Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାହା ମୁଣ୍ଡରେ ସୁନାକଳସ ଢାଳିବେ ବୌଦ୍ଧବାସୀ ?

Ritu Das
Browse all articles by Ritu Das
·2 years ago·2 min read
କାହା ମୁଣ୍ଡରେ ସୁନାକଳସ ଢାଳିବେ ବୌଦ୍ଧବାସୀ ?

ଅର୍ଗସ ବ୍ୟୁରୋ: ବୌଦ୍ଧରେ ଏଥର ବିଜେଡି ପୁଣି ଥରେ 5 -5 ଥରର ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ରିପିଟ୍ କରିଛନ୍ତି । ବିଜେପିରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ହରଭଙ୍ଗା ବ୍ଲକର ବର୍ତ୍ତମାନର ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ। 2019ରେ ପ୍ରାର୍ଥୀ ଦେଇ ନ ଥିବା କଂଗ୍ରେସ ଏଥର ନବ କୁମାର ମିଶ୍ରଙ୍କୁ ମୈଦାନକୁ ଓହ୍ଲାଇଛି । 2014ରେ ବିଜେଡି-କଂଗ୍ରେସ ମଧ୍ୟରେ କଡ଼ା ଫାଇଟ୍ ହୋଇଥିବା ବେଳେ 2019ରେ ସ୍ଥିତି ବଦଳିଥିଲା । ବିଜେଡି-ବିଜେପି ମଧ୍ୟରେ ହୋଇଥିଲା କଡ଼ା ମୁକାବିଲା । ମାତ୍ର 10 ହଜାର ଭୋଟରେ ବିଜେପିଠାରୁ ଆସନ ଛଡ଼ାଇ ନେଇଥିଲା ବିଜେଡି।

 

ତେଣୁ ଏଥର ବିଜେପି ପ୍ରାର୍ଥୀ ବିଜେଡିର ଗଡ଼ ଭାଙ୍ଗିବାକୁ କରୁଛନ୍ତି ଜୋରଦାର ଉଦ୍ୟମ । ମୋଦି ଗ୍ୟାରେଣ୍ଟି ସହ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଭୋଟରମାନଙ୍କ ପାଖକୁ ଯାଉଛନ୍ତି ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ନେଇ ଭୋଟ ଭିକ୍ଷା କରୁଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଅମାତ । ସେହିପରି କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । 25 ବର୍ଷ ସରକାରର ଅପାରଗତାକୁ ପାଥେୟ କରି ଲୋକଙ୍କ ପାଖକୁ ଯାଉଛନ୍ତି କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

25 ବର୍ଷର ସ୍ଥିର ବିଜେଡି ସରକାର ଓ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଅମାତ ପାଞ୍ଚ ଥର ବିଧାନସଭାକୁ ଯାଇଥିଲେ ସୁଦ୍ଧା ବୌଦ୍ଧରେ କୌଣସି ଆଖିଦୃଶିଆ ବିକାଶ ହୋଇନାହିଁ । ପିଇବା ପାଣି ସମସ୍ୟା, ରାସ୍ତା ଘାଟ, ଆବାସ ଯୋଜନାରେ ଘର ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ, ମେଡିକାଲରେ ଡାକ୍ତର ନାହାନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି, ଅଙ୍ଗନବାଡି ଘର ନାହିଁ, ଲୋକେ ରୋଜଗାର ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି ଆଭାସ ମିଳିଲାଣି ।  
ତେବେ 2000ମସିହାରୁ ପ୍ରତିନିଧିତ୍ବ କରୁଥିବା ପ୍ରଦୀପ ଅମାତଙ୍କୁ ଲୋକେ ପୁଣି ଥରେ ଭରସା କରିବେ ନା ମୋଦିଙ୍କ ଗ୍ୟାରେଣ୍ଟି ନା କଂଗ୍ରେସର ଗ୍ୟାରେଣ୍ଟି ଉପରେ ଭରସା କରିବେ ମତଦାନ ଏହା ଶୀଘ୍ର ସାମ୍ନାକୁ ଆସିବ। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

Sponsored
On whose head Boudh | Argus News