Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୃଷ୍ଣ ଜନ୍ମ ପରେ ସାରା ଗୋପପୁର ଉତ୍ସବ ମୁଖର

Smruti Parija
Browse all articles by Smruti Parija
·1 year ago·2 min read
କୃଷ୍ଣ ଜନ୍ମ ପରେ ସାରା ଗୋପପୁର ଉତ୍ସବ ମୁଖର

Key Points

କୃଷ୍ଣ ଜନ୍ମ ପରେ ସାରା ଗୋପପୁର ହୋଇପଡ଼ିଛି ଉତ୍ସବ ମୁଖର । ବୃଦ୍ଧକାଳେ ପୁତ୍ରସନ୍ତାନ ଲାଭକରି ନନ୍ଦରାଜା ଓ ରାଣୀ ଖୁସୀରେ ଆତ୍ମବିଭୋର ହୋଇ ପଡ଼ିଛନ୍ତି ।

ବରଗଡ: କୃଷ୍ଣ ଜନ୍ମ ପରେ ସାରା ଗୋପପୁର ହୋଇପଡ଼ିଛି ଉତ୍ସବ ମୁଖର । ବୃଦ୍ଧକାଳେ ପୁତ୍ରସନ୍ତାନ ଲାଭକରି ନନ୍ଦରାଜା ଓ ରାଣୀ ଖୁସୀରେ ଆତ୍ମବିଭୋର ହୋଇ ପଡ଼ିଛନ୍ତି । ଏହାସହ କୃଷ୍ଣଙ୍କ ଆଗମନରେ ସମସ୍ତ ଗୋପୀ ଓ ଗୋପାଳ ବେଶ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ନନ୍ଦଭବନରେ ବଡ଼ ଧୁମଧାମରେ ଆୟୋଜନ କରାଯାଇଛି ନନ୍ଦୋତ୍ସବ । ନନ୍ଦରାଜାଙ୍କ ନିମନ୍ତ୍ରଣ ପାଇ ସମସ୍ତ ଗୋପି, ଗୋପାଳ ନନ୍ଦୋତ୍ସବରେ କୃଷ୍ଣଙ୍କୁ ଦୋଳିରେ ଝୁଲାଇବା ସହ ରାସନୃତ୍ୟରେ ମାତି ଯାଇଛନ୍ତି । କୃଷ୍ଣଙ୍କ ଦର୍ଶନ ପାଇଁ ଗୋପପୁର ବାସୀ ଆତ୍ମବିଭୋର ହୋଇ ପଡ଼ିଥିବା ବେଳେ ଧୂପ, ଦୀପ ନୈବେଦ୍ୟ ଦେଇ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ସହ ଘଣ୍ଟ ଘଣ୍ଟା, ବାଦ୍ୟ, ସଂକୀତ୍ତନ୍ୟରେ ଉଛୁଳି ପଡ଼ୁଛି ଗୋପଦାଣ୍ଡ ଏବଂ ନନ୍ଦରାଜା । ସେହିପରି ଯଶୋଦାଙ୍କ କୋଳରେ ଶୋଭା ପାଉଛନ୍ତି ଶ୍ରୀକୃଷ୍ଣ । ଏହି ଅବସରରେ ଗୋପପୁରରେ ଥିବା ନନ୍ଦଦରବାରର ଉଦ୍ ଘାଟନ ହୋଇଯାଇଛି । ବରଗଡ଼ ଏସପି ପିଏସ ମିନା ଏହାକୁ ଫିତା କାଟି ଉଦଘାଟନ କରିଛନ୍ତି ।


