Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାଳବୈଶାଖୀରେ ଜଣେ ମୃତ

Odisha

କାଳବୈଶାଖୀରେ ଜଣେ ମୃତ

Smruti Parija
Browse all articles by Smruti Parija
·1 year ago·1 min read
କାଳବୈଶାଖୀରେ ଜଣେ ମୃତ

କାଳବୈଶାଖୀ ନେଲା ଜୀବନ । ବଜ୍ରପାତରେ ଜଣେ ମୃତ । ମୃତକ ସତ୍ୟବାଦୀ କେତକୀପାଟଣା ପଞ୍ଚାୟତ ପଦ୍ମପୁର ଗାଁର ଦୀପ୍ତି ରଞ୍ଜନ ବାରିକ । ସତ୍ୟବାଦୀ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।


ଆଜି ହଠାତ୍ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାବେଳେ ତାତିରୁ ଆଶ୍ୱସ୍ତି ମିଳିଛି । କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେତୁ ବଡ ବଡ ଗଛ ଉପୁଡି ପଡିଛି..ତ କେଉଁଠି ଘର ଦ୍ୱାର ଭାଙ୍ଗି ପକାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରବଳ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଖୋର୍ଦ୍ଧା, କଟକ ଓ ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଆଗାମୀ ୪ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Sponsored
one-killed-in-lightening-at-puri | Argus News