Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିର ଫେରିବା ବେଳେ ମାଉସୀମାଙ୍କ ହାତରୁ ମହାପ୍ରଭୁ ତାଙ୍କ ଅତିପ୍ରିୟ ପୋଡପିଠା ଖାଇବେ

Rashmita Mishra
Browse all articles by Rashmita Mishra
·1 year ago·2 min read
 ଶ୍ରୀମନ୍ଦିର ଫେରିବା ବେଳେ ମାଉସୀମାଙ୍କ ହାତରୁ ମହାପ୍ରଭୁ ତାଙ୍କ ଅତିପ୍ରିୟ ପୋଡପିଠା ଖାଇବେ

Key Points

ଆଜି ପବିତ୍ର ବାହୁଡ଼ା ଯାତ୍ରା

ମାଉସୀମାଙ୍କ ହାତରୁ ମହାପ୍ରଭୁ ତାଙ୍କ ଅତିପ୍ରିୟ ପୋଡପିଠା ଖାଇବେ

ମାଉସୀ ମା’ଙ୍କ ପୂଜକ ଏହି ପୋଡପିଠା ପ୍ରସ୍ତୁତ କରିଛନ୍ତି

ଆଜି ପବିତ୍ର ବାହୁଡ଼ା ଯାତ୍ରା। ପୁରୀ ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ ଜଗନ୍ନାଥ । ଶ୍ରୀଜିଉମାନେ ଶ୍ରୀମନ୍ଦିର ଅଭିମୁଖେ ଫେରିଆସିବେ। ଜନ୍ମବେଦୀରୁ ବାହାରି ଧାଡ଼ି ପହଣ୍ଡିରେ ଆସି ଶରଧାବାଲିରେ ପ୍ରସ୍ତୁତ ଥିବା ରଥ ଉପରେ ବିରାଜିବେ। ଏଥିପାଇଁ ବଡ଼ଦାଣ୍ଡ ପୁଣି ଥରେ ଜନସମୁଦ୍ର ଆରମ୍ଭ ହୋଇଯାଇଛି। ଲକ୍ଷଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାରେ ଲାଗିଛି। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ହେବ। ବାହୁଡା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀମାଙ୍କ ହାତରୁ ମହାପ୍ରଭୁ ପୋଡପିଠା ଖାଇବେ । ଏହି ପରମ୍ପରା କାହୁଁ କେଉଁ ଯୁଗରୁ ଚାଲି ଆସୁଛି । ସେହି ପ୍ରଥା ଅନୁସାରେ ମାଉସୀ ମା’ ମନ୍ଦିରରେ ପୋଡପିଠା ତିଆରି ଶେଷହୋଇଛି ।

ମାଉସୀ ମା’ଙ୍କ ପୂଜକ ଏହି ପୋଡପିଠା ପ୍ରସ୍ତୁତ କରିଛନ୍ତି । ତେବେ ପୋଡ ପିଠା ପ୍ରସ୍ତୁତି ପାଇଁ ଅଟାରେ ଛେନା, ଚିନି, ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଆ ଆଦି ମିଶାଇ ଦିଆଯାଏ । ଏହି ସବୁ ଜିନିଷକୁ ଭଲଭାବରେ ଚକଟା ଯାଇ ପୋଡପିଠା ଆକାରରେ ଚୁଲିରେ ବସାଯାଇ ବାମ୍ଫରେ ସିଝିବାକୁ ଦିଆଯାଇଥାଏ । ପ୍ରାୟ ୮ ଘଣ୍ଟା ବାମ୍ଫରେ ସିଝିବା ପରେ ଏହାକୁ ବାହାର କରି ଥଣ୍ଡା କରାଯାଏ । ପିଠା ଥଣ୍ଡା ହେବା ପରେ ଏହାକୁ ଖଣ୍ଡ ଖଣ୍ଡ କରି କାଟି ପୁନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ । ଏହାପରେ ତିନି ଠାକୁରଙ୍କୁ ତିନୋଟି କୁଡୁଆରେ ସମର୍ପଣ କରାଯାଇଥାଏ ।

ଏହି ପିଠାର ନାମ ପୋଡ ପିଠା ଥିଲେ ମଧ୍ୟ ପିଠାକୁ ପୋଡାଯାଏ ନାହିଁ । ପିଠାଟିକୁ ଭଲଭାବରେ ବାମ୍ଫରେ ସିଝାଯାଇ ଘିଅରେ ଛଣାଯାଇଥାଏ । ପ୍ରଭୁଙ୍କ ଏହି ପୋଡପିଠା ପରମ୍ପରା କାହିଁ କେଉଁ ଆଦିମ କାଳରୁ ରହିଛି । ଆଉ ଏହି ନୀତିକାନ୍ତି ଅତି ସୁନ୍ଦରଭାବରେ କରାଯାଇଥାଏ । ମାଉସୀ ମା’ ଘରେ ପୋଡପିଠା ଖାଇବା ପାଇଁ ପ୍ରଭୁ ଯାଇଥାନ୍ତି ବୋଲି ଅନେକ ପଣ୍ଡିତ ମତ ଦିଅନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
on-the-way-back-to-the-temple-the-lord-will-eat-his-beloved-podpitha-from-his-aunts-hand | Argus News