖୋର୍ଦ୍ଧାର ବାଘମାରି ଅଞ୍ଚଳରେ ଥିବା ବାବା ହଟକେଶ୍ବରଙ୍କ ପୀଠ ଓ ଅଟ୍ରି ଉଷ୍ମପ୍ରସବଣ । ଏଠାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମକର ମେଳା । ଅଟ୍ରି ଉଷ୍ମପ୍ରସବଣର ମାନସିକ କୁଣ୍ଡରେ ଅପୁତ୍ରିକ ନାରୀ ମାନେ ମାନସିକ କରି ଗୁଆ ଖୋଜିଥାନ୍ତି । ଆଉ ଗୁଆ ମିଳିଲେ ସନ୍ତାନ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।


ଏପରି ବିଶ୍ବାସ ରଖି ଓଡ଼ିଶାର କୋଣ ଅନୁକୋଣରୁ ଅପୁତ୍ରିକ ନାରୀ ମାନେ ଧାଇଁ ଆସିଛନ୍ତି ଏହି ପୀଠକୁ । ସକାଳୁ ବହୁ ଭକ୍ତଙ୍କ ଏଠାକୁ ଆସି ସମାଗମ ହୋଇଛନ୍ତି। ଏକାଦଶ ରୁଦ୍ର ବାବା ହଟକେଶ୍ୱରଙ୍କ ପୀଠରେ ମାନସିକ କରି ଗୁଆ ଖୋଜିଥାନ୍ତି ଅପୁତ୍ରିକ ନାରୀ ମାନେ ଓ ଗୁଆ ଖାଇବାର ଏକ ବର୍ଷ ମଧ୍ୟରେ ସନ୍ତାନ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
On the occasion of Makar Sankranti, Baba Hatkeshwar's Peetha is grandly celebrated | Argus News