ଦିନେ ଦରବାର ଥିଲା ନବୀନଙ୍କର, କ୍ଷମତା ଥିଲା... ଡର ବି ଥିଲା

Key Points
ନବୀନଙ୍କ ନାଲି ଆଖିକୁ ନାହିଁ ବରିଷ୍ଠଙ୍କ ଡର
ସର୍ବମୟ କର୍ତ୍ତାଙ୍କର ଦଳ ଉପରେ ଆଉ ନାହିଁ କର୍ତ୍ତୃତ୍ବ
ଦରବାର ଥିଲା ନବୀନଙ୍କର, କ୍ଷମତା ଥିଲା ଡର ଥିଲା
ପାଣ୍ଡିଆନଙ୍କୁ ନବୀନଙ୍କ ପ୍ରୋଟେକସନ
ଏପଟେ ବରିଷ୍ଠଙ୍କ ପୁଣି ଘନ ଘନ ଆଟାକ
ହୋଟେଲରେ ବୈଠକ ନେଇ ଅତନୁ , ସଞ୍ଜୟ କୁ ଟାଣିଲେ ନୃସିଂହ
ନବୀନ ନୁହେଁ ପାଣ୍ଡିଆନ ଆସି ସବୁ କ୍ଲିଅର କରନ୍ତୁ କହିଲେ ପ୍ରଫୁଲ୍ଲ
ଦୁଇ ଦିନ ତଳେ ଏକ ଭୁବନେଶ୍ବରର ଏକ ହୋଟେଲେରେ ଗୁପ୍ତ ବୌଠକ କରିଥିଲେ ବିଜେଡିରର ବରିଷ୍ଠ ଓ କିଛି ଯୁବ ନେତା। ଦଳରେ ଏବେବି ପାଣ୍ଡିଆନଙ୍କ ପ୍ରାଦୂର୍ଭାବ ବିରେୋଧରେ କିଛି ନେତା ମେଳି କରିଥିବା ଚର୍ଚ୍ଚା ଏମିତି ହେଲା ଯେ ଓ୍ବାକଫକୁ ନେଇ ତିନି ଦିନ ହେଲା ମୁହଁ ଖୋଲୁନଥିବା ବିଜେଡି ସୁପ୍ରିମୋ ସାମ୍ନାକୁ ଆସି ସିଧା ସିଧା ଅସନ୍ତୋଷ ଝାଡିଲେ । ଆଉ ଆଜି ନବୀନଙ୍କୁ ପୁଣି ଖୋଲା ଚ୍ୟାଲେଞ୍ଚ କରିଛନ୍ତି ବିଜେଡିର କିଛି ବରିଷ୍ଠ ନେତା । ଆମେ କେଉଁଠି ବସିଲେବି କେହି ମନା କରିପାରିବେ ନାହିଁ ଓ ଆଗକୁ ପୁଣି ଆମେ ଏକାଠି ବସିବୁ ବୋଲି ରୋକ ଠୋକ ଶୁଣାଇଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ । ସେପଟେ ଆମ ବୈଠକ କୁ କିଛି ନେତା ନବୀନଙ୍କ ଆଗରେ ଭୁଲ ଚିତ୍ରଣ କରିଥିବା କହିଛନ୍ତି ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁ ।
ସରକାରରେ ଥିବା ବେଳେ ନବୀନଙ୍କ ହାତରେ ଥିଲା ବିଜେଡିର ପୁରା ଲଗାମ। ଅସନ୍ତୋଷ ଥିଲେ ବି ନା କାହାର ପାଟି ଫିଟୁଥିଲା ,ନା ବିଦ୍ରୋହ ର ସ୍ବର ବାହାରୁଥିଲା। ଏବେ କିନ୍ତୁ ପାଣ୍ଡିଆନଙ୍କ ଆଳରେ ନବୀନଙ୍କ ନିସ୍ପତ୍ତିକୁ ଦଳ ଭିତରୁ ହେଉଛି ସିଧା ଟାର୍ଗେଟ । ଏପରି ସ୍ଥିତିରେ ଦଳ ରେ ପାଣ୍ଡିଆନଙ୍କ ଯୋଗଦାନ ଯୋଗୁଁ ନା କେବଳ ଦଳ କ୍ଷତି ସହିଲା , ଦଳ ନିର୍ବାଚନରେ ବି ହାରିଲା କହିବା ଆରମ୍ଭ କଲେଣି ଦଳୀୟ ନେତା । ଦଳ ଭିତରେ ଓ୍ବାକଫ ନିଆଁ ଧିରେ ଧିରେ ତୀବ୍ର ହେବାରେ ଲାଗିଥିବା ବେଳେ ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅପେକ୍ଷାରେ ଦଳୀୟ ନେତା ।
କେବେଳ ଯେ ଯୁବ ଓ ବରିଷ୍ଠ ଗୋଷ୍ଠୀରେ ଫାଟ ସୃଷ୍ଟି ହୋଇଛି ତାହା ନୁହେଁ ପାଣ୍ଡିଆନଙ୍କୁ ନେଇ ଏବେ ଛାତ୍ର ସଂଗଠନ ବି ଦୁଇ ଫାଳ । ତେଣୁ ଦଳ ଓ ମୁଖିଆଙ୍କ ଛବି ସୁଧାରିବାକୁ ଦଳର ନେତାଙ୍କ ଦ୍ବାରା ଆରମ୍ଭ ହୋଇଛି i am with naveen pattanaik ନାରା । ବିସ୍ଫେୋରଣ ମୁହାଁ ବିଜେଡିରେ ପ୍ରତିଦିନ ଘଡିକେ ଘୋଡା ଛୁଟୁଥିବା ବେଳେ ଆଗକୁ ଦଳର ସ୍ଥିତି କଣ ହେଉଛି ତାହା ଉପରେ ନଜର ।