Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ଆଣିବାକୁ ଚାଲିବାକୁ ପଡ଼େ ଦେଢ଼ କିଲୋମିଟର ରାସ୍ତା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପାଣି ଆଣିବାକୁ ଚାଲିବାକୁ ପଡ଼େ ଦେଢ଼ କିଲୋମିଟର ରାସ୍ତା

Key Points

ଓଡ଼ିଶାରେ ଗାଁ, ପଶ୍ଚିମବଙ୍ଗରୁ ପାଣି
ପଶ୍ଚିମବଙ୍ଗର ନଳକୂପ ସାହା ଭରସା
ପାଣି ଆଣିବାକୁ ଚାଲିବାକୁ ପଡ଼େ ଦେଢ଼ କିଲୋମିଟର ରାସ୍ତା
ଗାଁରେ ଥିବା ଗୋଟାଏ ନଳକୂପ ଅକାମୀ
ଅନ୍ୟ ଏକ ନଳକୂପରୁ ବାହାରୁଛି ନାଲି ରଙ୍ଗର ପାଣି
୧୫ ବର୍ଷ ଧରି ଜଳ କଷ୍ଟରେ ନାଗାରାଶୋଳବାସୀ

ଘର ଗୋଟାଏ ରାଜ୍ୟରେ, ପାନୀୟ ଜଳ ପାଇଁ ଭରଷା ଅନ୍ୟ ଏକ ପଡ଼ୋଶୀ ରାଜ୍ୟ ଉପରେ । ଆମେ କହୁଛୁ ଓଡିଶାର ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ନାଗାରାଶୋଳ ଗାଁର କଥା । ଏହି ଗାଁରେ ୩୦ରୁ ଅଧିକ ପରିବାର ବସବାସ କରନ୍ତି । କିନ୍ତୁ ୧୬୦ ଲୋକ ୧୫ ବର୍ଷ ଧରି ଜଳ କଷ୍ଟରେ । ପାନୀୟ ଜଳ ପାଇଁ ନିର୍ଭର କରୁଛନ୍ତି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଉପରେ । ଗାଁରେ ଥିବା ଗୋଟାଏ ନଳକୂପ ଅକାମୀ ଥିବା ବେଳେ ଅନ୍ୟ ଏକ ନଳକୂପରୁ ବାହାରୁଛି ନାଲି ରଙ୍ଗର ଲୁହା ପାଣି । ତେଣୁ ବାଧ୍ୟ ହୋଇ ପଶ୍ଚିମବଙ୍ଗରେ ଥିବା ନଳକୂପ ଉପରେ ନିର୍ଭର କରୁଛନ୍ତି ଗାଁ ଲୋକେ । ଯେଉଁଠି ପାଣି ଆଣିବା ପାଇଁ ଲାଗେ ଲମ୍ବା ଲାଇନ୍ । ଆଉ ଏହି ପାଣି ଆଣିବାକୁ ଚାଲିବାକୁ ପଡ଼େ ଦେଢ଼ କିଲୋମିଟର ରାସ୍ତା । ତେବେ ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଧରି ଏମିତି ଜଳକଷ୍ଟ ଭୋଗୁଥିବା ଅଭିଯୋଗ କରିଛନ୍ତି ସୀମାନ୍ତ ଅଞ୍ଚଳବାସୀ ।

ଦୀର୍ଘ ୨୪ ବର୍ଷର ବିଜେଡି ସରକାରରେ ହୋଇପାରିଲା ନାହିଁ ଉପାନ୍ତ ଅଞ୍ଚଳର ମୌଳିକ ସମସ୍ୟାର ସମାଧାନ । ସୀମାନ୍ତରେ ରହୁଥିବାରୁ ବୋଧହୁଏ ଏମାନେ ହୋଇଗଲେ ଅଣଦେଖା । ଗାଁ ସରପଞ୍ଚଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ ଗାଁରେ ଗୋଟିଏ ନୂତନ ନଳକୂଅ କିମ୍ବା ଟାଙ୍କିର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।

ପୂର୍ବତନ ସରକାର ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା ବେଳେ ରାଜ୍ୟର ନୂତନ ଡବଲ ଇଞ୍ଜିନ ସରକାର ଉପରେ ଭରଷା କରିଛନ୍ତି ଉପାନ୍ତ ଅଞ୍ଚଳବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
one-and-a-half-kilometers-of-walking-to-fetch-water | Argus News