ବିଲରେ କାମ କରୁଥିବାବେଳେ ବଜ୍ରପାତରେ ଟଳିପଡିଲେ ଶ୍ରମିକ
·1 year ago

ବାଲେଶ୍ୱର: ବିଲରେ କାମ କରୁଥିବାବେଳେ ବଜ୍ରାଘାତରେ ଟଳି ପଡିଲେ ଶ୍ରମିକ । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ବଜ୍ରାଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ନୀଳଗିରି ଥାନା ଅଧିନ ଓଲଡଙ୍ଗ ଅଞ୍ଚଳରେ ବିଲରେ କିଛି ଶ୍ରମିକ ଗରଡ଼ିହି ଅଞ୍ଚଳରୁ ଆସି ବିଲ କାମ କରୁଥିଲେ । ଦ୍ବିପ୍ରହରରେ ବର୍ଷା ସମୟରେ ବଜ୍ରାଘାତ ହେବାରୁ ଜଣେ ଶ୍ରମିକ ଟଳି ପଡିଥିଲେ । ତାଙ୍କୁ ୧୦୮ ଆମ୍ବଲାନ୍ସରେ ନୀଳଗିରି ହସ୍ପିଟାଲ ଅଣାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ବରହମପୁର ଥାନା ଗରଡ଼ିହି ଅଞ୍ଚଳର ଭୀମ ମାଝୀ ବୋଲି ଜଣାପଡିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: