Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟାୟାର ପ୍ରେସର୍ ଟାଙ୍କି ଫାଟି ଜଣେ ମୃତ, ଦୁଇ ଆହତ

Odisha

ଟାୟାର ପ୍ରେସର୍ ଟାଙ୍କି ଫାଟି ଜଣେ ମୃତ, ଦୁଇ ଆହତ

Rashmita Mishra
Browse all articles by Rashmita Mishra
·1 year ago
ଟାୟାର ପ୍ରେସର୍ ଟାଙ୍କି ଫାଟି ଜଣେ ମୃତ, ଦୁଇ ଆହତ

ଅଗର୍ସ ବ୍ୟୁରୋ: ଟାୟାର ପ୍ରେସର୍ ଟାଙ୍କି ଫାଟି ଜଣେ ମୃତ, ଦୁଇ ଆହତ। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ଦଧିମାଛ ଗାଡ଼ିଆ ଛକରେ ଏହି ଦୁର୍ଘଟଣା ଘଟିଛି । ମା ଭଗବତୀ ଚନ୍ଦନ ଟାୟାର ପ୍ରେସର ଦୋକାନରେ ସକାଳୁ ଟାୟାରରେ ପ୍ରେସର୍ ଦିଆଯିବାବେଳେ ଟାଙ୍କି ଫାଟି ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ କାମ କରୁଥିବା ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ହୋଇଥିଲା ଯେ ବୋମାମାଡର ଭ୍ରମ ସୃଷ୍ଟି ହୋଇଥିଲା। ମୃତକଙ୍କ ନାମ ନବଘନ ବରାଡ। ଦୁଇଜଣ ମଧ୍ୟ ଆହତ ହୋଇଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଆହତ ବ୍ୟକ୍ତିଙ୍କୁ ମେଡିକାଲ ପଠାଯାଇଛି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
One dead, two injured after tire pressure tank burst | Argus News