ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଜଣେ ମୃତ

Key Points
ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ଡାବୁଲମାହା ଠାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି ।
କନ୍ଧମାଳ: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ଡାବୁଲମାହା ଠାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ବିଳମ୍ବିତ ରାତିରେ ବାଲିଗୁଡ଼ା ନୂଆସାହିର ଦେବାଶିଷ ଦିଗାଲ ବାଲିଗୁଡ଼ାରୁ ଦାରିଙ୍ଗବାଡ଼ି ଦେଇ ସୋରଡ଼ା ଯାଉଥିଲେ । ସୁଲୁମା ଗ୍ରାମର ବିଶ୍ବଜିତ ପ୍ରଧାନ ଓ ଜାକେସ ପ୍ରଧାନ ସୁଲୁମାହା ଗ୍ରାମରୁ ସିମନବାଡ଼ି ଯାଉଥିଲେ । ଡାବୁଲମାହା ଗ୍ରାମ ନିକଟ ବୁଲାଣିରେ ଦୁଇ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା ।
ଦୁର୍ଘଟଣାରେ ଜାକେଶଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଗୁରୁତର ବିଶ୍ଵଜିତ୍ ଓ ଦେବାଶିଷଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦାରିଙ୍ଗବାଡ଼ି ଥାନା ଆଇଆଇସି ଅଶୋକ କୁମାର ହାଁସଦା,ଏସଆଇ ଜୟନ୍ତ କୁମାର ସେଠୀ ଓ ଏଏସଆଇ ଅର୍ଜୁନ ଶବର ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି l