Videos
|
Odisha

ପ୍ରତି ବ୍ଲକରେ ନିର୍ମାଣ ହେବ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର

Rashmita Mishra
Browse all articles by Rashmita Mishra
·1 year ago
ପ୍ରତି ବ୍ଲକରେ ନିର୍ମାଣ ହେବ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର

ପ୍ରତି ବ୍ଲକରେ ନିର୍ମାଣ ହେବ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର । ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପ୍ରତ୍ୟେକ ଚାଷୀଙ୍କୁ ତାଙ୍କର ମାନ୍ୟତା ମିଳିବ । କିପରି ଚାଷୀର ଉତ୍ପାଦ ନଷ୍ଟ ହେବ ନାହିଁ, ଉଚିତ୍ ମୂଲ୍ୟ ପାଇବେ ସେ ନେଇ ବ୍ୟବସ୍ଥା ଚାଲିଛି । ତୁରନ୍ତ ପଦକ୍ଷେପ ନିଆଯିବ ।


ସେହିପରି ଯେଉଁଠି ମଣ୍ଡି ବ୍ୟବସ୍ଥା ନାହିଁ, ସେଠି ମଣ୍ଡି ବ୍ୟବସ୍ଥା ଖୁବଶୀଘ୍ର ହେବ । ଏବଂ ସେଠାକୁ ଚାଷୀ କିଭଳି ନିଜ ଉତ୍ପାଦ ଆଣି ବିକ୍ରି କରିପାରିବେ ସେନେଇ ବ୍ୟବସ୍ଥା କରାଯିବା । ଯେଉଁ ବ୍ୟବସ୍ଥା 24 ବର୍ଷ ଧରି ଚାଲିଥିଲା, ତାହା ଏବେ ବଦଳିଛି । ଦୁର୍ନୀତିଗ୍ରସ୍ତ ମିଲର୍, ଦଲାଲ୍ ଓ ଅଫିସରଙ୍କ ଉପରେ ଆକ୍ସନ୍ ନିଆଯାଉଛି । କଟନୀ ଛଟନୀ ବନ୍ଦ ହୋଇଥିବା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
One cold storage facility will be constructed in each block | Argus News