ଗୋଟିଏ ପରେ ଗୋଟିଏ ବଡ଼ ମୁଣ୍ଡ ଧରାପଡ଼ୁଛନ୍ତି, ତାଲିକାରେ ୨୮ ଜଣଙ୍କ ନାଁ !

Key Points
ପୂର୍ବ ସରକାରରେ ସୁରକ୍ଷିତ ଥିଲେ ବଡ଼ ସରକାରୀ ବାବୁ ।
ଛୋଟ ମାଛଙ୍କୁ ଧରି ଦୁର୍ନୀତି ବିରୋଧରେ ଜିରୋ ଟଲେରାନସର ପ୍ରଚାର କରୁଥିଲା ବିଜେଡି ସରକାର ।
୨୮IASଙ୍କ ବିରୋଧରେ ମାମଲା ପାଇଁ ଅନୁମତି ଦେଇନଥିଲେ ନବୀନ ସରକାର ।
ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ଆଉ ନିର୍ବାଚନ ପରେ ବିଜେପି ସରକାର ହେବା ପରେ ମୁଖ୍ୟମନ୍ତ୍ରୀ ବାରମ୍ବାର ଚେତାଇଛନ୍ତି, ଦୁର୍ନୀତିଖୋର ସୁଧୁରି ଯାଆନ୍ତୁ ନହେଲେ ବନ୍ଧା ହୋଇ ଜେଲ୍ ଯିବେ । କିନ୍ତୁ ବିଜେଡି ଶାସନର ସୁରକ୍ଷା ବଳୟରେ ରହିଥିବା ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଅଭ୍ୟାସ ବଦଳିବାର ନାଁ ନେଉନାହିଁ। ପରିଣାମ ହେଲା ଭିଜିଲାନ୍ସ ହାତରେ ବନ୍ଧା ହେଉଛନ୍ତି ରାଜ୍ୟର ବଡ଼ ବଡ଼ ଅଫିସର । ଆଉ ଏଥର ତ ଗିରଫ ହୋଇଛନ୍ତି ବଡ଼ ମାଛ । ଧର୍ମଗଡ଼ ଉପଜିଲ୍ଲାପାଳ IAS ଅଫିସର ଧୀମାନ ଚାକମା। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ, ଘରେ ଚଢ଼ାଉ ହେଲା ତ ଜବତ ହେଲା ୪୭ ଲକ୍ଷ ଟଙ୍କା।
ପୂର୍ବ ସରକାରରେ ସୁରକ୍ଷିତ ଥିଲେ ବଡ଼ ସରକାରୀ ବାବୁ । ଛୋଟ ମାଛଙ୍କୁ ଧରି ଦୁର୍ନୀତି ବିରୋଧରେ ଜିରୋ ଟଲେରାନସର ପ୍ରଚାର କରୁଥିଲା ବିଜେଡି ସରକାର । ୨୮ IASଙ୍କ ବିରୋଧରେ ମାମଲା ପାଇଁ ଅନୁମତି ଦେଇନଥିଲେ ନବୀନ ସରକାର । ସରକାର ବଦଳିବା ସହିତ ବଦଳିଲା ଆଭିମୁଖ୍ୟ । ଏବେ ଦୁର୍ନିତୀଖୋର ତୁଙ୍ଗ ବାବୁଙ୍କ ମନରେ ସୃଷ୍ଟି ହେବ କି ଭୟ ?
୨୦୨୧ ବ୍ୟାଚର IAS ଅଫିସର । ସରକାରୀ ଚାକିରିରେ ମାତ୍ର ୪ ବର୍ଷ । କିନ୍ତୁ ଲାଞ୍ଚ ନେବାରେ ସିଦ୍ଧ ହସ୍ତ । କଳାହାଣ୍ଡି ଜୟପାଟଣାର ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଳାହାଣ୍ଡି ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା । ତା ପରେ ତାଙ୍କ ସରକାରୀ କ୍ବାର୍ଟର୍ସରେ ଚଢ଼ାଉ କଲା ଭିଜିଲାନ୍ସ । ଯେଉଁଠୁ ମିଳିଲା ନଗଦ ୪୭ ଲକ୍ଷ ଟଙ୍କା । ଭବାନୀପାଟଣା ଭିଜିଲାନ୍ସ ଡିଏସପିଙ୍କ ଅଫିସରେ ଜେରା ପରେ ଧୀମାନ ଚକମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ୨୦୨୧ ବ୍ୟାଚ୍ର ଓଡ଼ିଶା କ୍ୟାଡର୍ IAS ଚକମାଙ୍କ ଘର ପୂର୍ବୋତ୍ତର ରାଜ୍ୟ ତ୍ରିପୁରାର ଏକ ଆଭ୍ୟନ୍ତରୀଣ ଅଞ୍ଚଳ କାଞ୍ଚନପୁରରେ ।
ପ୍ରଶାସନର ଉଚ୍ଚ ସ୍ଥାନରେ ରହୁଥିବା IAS ବାବୁ ଏମିତି ଦୁର୍ନୀତିଖୋର ହେବା ଯେତିକି ଚିନ୍ତାଜନକ, ତାଠାରୁ ଅଧିକ ବିପଜ୍ଜନକ ଥିଲା ଦୁର୍ନୀତିର ସଂଗୀନ ଅଭିଯୋଗ ଥିବା IAS ମାନଙ୍କୁ ପୂର୍ବ ବିଜେଡି ସରକାରର ପରଦା । ପୂର୍ବ ସରକାରରେ କେମିତି ବେଶ୍ ସୁରକ୍ଷିତ ଥିଲେ IAS ବାବୁ ତାର ପ୍ରମାଣ ଏବେ ସାମ୍ନାକୁ ଆସିଛି । ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ 28 ଜଣ IASଙ୍କ ବିରୋଧରେ ମାମଲା ପାଇଁ ଅନୁମତି ଦେଇନଥିଲେ ନବୀନ ସରକାର ।
ଅନ୍ୟପଟେ ଭିଜିଲାନ୍ସକୁ ଲଗାଇ କେବଳ ତଳିଆ ଅଫିସରଙ୍କୁ ଧରି ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସର ମିଛ ପ୍ରଚାର କରୁଥିଲେ । ଏବେ ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ବଦଳିଛି ସରକାରଙ୍କ ଆଭିମୁଖ୍ୟ । ବଡ଼ ସରକାରୀର ପଦବୀର ଆଢୁଆଳରେ ରହି ଦୁର୍ନିତୀଖୋର ପାଲଟିଥିବା ବାବୁଙ୍କ ମନରେ ଏବେ ପଶିଛି ଛନକା ।
୨୦୨୪ ନିର୍ବାଚନ ବେଳେ ଦୁର୍ନୀତିଖୋରଙ୍କୁ କଡ଼ା ଚେତାବନୀ ଦେଇଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ ବିଜେପି ସରକାର ଆସିଲେ ଭଙ୍ଗାଯିବ ମାଫିଆଙ୍କ ଅଣ୍ଟା । ଆଉ ବିଜେପି ସରକାର ଆସିବାର ବର୍ଷକ ଭିତରେ ଲାଞ୍ଚଖୋର ମାଫିଆଙ୍କ ବିରୋଧରେ କଡ଼ା ଆକ୍ସନର ପ୍ରମାଣ ମିଳିଛି । ଜୁନ୍ ୨୦୨୪ରୁ ମାର୍ଚ୍ଚ ୨୦୨୫ ବିଜେପି ସରକାରର ପ୍ରଥମ ୯ ମାସ ଭିତରେ ୩୧୨ ଜଣ ଅଫିସରଙ୍କ ବିରୋଧରେ ୧୭୩ଟି ଭିଜିଲାନ୍ସ ମାମଲା ରୁଜୁ ହୋଇଛି।
📱 Get Argus News App
✨୧୫୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୯୭ ମାମଲାରେ ତଦନ୍ତ ଶେଷ ହୋଇ ଚାର୍ଜସିଟ୍ ଦାଖଲ ହୋଇଛି। ୮୨ ମାମଲାରେ ୧୨୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭିଜିଲାନସ କୋର୍ଟରେ ଦଣ୍ଡାଦେଶ ପରେ ୧୧ ଜଣ ଅଫିସର ଚାକିରିରୁ ତଡ଼ା ଖାଇଛନ୍ତି । ଏଥିସହ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ୯୭ ଜଣଙ୍କ ବିରେଧରେ ୫୩ଟି ମାମଲା ରୁଜୁ ହୋଇଛି। ୧୩୧ କୋଟି ୯୦ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ ହୋଇଛି ।