ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନ ଦ ସ୍ପଟ୍ ଫାଇସଲା
·1 year ago

ଅର୍ଗସ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନ ଦ ସ୍ପଟ୍ ଫାଇସଲା । ଅଭିଯୋଗ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାର ସମାଧାନ କରିଛନ୍ତି । ଅଜଣା ରୋଗରେ ପୀଡିତ ନାବାଳକକୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଯାଇଛି । ବୌଦ୍ଧ ଜିଲ୍ଲା ହେରମ୍ବ ଗିରିଙ୍କ ୭ ବର୍ଷର ପୁଅ ଅଜଣା ରୋଗରେ ପୀଡିତ ହୋଇ ଦୁଇଟି ଆଖି ହରାଇଥିଲା ।
ବାପା ଓ ମାଆ ଦୁହେଁ ଚିକିତ୍ସା ବାବଦକୁ ଦୌଡ଼ି ଦୌଡ଼ି ସମସ୍ତ ଟଙ୍କା ଖର୍ଚ୍ଚ କରିସାରିବା ପରେ ଶେଷରେ ନିରୁପାୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବା ପରେ ସମସ୍ୟା ସମାଧାନ ଦିଗରେ SCB ମେଡ଼ିକାଲରେ ସମସ୍ତ ଚିକିତ୍ସା ବ୍ୟବସ୍ଥା କରିବା ସହ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ତାକୁ ମେଡ଼ିକାଲ ପଠାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନ ଦି ସ୍ପଟ ଫଇସଲାକୁ ସବୁଠି ପ୍ରଶଂସା କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: