Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇ ଦିବ୍ୟାଙ୍ଗଙ୍କ ନିଆରା ବିବାହ

Manini Pattanayak
Browse all articles by Manini Pattanayak
·2 years ago·2 min read
ଦୁଇ ଦିବ୍ୟାଙ୍ଗଙ୍କ ନିଆରା ବିବାହ

ବାଲେଶ୍ୱର: ଦୁଇ ଜଣଙ୍କ ମନ ମିସିଲା.. ଠାଣି ମିସିଲା.. ଆଉ ପଡିଲା ହାତ ଗଣ୍ଠି....  ଏବେ ଦୁଇ ଜଣ ସାତ ଜନ୍ମର ସାଥି...   ଜଣେ ଦିବ୍ୟାଙ୍ଗ ହାତ ଧରିଛନ୍ତି ଅନ୍ୟ ଜଣେ ଦିବ୍ୟାଙ୍ଗଙ୍କର... ଏଭଳି ଏକ ନିଆରା ବାହାଘର ଦେଖିବାକଚ ମିଳିଛି ବାଲେଶ୍ୱର ଜିଲ୍ଲା  ରେମୁଣା ବ୍ଲକ ସାହାର୍ଦ୍ଧା ଗାଁରେ।   କଥା ନ କହି ପାରୁଥିଲେବି ଠରା ଠୁରିରେ ହେଉଛି ଭାବର ଆଦାନ ପ୍ରଦାନ।  ଆଉ ଏହି ନୂଆ ଦମ୍ପତ୍ତିଙ୍କ  ସ୍ଵାଗତ ପାଇଁ  ପରିବାର ପୁରା ପ୍ରସ୍ତୁତ।  ଏହି ନୂଆ ଦମ୍ପତିଙ୍କୁ ଦେଖିଲେ  ଆପଣ ବି ବାହା ବାହା ନକରି ରହି ପାରିବେନି।   ନବବିବାହିତ  ଦିବ୍ୟାଙ୍ଗ ଦମ୍ପତି ଶରତ ଆଉ ଜ୍ୟୋତି..  ଏ ଦୁଇଜଣ ଙ୍କ ପ୍ରେମର ଆଦାନ ପ୍ରଦାନ ପାଇଁ ଶବ୍ଦ କି ଭାଷା ର ଆବଶ୍ୟକତା ନାହିଁ ବାସ୍ ଆଖି ଆଉ ହାତ ଠାର ହିଁ ପର୍ଯ୍ୟାପ୍ତ ପ୍ରେମର ଅନେକ ଅକୁହା କଥାକୁ ବର୍ଣ୍ଣନା କରିବା ପାଇଁ। ହେଇ ଦେଖୁନାରହାଁନ୍ତି  ଶରତ କେମିତି ଠାରି ଠାରି ଜ୍ୟୋତି ଙ୍କୁ କହୁଛନ୍ତି ରୋଷେଇ ସରି ଗଲାଣି କି..?   ବାସ୍ ଏତିକି ଠାର ହିଁ ମାଧ୍ୟମ ଯେ  ପରସ୍ପରକୁ ବୁଝିବା ପାଇଁ। 
 
ଗୋପୀନାଥ ମହାନ୍ତି ଙ୍କ ପୁଅ ଶରତ ମହାନ୍ତି। ପିଲା ବେଳୁ କାନ କୁ ଶୁଭା ଯାଉ ନଥିବା ବେଳେ କଥା ମଧ୍ୟ କହି ପାରନ୍ତି ନାହିଁ ଶରତ।  ଆଉ  ଏଭଳି ବିକଳାଙ୍ଗ ଅବସ୍ଥାରେ ନିଜ ବାହାଘର କଥା କେବେ ଚିନ୍ତା କରି ନଥିଲେ ଶରତ। ସେପଟେ ବାଲେଶ୍ଵର ରେମୁଣା ବ୍ଲକ୍ ଛଣପୁର ଗାଁ ର ଜ୍ୟୋତିସ୍ମିତାଙ୍କ ର ମଧ୍ୟ ପିଲା ବେଳୁ ସମାନ ଅବସ୍ଥା .. ନା ଶୁଣି ପାରନ୍ତି ନା କଥା କହି ପାରନ୍ତି। ତେବେ ଉଭୟଙ୍କ ପରିସ୍ଥିତି ସମାନ ଥିବା ବେଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଉଭୟ ଶରତ ଆଉ ଜ୍ୟୋତି। ଗାଁ ସାହି ପଡ଼ିଶାରେ ନାଗରା ପିଟି ଉଭୟ ଉଭୟଙ୍କୁ ଫୁଲ ମାଳ ପିନ୍ଧାଇଛନ୍ତି। ଆଉ ଶରତ ଙ୍କ ପରିବାର ଲୋକେ ବହୁତ୍ ଖୁସୀ ର ସହ ପାଛୋଟି ନେଇଛନ୍ତି ପୁତ୍ର ବଧୂକୁ।  ଏବେ ଦୁହେଁ ଦୁହିଁଙ୍କୁ ସାତ ଜନ୍ମର ସାଥି କରି ବାଟ ଚାଲିବାର ସ୍ବପ୍ନ ଦେଖିଛନ୍ତି। ଅନ୍ୟ ପଟେ ପରିବାର ରେ ସମସ୍ତ ସଦସ୍ୟ ମାନେ ମଧ୍ୟ ବେଶ୍ ଖୁସି । ବୋ ହୁ ନୁହଁ ଘରକୁ ଝିଅ ଆସିଲା ଭଳି ଆପଣେଇ ନେଇଛନ୍ତି ଜ୍ୟୋତି ଙ୍କୁ।  ଦିବ୍ୟାଙ୍ଗଙ୍କ ଏହି ବିବାହ ଦ୍ୱାରା ସମାଜରେ ଗୋଟିଏ ସୁନ୍ଦର ବାର୍ତ୍ତା ପହଞ୍ଚିଛି। ଆଉ ଏଭଳି ଉଭୟ ଭିନ୍ନକ୍ଷମ ଙ୍କ ବାହାଘର ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। 

ଅଧିକ  ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
One Dibyang is holding another Dibyang's hand | Argus News