ପୂଜା କଲାବେଳେ ଚଢିଗଲା ବାଇକ; ଜଣେ ମୃତ, 5 ଗୁରୁତର
·1 year ago

ବୌଦ୍ଧ: ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା ବଲାଙ୍ଗୀର NH 57 ରାସ୍ତା କଡରେ ପୂଜା କରୁଥିବାବେଳେ ମାଡ଼ିଗଲା ବାଇକ୍ । ଲାଣ୍ଡିବନ୍ଧ ଛକ ରେ ମଙ୍ଗଳା ମନ୍ଦିରରେ ପୂଜା କରୁଥିଲେ । ଘଟଣାସ୍ଥଳରେ ଜଣେ ମହିଳା ମୃତ । ମୃତକ ମହିଳା ଲାଣ୍ଡିବନ୍ଧ ଗ୍ରାମର ଚେର ନାଏକ । ୫ ଜଣ ଗୁରୁତର ୩ ଆହତ ଭାବେ ବୌଦ୍ଧ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୨ ବାଇକ୍ ଆରୋହୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ସୂଚନା ଅନୁଯାୟୀ ଦଶହରା ଅବସରରେ ଲାଣ୍ଡିବନ୍ଧ ଗାଁ ମୁଣ୍ଡରେ ରାସ୍ତା କଡରେ ଥିବା ଦେବୀ ମଙ୍ଗଳାଙ୍କ ପୀଠରେ ପୂଜା ଚାଲିଥିବାବେଳେ ଦୁଇ ଜଣ ବାଇକ ଆରୋହୀ ବେପରୁଆ ଭାବେ ଗାଡ଼ି ଚଳାଇ ଲୋକଙ୍କ ଉପରେ ଗାଡ଼ି ମଡାଇ ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: