Videos
|
Odisha

ଓ୍ବକଫ ଜମି ମାଫିଆଗିରିର ଗୋଟିଏ ପରେ ଗୋଟିଏ ପର୍ଦ୍ଦାଫାଶ

Ritu Das
Browse all articles by Ritu Das
·1 year ago·1 min read
ଓ୍ବକଫ ଜମି ମାଫିଆଗିରିର ଗୋଟିଏ ପରେ ଗୋଟିଏ ପର୍ଦ୍ଦାଫାଶ

ଓ୍ବାକଫ ଜମି ମାଫିଆଗିରିର ଖୋଲୁଛି ଗୁମର । ଭଦ୍ରକରେ 2ହଜାର ଏକର ଜମି ହଡ଼ପ ଅଭିଯୋଗ । ଭଦ୍ରକ ପୌରପାଳିକାର ବଡ଼ ଶଙ୍କରପୁର ସମେତ ସହରର ବିଭିନ୍ନ ସ୍ଥାନରେ 114 ଟି ଦୋକାନ ଗୃହକୁ ବି ୱାକ ଅଫ ବୋର୍ଡ ଅକ୍ତିଆର କରିଛି । ଅନେକ ସ୍ଥାନରେ ୱାକ ଅଫ ବୋର୍ଡ ନାଁରେ ରହିଛି ମଦ୍ରାସା । ଭଦ୍ରକ ବ୍ଲକରେ ଅଧିକାଂଶ ଜମି ୱାକ ଅଫ ବୋର୍ଡ ଅକ୍ତିଆର କରିଛି। ସରକାରୀ ସ୍କୁଲ ଓ ସରକାରୀ ଜମିକୁ ଜବର ଦାଖଲ କରି ମଜାର ନିର୍ମାଣ କରିଛି । ୱାକ ଅଫ ବୋର୍ଡ ବିରୁଦ୍ଧରେ ଜମି ଅକ୍ତିଆରକୁ ନେଇ ଅନେକ ଲୋକଙ୍କ କୋର୍ଟରେ କେସ ଚାଲିଛି। ୱାକ ଅଫ ବୋର୍ଡ ଜିଲ୍ଲାର କେତେ ଜମି ଅକ୍ତିଆର କରିଛି ତାର ସର୍ଭେ କରାଯାଇ ସର୍ବ ସାଧାରଣ କରିବାକୁ ଦାବି ହୋଇଛି ।


ସ୍ଥାନୀୟ ବାସିନ୍ଦାଙ୍କ ଦାବି ଏହି ସବୁ ଜମିକୁ ୱାକ ଅଫ ବୋର୍ଡ ଠାରୁ ଫେରାଇ ଆଣି ଗରିବ ଲୋକମାନଙ୍କୁ ଫେରାଇ ଦିଆଯାଉ। ବରିଷ୍ଠ ଆଇନଜୀବୀ ଓ୍ବାକଫ ସଂଶୋଧନ ଆଇନ କାର୍ଯ୍ୟକାରୀ ହେବାକୁ ସ୍ବାଗତ କରିଛନ୍ତି । ଏହି ଆଇନ କାର୍ଯ୍ୟକାରୀ ହେବା ଦ୍ବାରା ଜମି ହରାଇଥିବା ଲୋକମାନେ ଆଇନର ଆଶ୍ରୟ ନେଇ ହକ ପାଇପାରିବେ ବୋଲି ସେ କହିଛନ୍ତି ଏହି ଓ୍ବାକଫ ସଂଶୋଧନ ଆଇନ କାର୍ଯ୍ୟକାରୀ ହେବାପରେ ଜିଲ୍ଲାର ଅଧିକାଂଶ ସ୍ଥାନରେ ୱାକ ଅଫ ବୋର୍ଡ ଅକ୍ତିଆର କରିଥିବା ଜମି ଏବେ ଫେରାଇବ ବୋଲି ଆଶା ରଖିଛନ୍ତି ଅନେକ ଗରିବ ଲୋକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
one-after-another-the-land-mafia-is-exposed | Argus News