ଏପଟେ ମଥୁରାରେ ମହାରାଜ କଂସଙ୍କ ରାଜୁତି ଜୋରସୋରରେ ଚାଲିଛି । ପ୍ରଥମେ ଶ୍ୟାମେଶ୍ଵର ମହାଦେବଙ୍କ ଦର୍ଶନ କରିବା ପରେ ନଗର ପରିକ୍ରମା କରିଥିଲେ ।ପରେ ରାଜଦରବରକୁ ପହଂଚିବା ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେଇଥିବା ସୁଚନା ମିଳିଛି ମହାରାଜ କଂସଙ୍କୁ l ଫଳରେ ମହାରାଜ କଂସ କାରାଗୃହକୁ ଯାଇ ବିଜୁଳି କନ୍ୟାକୁ ଛଡାଇ ଆଣିଛନ୍ତି ଦେବକୀଙ୍କ କୋଲରୁ । ଦେବକୀ ବସୁଦେବ ଶିଶୁକନ୍ୟାକୁ ଛାଡ଼ିଦେବାକୁ ବହୁ କାକୁତି ମିନତୀ ହୋଇଥିଲେ ମଧ୍ୟ ମାନି ନାହିଁ କଂସ । ଶେଷରେ ଶିଶୁକନ୍ୟାକୁ ପଥର ଶିଳାରେ କଚାଡିବା ବେଳେ କଂସର ହାତରୁ ଶିଶୁ କନ୍ୟାଟି ଅନ୍ତର୍ଧ୍ୟାନ ହୋଇଯାଉଛି ଏବଂ ଶୂନ୍ୟ ମହାକାଶରେ କହିଛନ୍ତି ଦୈଵ ବାଣୀ " ରେ କଂସ ତତେ ମାରିବ ଯିଏ ଗୋପରେ ବଢୁଛି ସିଏ" । ଏଥିରେ ଅତ୍ୟନ୍ତ ଭୟ ଓ ବ୍ୟତିବସ୍ତ ହୋଇ ମହାରାଜ କଂସ ରାଜଦରବାରକୁ ଫେରି ଆସି ମନ୍ତ୍ରୀ ପରିଷଦ ବର୍ଗଙ୍କ ସହ ମନ୍ତ୍ରଣା କରିଛନ୍ତି । ଏହି ସମୟରେ ନାରଦ ପହଂଚି କଂସ ମହାରାଜଙ୍କୁ ବିଜମନ୍ତ୍ର ପ୍ରଦାନ କରିଥିବାବେଳେ କୃଷ୍ଣଙ୍କୁ ମାରିବା ପାଇଁ କଂସ ଆହ୍ବାନ କରିଛନ୍ତି ଷଡ଼ମଲ୍ଲ ବିର ସହ ପୁତୁନା ରାକ୍ଷସୀଙ୍କୁ । ପୁତନା, ତୃଣା, ବକା ସକଟା, ଷଣ୍ଡା ଆଦି ରାକ୍ଷସ ରାକ୍ଷସୀ କଂସଙ୍କ ଆଦେଶରେ କୃଷ୍ଣ ବଲରାମଙ୍କୁ ମାରିବା ପାଇଁ ବାହାରି ପଡିଛନ୍ତି ଗୋପପୁରକୁ । ଏହି ଅବସରରେ ମହାରାଜ କଂସ ଆୟୋଜନ କରିଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଧନୁଯାତ୍ରାର ଚତୁର୍ଥ ଦିନରେ ଗୋପପୁରରେ ଗୋପୀ ଗୋପାଳଙ୍କ ସହ କୃଷ୍ଣ ବଳରାମଙ୍କ ଲୀଳାଖେଳା,କୃଷ୍ଣ ହାତରେ କଂସଙ୍କ ପ୍ରେରିତ ପୁତନା ରାକ୍ଷସୀଙ୍କ ସହ ଷଡମଲ୍ଲଙ୍କ ବଧ ହେବାର ଦୃଶ୍ୟ ଅଭିନୀତ ହେବ, ଅନ୍ୟ ପଟେ ମଥୁରା ରେ ମହାରାଜ କଂସଙ୍କ ନଗର ଭ୍ରମଣ, କଂସଙ୍କ ଦ୍ଵାରା ମୁକ୍ତେଶ୍ଵର ବାବଙ୍କ ରୁଦ୍ରାଭିସେକ୍, ରାଜଦରବାରରେ ପୁତନା ସହିତ ଷଡମଲ୍ଲଙ୍କ ମୃତ୍ୟୁ ଖବର ପାଇ କଂସର ଶୋକ ଭଳି ଦୃଶ୍ୟ ଅଭିନୀତ ହେବ ।

Sponsored
on-the-third-day-of-the-world-famous-muktakash-rangamanchar-in-bargarh-the-nanda-raja-and-nanda-rani-were-seen-enjoying-the-company-of-shri-krishna | Argus News