Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସାମ୍ନାକୁ ଆସିଲା ଚିଠି, ସୁଜାତାଙ୍କ VRSକୁ ଅନୁମୋଦନ

Odisha

ସାମ୍ନାକୁ ଆସିଲା ଚିଠି, ସୁଜାତାଙ୍କ VRSକୁ ଅନୁମୋଦନ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସାମ୍ନାକୁ ଆସିଲା ଚିଠି, ସୁଜାତାଙ୍କ VRSକୁ ଅନୁମୋଦନ

ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବଡ଼ ଖବର। IAS ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି IAS ସୁଜାତା ଆର.କାର୍ତ୍ତିକେୟନ । ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ୨୦୦୦ ବ୍ୟାଚର ଆଇଏଏସ ଅଧିକାରୀ । ଭିଆରଏସ ଆବେଦନକୁ କେନ୍ଦ୍ର ସରକାର ଅନୁମୋଦନ କରିଥିବା ସୂଚନା ମିଳିଛି । ପ୍ରାୟ ୧୫ ଦିନ ତଳେ କେନ୍ଦ୍ର ନିକଟରେ ଆବେଦନ କରିଥିବା ସୂଚନା । ହେଲେ ଏନେଇ ସରକାରୀସ୍ତରରେ ବାହାରକୁ ଖବର ପ୍ରକାଶ ପାଇ ନ ଥିଲା।


ୱାଟରସେଡ ନିର୍ଦ୍ଦେଶକ ସହ ୬ ବର୍ଷ ଧରି ମିଶନ ଶକ୍ତି ବିଭାଗରେ ରହିଥିଲେ । ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୪ ନିର୍ବାଚନ ବେଳେ ନିର୍ବାଚନ କମିଶନଙ୍କ ଛାଟ ପରେ ମିଶନ ଶକ୍ତିରୁ ଅର୍ଥ ବିଭାଗକୁ ହୋଇଥିଲେ ବଦଳି । ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ଏବେ ତାଙ୍କର ଆଗାମୀ ଷ୍ଟେପ କ'ଣ ରହିବ, ତା'ଉପରେ ସମସ୍ତଙ୍କ ନଜର ରହିଛି ।


ସୂଚନାଥାଉ କି, ସୁଜାତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ। ଦୀର୍ଘ ୬ମାସ ସେ ତାଙ୍କ ଝିଅର ୧୦ମ ପାଠପଢ଼ା ଲାଗି ଛୁଟିରେ ରହିବା ପରେ କିଛିଦିନ ତଳେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ। ସେ ଆହୁରି ଅଧିକ ଦିନ ଛୁଟି ଆବେଦନ କରିଥିଲେ ମଧ୍ୟ ଭାଜପା ସରକାର ତାଙ୍କ ଆବେଦନକୁ ଖାରଜ କରିଥିଲେ। ଏହାପରେ ସେ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ କେନ୍ଦ୍ରୀୟ ଡେପୁଟେସନରେ IAS ନିକୁଞ୍ଜ ଧଳ ଯିବା ନେଇ ମଧ୍ୟ ଚର୍ଚ୍ଚା । ଏନେଇ ଖୁବଶୀଘ୍ର ପ୍ରକାଶ ପାଇପାରେ ବିଜ୍ଞପ୍ତି ।


Sponsored
Once a powerful Odisha bureaucrat, Sujata Karthikeyan takes voluntary retirement | Argus News