Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବେଆଇନ କାମ କରିବାରେ ବବି ଧୁରନ୍ଧର

Odisha

ବେଆଇନ କାମ କରିବାରେ ବବି ଧୁରନ୍ଧର

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବେଆଇନ କାମ କରିବାରେ ବବି ଧୁରନ୍ଧର

Key Points

  • ଡଙ୍କାରୀରେ ବିସ୍ଫୋରଣ, ଗଡ଼ିଲା ମୁଣ୍ଡ
  • ବେଆଇନ କାମ କରିବାରେ ବବି ଧୁରନ୍ଧର
  • ଦୁଇ ପ୍ରଣବ, ପ୍ରୀତିରଂଜନ ମାଷ୍ଟରମାଇଣ୍ଡ

ଅର୍ଗସ ବ୍ୟୁରୋ : ଯାଜପୁର ପାଇଁ କଳଙ୍କ ହେଲେଣି ବବି-ଜିତୁ-ଡାନି ଯୋଡ଼ି । ନିଜ ପକେଟ୍‌ ଗରମ କରିବାକୁ ଯାଇ ଗରିବ ଲୋକଙ୍କ ମୁଣ୍ଡ ଯେମିତି ନେଉଛନ୍ତି ତାହା ଏବେ ଚର୍ଚ୍ଚାରେ । କାରଣ ଡଙ୍କାରୀରେ ରାତି ଅଧିଆ ବିସ୍ପୋରଣ ହେଉଛି, ଡିନାମାଇଟ୍ ଲଗାଇ ବେଆଇନ୍ ବିସ୍ପୋରଣ କରିଛନ୍ତି ପଥର ମାଫିଆ । ଆଉ ବିସ୍ପୋରଣ ପରେ ପଥର ଖସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଶ୍ରମିକ ପୋତି ହୋଇ ରହିଥିଲେ । ଦେଖନ୍ତୁ ସେହି ଭୟଙ୍କର ଦୃଶ୍ୟ, କେମିତି କଳାପଥର ତଳେ ପୋତି ହୋଇରହିଛନ୍ତି ଶ୍ରମିକ । 

ଧର୍ମଶାଳାର ଡଙ୍କାରୀ ପାହାଡ଼ । ବର୍ଷବର୍ଷ ଧରି ଚର୍ଚ୍ଚାରେ ରହୁଛି । ପ୍ରତିଦିନ କଳାସୁନାକୁ କୋଟି କୋଟି ଟଙ୍କାରେ ବିକ୍ରି କରି ମାଲେମାଲ ହେଉଛନ୍ତି ବବି, ଜିତୁ-ଡାନି । ହେଲେ ଲୋକ ପାଉଛନ୍ତି ମୃତ୍ୟୁଦଣ୍ଡ । ପାହାଡ଼ରେ ଏମିତି ବିସ୍ପୋରଣ ହୋଇଛି ଯେ ୧୨ ଘଣ୍ଟା ପରେ ମଧ୍ୟ ପୋତି ହୋଇଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବା ସମ୍ଭବ ନଥିଲା । ସେପଟେ ଏହି ଘଟଣାରେ ଲିଜ୍ ଧାରୀ ନାରାୟଣ ରାଉତ ଓ ନିରଞ୍ଜନ ରାଉତଙ୍କୁ କାଠଗଡାକୁ ଟାଣିଛନ୍ତି ବିଜେପି ନେତ୍ରୀ ତଥା ଧର୍ମଶାଳା ବିଜେପି ପ୍ରାର୍ଥୀ ସ୍ମୃତିରେଖା ପହି । 

ଯାଜପୁରର ଦାଶ, ଘଡେଇ ଓ ବଳବନ୍ତ ରାୟ ପରିବାରର ଛତ୍ରଛାୟା ଚାଲିଛି ଯାଜପୁର ଲୁଟ । ପ୍ରାଚ୍ୟୁର୍ଯ୍ୟ ଭରା ଅଞ୍ଚଳକୁ ରାତିରାତି ବନାଯାଉଛି ନୂଆ ନଗଡା । ଏହି କଳାହୀରା ଲୁଟର ମାଷ୍ଟର ମାଇଣ୍ଡ ପାୱାରଫୁଲ ନେତା ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ କୁନ୍ଥୁକୁନ୍ଥୁ ହେଉଛି ।  ଡଙ୍କାରୀ କଳାପଥର ଖାଦାନ ନମ୍ବର 5/10 ଓ 7/12 ର ଲିଜଧାରୀ ହେଉଛନ୍ତି ନାରାୟଣ ରାଉତ। ଲିଜ ଏରିଆ ଯଥାକ୍ରମେ 4 ଏକର ଓ 12.50 ଏକର। ଏଗ୍ରିମେଣ୍ଟ ଅନୁସାରେ ପ୍ରତିଦିନ 225 କ୍ୟୁବିକ୍ ମିଟର। ହେଲେ ବେଧଡକ ଚାଲିଛି ବେଆଇନ ପଥର ଖନନ। ଲିଜ୍ ଏରିଆ ବାହାରେ କୋଟି କୋଟି ଟଙ୍କାର ପଥର ଲୁଟି ନେଉଛନ୍ତି ଖଣି ମାଫିଆ । ଅଭିଯୋଗ ଅନୁସାରେ ପ୍ରତିଦିନ ଅନୁମତି ଠାରୁ 70 ଗୁଣା ଅଧିକ କଳାପଥର ଖନନ ହେଉଛି ଡଙ୍କାରୀ ପାହାଡରୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Stone Quarry Collapses | Argus News