Videos
|
Odisha

ପିକ୍‌ଅପ୍ ଭ୍ୟାନ୍‌ ଓଲଟି ଜଣେ ମୃତ ୨୦ ଛାତ୍ରଛାତ୍ରୀ ଆହତ

Banajyotshna Ray
Browse all articles by Banajyotshna Ray
·1 year ago
ପିକ୍‌ଅପ୍ ଭ୍ୟାନ୍‌ ଓଲଟି ଜଣେ ମୃତ ୨୦ ଛାତ୍ରଛାତ୍ରୀ ଆହତ

ଅର୍ଗସ ବ୍ୟୁରୋ:  ବାଙ୍କିରେ ପିକ୍‌ଅପ୍ ଭ୍ୟାନ୍‌ ଓଲଟି ଜଣେ ମୃତ ୨୦ ଛାତ୍ରଛାତ୍ରୀ ଆହତ । ସ୍କୁଲରୁ ପରେଡ୍ ଗ୍ରାଉଣ୍ଡକୁ ଯିବା ବେଳେ ଓଲଟିଲା ପିକ୍‌ଅପ୍। ବାଙ୍କୀ ବ୍ଲକ ମାଳବିହାରପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ୨୩ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏକ ପିକ ଅପ ଭ୍ୟାନରେ ପରେଡ କରିବା ପାଇଁ ସରଣ୍ଡା ଖେଳପଡିଆକୁ ଯାଉଥିବା ବେଳେ ମାଳବିହାରପୁର ବ୍ରିଜ ଠାରେ ରାସ୍ତା କଡକୁ ଲେଉଟି ପଡ଼ିଥିଲା । ଭ୍ୟାନରେ ୨୨ ଜଣ ଛାତ୍ରଛାତ୍ରୀ ଥିବା ବେଳେ ସେଥିରୁ ୨୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କଟକ ନେବା ସମୟରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ସୈାମ୍ୟରଞ୍ଜନ ବେହେରା ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି। ଏଖବର ପରେ ପରିବାରରେ ଦୁଃଖର ଛାଇ ଖେଳିଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
one dead and 20 injured in accident | Argus News